ଓଡିଶା

odisha

ଡୋଡା ଏନକାଉଣ୍ଟର: ଜଣେ ଯବାନ ଶହୀଦ, 2 ହିଜବୁଲ ଆତଙ୍କୀ ନିପାତ

By

Published : May 17, 2020, 5:52 PM IST

ରବିବାର ସକାଳୁ ଜମ୍ମୁ-କାଶ୍ମୀର ଡୋଡା ଜିଲ୍ଲାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ଏଥିରେ ହିଜବୁଲ ମୁଜାହିଦ୍ଦିନ ଦୁଇ ଜଣ ଆତଙ୍କବାଦୀ ସେନା ଗୁଳିରେ ନିପାତ ହୋଇଛନ୍ତି । ଏହାସହ ସେନାର ଜଣେ ଯବାନ ଏଥିରେ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ....

Doda encounter
Doda encounter

ଶ୍ରୀନଗର: ସାରା ବିଶ୍ବକୁ କୋରୋନା ବିପଦରେ ଭୟଙ୍କର ସ୍ଥିତି ସହ ଲଢେଇ ଜାରି ରଖିଛି । ଅନ୍ୟପଟେ ଆତଙ୍କବାଦର ଗଡ ପାକିସ୍ତାନ ଭାରତ ସୀମାରେ ଗୁଳି ବାରୁଦର ଖେଳ ଓ ଆତଙ୍କର ଚାଲ ଖେଳୁଛି ପାକିସ୍ତାନ । ଘାଟିରେ ଅଶାନ୍ତିର ବାତାବରଣ ଲକ୍ଷ୍ୟରେ ପାକିସ୍ତାନ ଜାରି ରଖିଛି ହୀନ ଚକ୍ରାନ୍ତ । ଏପରିସ୍ଥଳେ ରବିବାର ସକାଳୁ ଜମ୍ମୁ-କାଶ୍ମୀର ଡୋଡା ଜିଲ୍ଲାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ଏଥିରେ ହିଜବୁଲ ମୁଜାହିଦ୍ଦିନ ଦୁଇ ଜଣ ଆତଙ୍କବାଦୀ ସେନା ଗୁଳିରେ ନିପାତ ହୋଇଛନ୍ତି । ଏହାସହ ସେନାର ଜଣେ ଯବାନ ଏଥିରେ ଶହୀଦ ହୋଇଛନ୍ତି ।

ନିହତ ହୋଇଥିବା ଆତଙ୍କୀ ମଧ୍ୟରୁ ଜଣେ ପୁଲୱାମାର ତାହିର ଉକାବ ବୋଲି ଜଣାପଡିଛି । ଯିଏ କି ଗତ ବର୍ଷ କିଶ୍ତୱାରରେ ଆରଏସଏଲ ନେତା ଚନ୍ଦ୍ରକାନ୍ତ ଶର୍ମାଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା ।

ଏକ ନିର୍ଦ୍ଦିଷ୍ଟ ଇନପୁଟ୍ ପାଇବା ପରେ ଡୋଡା ଜିଲ୍ଲାରେ ବିଳମ୍ବିତ ରାତିରେ ଏକ ଅପରେସନ୍ ଆରମ୍ଭ କରିଥିଲା ସେନା । ସକାଳେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା ବୋଲି ପୋଲିସ ମୁଖପାତ୍ର ତଥା ବରିଷ୍ଠ ପୋଲିସ ଅଧୀକ୍ଷକ ମନୋଜ ଶେରି କହିଛନ୍ତି।

କୋରୋନାଭାଇରସ୍ ମହାମାରୀ ମଧ୍ୟରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଜମ୍ମୁର ଡୋଡା ବିଭାଗରେ ଡୋଡା, କିଶ୍ତୱାର ଏବଂ ରାମବାନ୍ ଜିଲ୍ଲା ଅନ୍ତର୍ଭୁକ୍ତ ଯାହାକି ଆତଙ୍କୀ ମୁକ୍ତ ଘୋଷିତ ହୋଇଥିଲା । ମାତ୍ର ଏବେ ଏହି ସବୁ ଇଲାକାରେ ଆତଙ୍କୀକାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।

ମେ 7 ରେ, କାଶ୍ମୀରରେ ହିଜବୁଲ ମୁଜାହିଦ୍ଦିନ ପୋଷ୍ଟର ବଏ ରିୟାଜ ନାଇକୁ ସେନା ଗୁଳିରେ ପ୍ରାଣ ହରାଇବାର ଗୋଟିଏ ଦିନ ପରେ ସୁରକ୍ଷା ବାହିନୀ ଡୋଡା ଜିଲ୍ଲାରୁ ସଂଗଠନର ଜଣେ ଓଭରଗ୍ରାଉଣ୍ଡ କର୍ମୀକୁ ଗିରଫ କରିଥିଲା । ଏହା ପରେ ଏବେ ଘାଟିରେ ଆତଙ୍କୀକାର୍ଯ୍ୟକଳାପ ବଢିବାରେ ଲାଗିଛି ।

ଗୋଟିଏ ପଟେ ଆତଙ୍କୀ କାର୍ଯ୍ୟକଳାପ ଓ ଅନ୍ୟପଟେ ସୀମାର ପୁଞ୍ଚ ଜିଲ୍ଲାର ମାଲ୍ଟି ଏବଂ ଦିଗୱାର ଅଞ୍ଚଳରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି । ଭାରତୀୟ ସେନା ପାକିସ୍ତାନ ସେନାକୁ ଉଚିତ ଜବାବ ଦେବା ଜାରି ରଖିଛି ।

ABOUT THE AUTHOR

...view details