ETV Bharat / bharat

ଅଯୋଧ୍ୟା ଭଳି ଗୁଜୁରାଟରେ ବି ବିଜେପିକୁ ହରାଇବୁ: ରାହୁଲ ଗାନ୍ଧୀ - Rahul Gandhi Targets PM Modi

Rahul Gandhi Targets PM Modi: ଅହମ୍ମଦାବାଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦୃଢୋକ୍ତି । ଅଯୋଧ୍ୟା ଭଳି ଗୁଜୁରାଟରେ ବିଜେପିକୁ ପରାସ୍ତ କରିବ ଇଣ୍ଡିଆ ମେଣ୍ଟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 8:14 PM IST

Rahul Gandhi Targets PM Modi
Rahul Gandhi Targets PM Modi (File Photo)

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ । କହିଲେ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବୁ । ଉତ୍ତର ପ୍ରଦେଶ ଅଯୋଧ୍ୟା ପରି ଗୁଜୁରାଟରେ ସମାନ ସ୍ଥିତି ହେବ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟ ଗୁଜୁରାଟ ହୋଇଥିବାରୁ ରାହୁଲଙ୍କ ଏହି ବୟାନ ବେଶ ଗୁରୁତ୍ବ ବହନ କରୁଛି । କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ବିଜେପିକୁ ପରାସ୍ତ କରିବ ବୋଲି ରାହୁଲ ଆଜି (ଶନିବାର) ଅହମ୍ମଦାବାଦରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ।

2024 ଲୋକସଭା ନିର୍ବାଚନରେ ଅଯୋଧ୍ୟାରେ ବିଜେପିକୁ ବଡ଼ ଝଟକା ଲାଗିଥିଲା । ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ମୁଦ୍ଦା କରି ବିଜେପି ନିର୍ବାଚନ ଲଢୁଥିବା ବେଳେ ଅଯୋଧ୍ୟା ରେଜଲ୍ଟ କେବଳ ବିଜେପି କାହିଁକି ସାରା ଦେଶକୁ ଚକିତ କରିଥିଲା । ଯାହାକୁ ବିରୋଧୀ ଦଳ ବଡ଼ ବିଜୟ କହି ଉତ୍ସବ ମନାଇଥିଲା । ତେବେ ଅଯୋଧ୍ୟା ଭଳି ଗୁଜୁରାଟରେ ମଧ୍ୟ ବିଜେପିକୁ ପରାସ୍ତ କରିବାକୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି, "ଆମେ ସମସ୍ତେ ମିଳିମିଶି ଗୁଜୁରାଟରେ ବିଜେପିକୁ ପରାସ୍ତ କରିବାକୁ ଯାଉଛନ୍ତି । ଅଯୋଧ୍ୟାରେ ଯେପରି ଆମେ ବିଜେପିକୁ ପରାଜୟର ସ୍ବାଦ ଚଖାଇଥିଲେ ଠିକ ସେହିପରି ଗୁଜୁରାଟରେ ମଧ୍ୟ ଆମେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହରାଇବାକୁ ଯାଉଛନ୍ତି ।" ଜାନୁଆରୀରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ମନେ ପକାଇ ରାହୁଲ କହିଛନ୍ତି, "ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଜଣେ ହେଲେ ଗରିବ ଶ୍ରେଣୀର ବ୍ୟକ୍ତିଙ୍କୁ ଦେଖିବାକୁ ମିଳିନଥିଲା । ସେଠାରେ କେବଳ ଆଦାନି ଓ ଅମ୍ବାନୀଙ୍କୁ ଦେଖିବାକୁ ମିଳିଥିଲା ।"

ଏହା ବି ପଢନ୍ତୁ- ୨୦୨୪ ଲୋକସଭା ନିର୍ବାଚନ: 'ଦେଶବ୍ୟାପୀ ୨ଟି ଯାତ୍ରା କଂଗ୍ରେସ ପାଇଁ ଆଣିଦେଲା ସଫଳତା'

ଅଯୋଧ୍ୟାର ଚାଷୀ ବିମାନବନ୍ଦର ପାଇଁ ନିଜର ଜମି ହରାଇଥିଲେ । ରାମ ମନ୍ଦିର ପ୍ରତିଷ୍ଠା ସମୟରେ ଅଯୋଧ୍ୟାବାସୀଙ୍କୁ ସମାରୋହକୁ ନିମନ୍ତ୍ରଣ କରାଯାଇନଥିବାରୁ ସେଠାକାର ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ଅଯୋଧ୍ୟାରେ ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆନ୍ଦୋଳନକୁ ସେହି ଅଯୋଧ୍ୟାରେ ଶେଷ କରାଯାଇଥିଲା । ଇଣ୍ଡିଆ ମେଣ୍ଟ ବିଜେପିକୁ ଅଯୋଧ୍ୟାରେ ପରାସ୍ତ କରି ଏହାକୁ ସକ୍ଷମ କରିପାରିଥିଲା ବୋଲି ରାହୁଲ କହିଛନ୍ତି । ଆଜି ସକାଳେ କଂଗ୍ରେସ ନେତା ରାହୁଲ ଅହମ୍ମଦାବାଦରେ ପହଞ୍ଚିଥିବା ବେଳେ ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ରାଜକୋଟ ଗେମିଂ ଜୋନ ପୀଡ଼ିତାଙ୍କୁ ଭେଟିଥିଲେ ।

ଏହି ସମୟରେ ବଜରଙ୍ଗ ଦଳର ସଦସ୍ୟମାନେ ରାହୁଲଙ୍କ ଗସ୍ତକୁ ବିରୋଧ କରିଥିଲେ । ଲୋକସଭାରେ ରାହୁଲଙ୍କ ହିନ୍ଦୁ ମନ୍ତବ୍ୟକୁ ନେଇ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଗୁଜୁରାଟ ପୋଲିସ ଦ୍ବାରା ଉକ୍ତ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଥିଲା । ସୂଚନା ଥାଉ କି 2027ରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.