ETV Bharat / bharat

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ଜଣେ ଯବାନ ଶହୀଦ, 4 ଆତଙ୍କୀ ନିପାତ - Jammu Kashmir Encounter - JAMMU KASHMIR ENCOUNTER

Encounter breaks out in Kulgam: ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ଆତଙ୍କୀଙ୍କ ଗୁଳିମାଡରେ ଜଣେ ଯବାନ ଶହୀଦ । ଅଧିକ ପଢନ୍ତୁ

Encounter
Encounter (ETV Bharat Odisha)
author img

By ETV Bharat Odisha Team

Published : Jul 6, 2024, 7:25 PM IST

Updated : Jul 7, 2024, 6:24 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର କୁଲଗାମର ଦୁଇଟି ପୃଥକ ସ୍ଥାନରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଆତଙ୍କବାଦୀଙ୍କ ଗୁଳିମାଡରେ ଶହୀଦ ହୋଇଯାଇଛନ୍ତି ଜଣେ ଯବାନ । କୁଲଗାମର ମୋଡେରଗାମ ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ସେନାକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ସେନା ସହିତ ସିଆରପିଏଫ ଏବଂ ସ୍ଥାନୀୟ ପୋଲିସ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ରହିଛି । ଅନ୍ୟପଟେ କୁଲଗାମ ଜିଲ୍ଲାର ଫ୍ରିସଲ ଚିନ୍ନିଗାମ ଗ୍ରାମରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଠାରେ 4 ଜଣଙ୍କ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା ।

ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନଙ୍କୁ ଟ୍ରାପ କରିବାକୁ ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ କର୍ଡନ କରିନେଇଥିଲେ । ଏହାପରେ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଯବାନଙ୍କ ଦେହରେ ଗୁଳି ବାଜିଥିଲା । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଦୁଇରୁ ୩ ଜଣ ଆତଙ୍କବାଦୀଙ୍କ ଠିକଣାକୁ ସୁରକ୍ଷାକର୍ମୀମାନେ ଘେରି ରହିଥିବା ଜଣାପଡିଛି ।

ଏନେଇ କାଶ୍ମୀର ଜୋନ ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ କହିଛି ଯେ, କୁଲଗାମ ଜିଲ୍ଲାର ମୋଡେରଗାମରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ପୋଲିସ ଏବଂ ସୁରକ୍ଷାବଳ ଏନକାଉଣ୍ଟରରେ ସାମିଲ ଅଛନ୍ତି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ - Doda encounter

ଏହା ମଧ୍ୟ ପଢନ୍ତୁ: ଘାଟିରେ ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: 10 ମୃତ, ୩୦ରୁ ଅଧିକ ଆହତ - Terrorists Open Fire At Pilgrims Bus

ପ୍ରକାଶ ଥାଉକି, କିଛି ଦିନ ତଳେ ଜମ୍ମୁ-କାଶ୍ମୀରର ଦୋଡା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କୀକୁ ନିପାତ କରିଥିଲା ସେନା । ଏହାପୂର୍ବରୁ ଜୁନ ୧୧ ଓ ୧୨ ତାରିଖ ଦିନ ଦୋଡାରେ ଆତଙ୍କବାଦୀମାନେ ଏକ ଜଏଣ୍ଟ ଚେକ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ । ସେହିପରି ଜୁନ ୧୦ ତାରିଖ ସନ୍ଧ୍ୟାରେ ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ ଶପଥ ଗ୍ରହଣ ଚାଲିଥିବା ବେଳେ ରିଆସି ଜିଲ୍ଲାର ଏକ ତୀର୍ଥଯାତ୍ରୀ ବସ୍ ଉପରେ ଭୟଙ୍କର ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏହି ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 7, 2024, 6:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.