ଓଡିଶା

odisha

ବ୍ରହ୍ମୋସ ସୁପରସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

By

Published : Nov 24, 2020, 12:53 PM IST

ବ୍ରହ୍ମୋସ ସୁପରସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଏହି ମିଶାଇଲ ବୁଡ଼ାଜାହାଜ, ଜାହାଜ, ଲଢୁଆ ବିମାନ ଓ ଭୂପୃଷ୍ଠରୁ ମାଡ କରାଯାଇ ପାରିବ । ଅଧିକ ପଢ଼ନ୍ତୁ...

India successfully test fired BrahMos missile, land attack version of BrahMos missile, BrahMos missile,  ବ୍ରହ୍ମୋସ ସୁପରସୋନିକ କ୍ରୁଜ୍‌ ମିଶାଇଲ, ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜ, DRDO
ବ୍ରହ୍ମୋସ ସୁପରସୋନିକ କ୍ରୁଜ୍‌ ମିଶାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ବ୍ରହ୍ମୋସ ସୁପରସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ରର ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା ସଂସ୍କରଣର ସଫଳ ପରୀକ୍ଷଣ କରିଛି ଭାରତ । ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜରୁ ଏହାର ସଫଳ ପରୀକ୍ଷଣ କରାଯାଇଛି । ଅନ୍ୟ ଏକ ଦ୍ବୀପପୁଞ୍ଜରେ ଥିବା ଟାର୍ଗେଟ୍ ହିଟ୍ କରିଛି ଏହି କ୍ଷେପଣାସ୍ତ୍ର ।

ମଙ୍ଗଳବାର ଦିନ 10 ଟାରେ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିବା ବେଳେ ଏହା ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି । ଭାରତୀୟ ସେନା ଦ୍ବାରା ଏହି ପରୀକ୍ଷଣ ହୋଇଛି ଯାହାଙ୍କ ପାଖରେ DRDO- ବିକଶିତ କ୍ଷେପଣାସ୍ତ୍ରର ଅନେକ ଗୁଡ଼ିଏ ରେଜିମେଣ୍ଟ ରହିଛି । ବର୍ତ୍ତମାନ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଷ୍ଟ୍ରାଇକ ରେଞ୍ଜ 400 କିମିରୁ ଅଧିକ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

ଚୀନ୍ ସହିତ LAC ରେ ଓ ନିକଟରେ LOC ରେ ପାକିସ୍ତାନ ସହ ଚାଲିଥିବା ତିକ୍ତତା ମଧ୍ୟରେ ଭାରତ ଏହି ସପ୍ତାହରେ ସୁପରସୋନିକ୍ କ୍ଷେପଣାସ୍ତ୍ରର “ଏକାଧିକ ଲାଇଭ୍ ଟେଷ୍ଟ” କରିବ ବୋଲି ରିପୋର୍ଟ ମଧ୍ୟରେ କୁହାଯାଇଛି। ଗତ ମାସ ସୁଦ୍ଧା, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ମାତ୍ର 35 ଦିନ ମଧ୍ୟରେ ଅତି କମରେ 10 ଟି କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା । ସେଥିମଧ୍ୟରୁ ଗୋଟିଏ ହେଲା ବ୍ରହ୍ମୋସ୍, ଯାହା ଅକ୍ଟୋବର 18 ରେ INS ଚେନ୍ନାଇରୁ ପରୀକ୍ଷା କରାଯାଇଥିଲା ।

ବ୍ରହ୍ମୋସ ହେଉଛି ଏକ ମଧ୍ୟମ ରେଞ୍ଜ ସୁପରସୋନିକ କ୍ଷେପଣାସ୍ତ୍ର ଯାହାକୁ ବୁଡ଼ାଜାହାଜ, ଜାହାଜ, ଯୁଦ୍ଧବିମାନ ଓ ଭୂପୃଷ୍ଠରୁ ମାଡ କରାଯାଇ ପାରିବ । ଏହା ବିଶ୍ବର ଦ୍ରୁତତମ କ୍ରୁଜ୍‌ କ୍ଷେପଣାସ୍ତ୍ର ହେବା ସହ ଏହା ଦ୍ରୁତତମ ଆଣ୍ଟି-ଶିପ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ମଧ୍ୟ । ବ୍ରହ୍ମୋସ-2, କ୍ଷେପଣାସ୍ତ୍ରର ହାଇପରସୋନିକ ସଂସ୍କରଣ ମଧ୍ୟ ବର୍ତ୍ତମାନ ବିକଶିତ କରାଯାଉଛି ।

ବ୍ରାହ୍ମୋସ ଏରୋସ୍ପେସ୍ DRDO ଏବଂ ଋଷର NPO ମାସିନୋଷ୍ଟ୍ରୋଏନିଆ ମଧ୍ୟରେ ମିଳିତ ଉଦ୍ୟମରେ ଫେବୃଆରୀ 12, 1998 ରେ ପ୍ରତିଷ୍ଠିତ ହୋଇଥିଲା। ଏହାର ନାମ ଭାରତର ବ୍ରହ୍ମପୁତ୍ର ଏବଂ ଋଷର ମସ୍କୋ ନଦୀର ମିଶ୍ରଣରେ ନାମିତ ହୋଇଛି ।

ABOUT THE AUTHOR

...view details