ଓଡିଶା

odisha

ଚଣ୍ଡିଗଡ ମେୟର ନିର୍ବାଚନରେ ବିଜେପିର ବାଜିମାତ

By

Published : Jan 8, 2022, 1:55 PM IST

ଚଣ୍ଡିଗଡ ମେୟର ନିର୍ବାଚନରେ ବିଜେପିର ବାଜିମାତ । ବିଜେପିର ସରବଜିତ୍ କୌର ହେଲେ ନୂଆ ମେୟର । ଅଧିକ ପଢନ୍ତୁ

ଚଣ୍ଡୀଗଡ ମେୟର ନିର୍ବାଚନରେ ବିଜେପିର ବାଜିମାତ୍
ଚଣ୍ଡୀଗଡ ମେୟର ନିର୍ବାଚନରେ ବିଜେପିର ବାଜିମାତ୍

ଚଣ୍ଡିଗଡ: ଚଣ୍ଡିଗଡ ମେୟର ନିର୍ବାଚନ(Municipal Election)ରେ ବିଜେପିର ବାଜିମାତ୍ । ଚଣ୍ଡିଗଡ ମହାନଗର ନିଗମର ନୂଆ ମେୟର ହେଲେ ଭାରତୀୟ ଜନତା ପାର୍ଟିର ସରବଜିତ୍ କୌର(Sarabjit Kaur elected as new Mayor) । ୧୪ ଖଣ୍ଡ ଭୋଟରେ ଜିତି ସେ ସିଏମସି(CMC)ର ମେୟର ହୋଇଛନ୍ତି । ମେୟର ମତଦାନ ପାଇଁ ପାଖାପାଖି ୨୮ ଖଣ୍ଡ ଭୋଟ୍ ପଡିଥିଲା ।

ସେପଟେ ମେୟର ନିର୍ବାଚନରେ ଭାଜପାର ବାଜିମାତ ପରେ ହଙ୍ଗାମା କରିଛି ଆମ ଆଦମୀ ପାର୍ଟି(AAP) । ଆପ କାଉନସିଲର ମ୍ୟୁନିସିପାଲ କର୍ପୋରେସନ ହଲରେ ହୋହାଲ୍ଲା କରିଛନ୍ତି । ଉଲ୍ଲେଖଯୋଗ୍ୟ, କଂଗ୍ରେସ ଏବଂ ଶିରୋମଣି ଅକାଳି ଦଳ ମେୟର ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିନଥିଲେ । ଯେଉଁ କାରଣରୁ ବିଜେପି ଏବଂ ଆପ୍ ମଧ୍ୟରେ ସିଧାସଳଖ ଟକ୍କର ହୋଇଥିଲା ।

@ANI

ABOUT THE AUTHOR

...view details