ETV Bharat / bharat

ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ର ଚିକିତ୍ସା ଜାରି - Lal Krishna Advani admitted

author img

By ETV Bharat Odisha Team

Published : Jul 3, 2024, 10:58 PM IST

Updated : Jul 4, 2024, 7:23 AM IST

Lal Krishna Advani admitted: ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଢନ୍ତୁ ପୁରା ଖବର ।

ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, ଚିକିତ୍ସା ଜାରି ରଖିଛି ସ୍ବତନ୍ତ୍ର ଡାକ୍ତରୀ ଟିମ୍‌
ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, ଚିକିତ୍ସା ଜାରି ରଖିଛି ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ (ETV Bharat Odisha)

ନୂଆଦିଲ୍ଲୀ: ପୁଣି ବିଗିଡିଲା ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା । ତାଙ୍କୁ ଗତକାଲି (ବୁଧବାର) ରାତି 9ଟା ସମୟରେ ଦିଲ୍ଲୀର ମଥୁରାରୋଡରେ ଥିବା ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଓ ବରିଷ୍ଠ ଡାକ୍ତର ଭିନିତ ସୁରିଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସାରେ ନିୟୋଜିତ ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ସୂଚନା ଥାଉକି, 96 ବର୍ଷୀୟ ଏହି ଭେଟେରାନ ରାଜନେତାଙ୍କୁ ଗତମାସ (ଜୁନ) 26 ତାରିଖରେ ଦିଲ୍ଲୀ ‘ଏମ୍ସ’ରେ ଭର୍ତ୍ତି କରାଯାଇଥିଲା । ପରଦିନ (27 ତାରିଖ) ତାଙ୍କୁ ଡିସଚାର୍ଜ କରାଯାଇଥିଲା । ଏବେ ପୁଣି ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦେଶର ଶାସନ, ରାଜନୀତି ଓ ସାମାଜିକ ଆନ୍ଦୋଳନର ଅତୂଳନୀୟ ଅବଦାନ ଦେଇଥିବା ଲାଲକୃଷ୍ଣ ଆଡଭାନୀଙ୍କୁ ଚଳିତବର୍ଷ ମାର୍ଚ୍ଚ ମାସରେ ସର୍ବୋଚ୍ଚ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ କରାଯାଇଥିଲା । ବାର୍ଦ୍ଧକ୍ୟଜନିତ କାରଣରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ଗତ ଜୁଲାଇ 7 ତାରିଖରେ ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଆଡଭାନୀଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଏମ୍ସରୁ ଡିସଚାର୍ଜ ହେଲେ ଲାଲକୃଷ୍ଣ ଆଡଭାନୀ

ସଂଘ, ରାଜନୀତି ଓ ରାମ ମନ୍ଦିର ଆନ୍ଦୋଳନ :-

ଭେଟେରାନ ନେତା ଲାଲକୃଷ୍ଣ ଆଡଭାନୀ 1927 ମସିହା ନଭେମ୍ବର 8ତାରିଖରେ ଅବିଭାଜିତ ପାକିସ୍ତାନର କରାଚିରେ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । 1947 ଦେଶ ବିଭାଜନ ସମୟରେ ଆଡଭାନୀଙ୍କ ପରିବାର ପାକିସ୍ତାନ ଛାଡି ମୁମ୍ବାଇ ଚାଲିଆସିଥିଲେ । ଆଡଭାନୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ରେ ଜଣେ ସ୍ବଂୟସେବକ ଭାବେ କାମ ଆରମ୍ଭ କରିଥିଲେ । ପରେ ଭାରତୀୟ ଜନସଂଘ ମାଧ୍ୟମରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) ଜଣେ ପ୍ରମୁଖ ପ୍ରତିଷ୍ଠାତା ସଦସ୍ୟ ହୋଇଥିଲେ । 90 ଦଶକର ବହୁଚର୍ଚ୍ଚିତ ‘ରାମ ମନ୍ଦିର ଆନ୍ଦୋଳନ’ ତାଙ୍କୁ ସାରା ଦେଶରେ ଜଣେ ପ୍ରଚଣ୍ଡ ହିନ୍ଦୁବାଦୀ ନେତା ଭାବେ ପରିଚୟ ଦେଇଥିଲା । ବାବ୍ରି ମସଜିଦ ଭଙ୍ଗା ମାମଲାରେ ସେ ବିବାଦ ଘେରକୁ ମଧ୍ୟ ଆସିଥିଲେ । ତାଙ୍କ ନାମରେ ଦୀର୍ଘବର୍ଷ ଫୌଜଦାରୀ ମାମଲା ମଧ୍ୟ ଚାଲିଥିଲା ।

ଏହା ମଧ୍ୟ ପଢନ୍ତୁ: ‘ଆଧୁନିକ ଭାରତ ନିର୍ମାଣରେ ଆଡଭାନୀଙ୍କର ଭୂମିକା ଅତୂଳନୀୟ’

ସେ ଅଟଳ ବାଜପେୟୀଙ୍କ ସରକାରରେ 2002ରୁ 2004 ପର୍ଯ୍ୟନ୍ତ ଦେଶର 7ମ ଉପପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । 2004 ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ଲଢିଥିଲା । ମାତ୍ର ସେଥର ବିଜେପି ପରାଜିତ ହୋଇ ବିରୋଧୀ ଦଳ ଭୂମିକାରେ ସୀମିତ ରହିଥିଲା । 2015 ମସିହାରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ବେଳେ ଚଳିତବର୍ଷ ତାଙ୍କୁ ଭାରତରତ୍ନରେ ମଧ୍ୟ ସମ୍ମାନିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 4, 2024, 7:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.