ETV Bharat / bharat

ଆଜିଠୁ ପୁଣି ଝାଡ଼ଖଣ୍ଡରେ ଚାଲିବ ହେମନ୍ତ ରାଜ, ସନ୍ଧ୍ୟାରେ ନେବେ ଶପଥ - Hemant Soren

author img

By ETV Bharat Odisha Team

Published : Jul 3, 2024, 3:39 PM IST

Updated : Jul 4, 2024, 3:08 PM IST

Hemant Soren to become Jharkhand CM once again: ଇସ୍ତଫା ଦେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଆଜି ସନ୍ଧ୍ୟା 5ଟାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ଅଧିକ ପଢନ୍ତୁ

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ
ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ (ETV Bharat Odisha)

ରାଞ୍ଚି: ଆଜିଠୁ ପୁଣି ଚାଲିବ ହେମନ୍ତ ରାଜ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଆଜି ସନ୍ଧ୍ୟା 5ଟାରେ ଶପଥ ନେବେ ହେମନ୍ତ ସୋରେନ ।ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ସୋରେନ । ଗତକାଲି ସନ୍ଧ୍ୟାରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ସିପି ରାଧାକ୍ରିଷ୍ଣଙ୍କୁ ନିଜର ଇସ୍ତଫା ପତ୍ର ଦେଇଥିଲେ । ଚମ୍ପାଇଙ୍କ ଇସ୍ତଫା ପରେ ଏବେ ପୁଣି ଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ । ହେମନ୍ତଙ୍କ ବାସଭବନରେ ବସିଥିବା ଜେଏମଏମ ବିଧାୟକ ଦଳ ବୈଠକରେ ତାଙ୍କୁ ପୁନର୍ବାର ବିଧାୟକ ଦଳ ନେତା ବଛାଯାଇଥିଲା ।

ବହୁଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ଚମ୍ପାଇ ସୋରେନ ଫେବୃଆରୀ ୨ରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । ଏହାରି ମଧ୍ୟରେ ଲଗାତାର ଚର୍ଚ୍ଚା ଚାଲିଥିଲା କି, ଯଦି ବି ହେମନ୍ତ ସୋରେନ ଜାମିନରେ ଜେଲରୁ ମୁକୁଳନ୍ତି ତାହେଲେ ମଧ୍ୟ ରାଜ୍ୟରେ ନେତୃତ୍ବ ପରିବର୍ତ୍ତନ ହେବନି ।

ଏହା ମଧ୍ୟ ପଢନ୍ତୁ: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ - HEMANT SOREN GOT BAIL

ହେଲେ ଗତ ୨୯ ତାରିଖରେ ହେମନ୍ତ ନିୟମିତ ଜାମିନରେ ବାହାରିବା ପରେ ତାଙ୍କର ଆଚରଣରୁ ଝାଡଖଣ୍ଡରେ କିଛି ବଡ଼ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଥିଲା । ତାଙ୍କ ନିର୍ଦ୍ଦେଶରେ ଜୁଲାଇ ୧ରେ ଇଣ୍ଡିଆ ମେଣ୍ଟର ସବୁ ସହଯୋଗୀଙ୍କୁ ଜୁଲାଇ ୩ ବୈଠକରେ କୌଣସି ପରିସ୍ଥିତିରେ ପହଞ୍ଚିବାକୁ କୁହାଯାଇଥିଲା । ଏହି କାରଣରୁ ଜୁଲାଇ ୨ରେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଦୁମକା ଗସ୍ତ ରବ୍ଦ କରାଯାଇଥିଲା । ଜୁଲାଇ ୩ରେ ଥିବା ତାଙ୍କର ସମସ୍ତ ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ୍ କରାଯାଇଛି । ଏପରି ସ୍ଥିତିରେ ହେମନ୍ତ ସୋରେନ ପୁଣିଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା ।

ଏହାରି ମଧ୍ୟରେ ସନ୍ଧ୍ୟାରେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 4, 2024, 3:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.