ETV Bharat / bharat

ତାମିଲନାଡୁ BSP ରାଜ୍ୟ ସଭାପତିଙ୍କୁ ଘର ସମ୍ମୁଖରେ ହତ୍ୟା - Tamil Nadu BSP chief killed

Tamil Nadu BSP chief murder: ତାମିଲନାଡୁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ରାଜ୍ୟ ସଭାପତି କେ.ଆର୍ମଷ୍ଟ୍ରଙ୍ଗଙ୍କୁ ନିର୍ମମ ହତ୍ୟା । ରାଜନୈତିକ କିମ୍ବା ଗ୍ୟାଙ୍ଗଷ୍ଟାର ସମ୍ପୃକ୍ତିକୁ ସନ୍ଦେହ କରୁଛି ପୋଲିସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 7:53 AM IST

ତାମିଲନାଡୁ ବିଏସପି ରାଜ୍ୟ ସଭାପତିଙ୍କୁ ନିର୍ମମ ହତ୍ୟା
ତାମିଲନାଡୁ ବିଏସପି ରାଜ୍ୟ ସଭାପତିଙ୍କୁ ନିର୍ମମ ହତ୍ୟା (ETV Bharat Odisha)

ଚେନ୍ନାଇ: ତାମିଲନାଡୁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ରାଜ୍ୟ ସଭାପତି କେ ଆର୍ମଷ୍ଟ୍ରଙ୍ଗଙ୍କୁ ନିର୍ମମ ହତ୍ୟା କରିଛନ୍ତି ଏକାଧିକ ଅଜଣା ଆତତାୟୀ । ଗତକାଲି (ଶୁକ୍ରବାର) ବିଳମ୍ବିତ ସଂଧ୍ୟାରେ ତାଙ୍କୁ ତାଙ୍କ ବାସଭବନ ନିକଟରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । 6ଜଣ ଅଜଣା ଆତତାୟୀ ଏକାଧିକ ବାଇକରେ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ରାଜନୈତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ଆର୍ମଷ୍ଟ୍ରଙ୍ଗ ଗତକାଲି ବିଳମ୍ବିତ ଅପରାହ୍ନରେ ଚେନ୍ନାଇର ସେମ୍ବିୟୁମର ସ୍ଥିତ ବାସଭବନ ସମ୍ମୁଖରେ କିଛି ଦଳୀୟ କର୍ମୀଙ୍କ ସହ ଆଲୋଚନା କରୁଥିଲେ । 6ଜଣ ବାଇକ ଆରୋହୀ ଆତତାୟୀ ଆସି ମାରଣାସ୍ତ୍ରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରିବାର ସଦସ୍ୟ ଓ ସହଯୋଗୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛି । ସ୍ଥାନୀୟ ଜଣେ ପୋଲିସ ଅଧିକାରୀଙ୍କ ଅନୁସାରେ, ଏହା ରାଜନୈତିକ ଓ ଗ୍ୟାଙ୍ଗଓ୍ବାର ପରି ଘଟଣାରୁ ହୋଇଥାଇପାରେ ।

ଏହା ମଧ୍ୟ ପଢନ୍ତୁ :- ଗାଲାଣ୍ଟ୍ରି ଆୱାର୍ଡ 2024: ବୀର ଯବାନଙ୍କୁ କୀର୍ତ୍ତି ଚକ୍ର ଓ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କଲେ ରାଷ୍ଟ୍ରପତି - Gallantry Awards 2024

ଅଭିନେତା ସୁରେଶଙ୍କ ହତ୍ୟାକାଣ୍ଡ ସହ ମଧ୍ୟ ପୋଲିସ ଏହି ହତ୍ୟାକାଣ୍ଡର ସମ୍ପର୍କ ଥିବା ସନ୍ଦେହ କରୁଛି । ଏକ ରାଜନୈତିକ ଦଳର ରାଜ୍ୟ ସଭାପତିଙ୍କୁ ନିର୍ମମ ହତ୍ୟା କରାଯିବା ପରେ ରାଜ୍ୟରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଥିବା ଅଭିଯୋଗ କରି ଶାସକ ‘ଡିଏମକେ’ ଉପରେ ବର୍ଷିଛି ବିରୋଧୀ ‘ଏଆଇଡିଏମକେ’ । ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ପଲାନିସାମୀ ଷ୍ଟାଲିନ ସରକାରକୁ କଡା ସମାଲୋଚନା କରିଛନ୍ତି । ଅପରାଧୀଙ୍କର ପୋଲିସ ଉପରେ ଭୟ ନାହିଁ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇସାରିଛି । ଏପରି ଘଟଣା ଉଭୟ ଦୁଃଖଦାୟକ ଓ ଲଜ୍ଜା ବୋଲି କହିଛନ୍ତି ପଲାନୀ । ଅନ୍ୟପଟେ ପୋଲିସ ତଦନ୍ତ ଜାରି ରହିଛି ଓ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି ଶାସକ ଦଳ ପକ୍ଷରୁ ସଫେଇ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.