ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବିପୁଳ ପରିମାଣର ସୁନା ଜବତ ହୋଇଛି । ଏହି ସୁନା ଚୋରା ଚାଲାଣ ହେଉଥିବା ବେଳେ କଷ୍ଟମ ବିଭାଗ ୨ ଜଣ ଯାତ୍ରୀଙ୍କୁ ଗିରଫ କରିଛି । ଦୁବାଇରୁ ଦିଲ୍ଲୀକୁ ଚାଲାଣ ହେଉଥିଲା ଏହି ସୁନା ।
ଜବତ ହୋଇଥିବା ସୁନାର ଓଜନ ୩ କେଜି ୩୦୦ ଗ୍ରାମ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୧.୪୬ କୋଟି ଟଙ୍କା ବୋଲି ଜଣାପଡିଛି । ୨ ଜଣ ବିମାନ ଯାତ୍ରୀ ଦୁବାଇରୁ ଦିଲ୍ଲୀକୁ ବିମାନ ନମ୍ବର EK ୫୧୨ ଯୋଗେ ଏହି ସୁନା ଚାଲାଣ କରୁଥିଲେ । କଷ୍ଟମ ବିଭାଗ ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।