ଓଡିଶା

odisha

'ହିନ୍ଦୁ ଧର୍ମଗୁରୁଙ୍କ ଦ୍ବାରା ନିର୍ମାଣ ହେଉ ଭଗବାନ ରାମଙ୍କ ମନ୍ଦିର'

By

Published : Jan 5, 2020, 6:28 PM IST

ପୁଣି ଥରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ। ରାମ ମନ୍ଦିର ନିର୍ମାଣ ବାହାନାରେ ସେ ବିଶ୍ବ ହିନ୍ଦୁ ପରିଷଦ ଏବଂ ବିଜେପିକୁ ଟାର୍ଗେଟ କରିବା ସହ ମନ୍ଦିର ନିର୍ମାଣ ହିନ୍ଦୁଧର୍ମ ଗୁରୁଙ୍କ ଦ୍ବାରା କରାଯିବା ଦରକାର ବୋଲି କହିଛନ୍ତି। ଅଧିକ ପଢନ୍ତୁ...

Hindu dharmacha should buil ram temple says digvijay singh
'ହିନ୍ଦୁ ଧର୍ମଗୁରୁଙ୍କ ଦ୍ବାରା ନିର୍ମାଣ ହେଉ ଭଗବାନ ରାମଙ୍କ ମନ୍ଦିର'

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ପୁଣି ଥରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରଶ୍ନ କରିଛନ୍ତି। ରାମ ମନ୍ଦିର ନିର୍ମାଣ ବାହାନାରେ ସେ ବିଶ୍ବ ହିନ୍ଦୁ ପରିଷଦ ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି। ଏନେଇ ସେ କହିଛନ୍ତି ଯେ, ଭଗବାନ ରାମ ସମସ୍ତଙ୍କର। ଏଣୁ ମନ୍ଦିର ନିର୍ମାଣ ହିନ୍ଦୁ ଧର୍ମଗୁରୁଙ୍କ ଦ୍ବାରା କରାଯିବା ଦରକାର।

ସେହିପରି ଦିଗବିଜୟ ସିଂହ କହିଛନ୍ତି ଯେ, ରାଜନୈତିକ ଦଳ ଦ୍ବାରା ସଞ୍ଚାଳିତ ସଙ୍ଗଠନକୁ ମନ୍ଦିର ନିର୍ମାଣ ଠାରୁ ଦୂରେଇ ରଖିବା ଉଚିତ୍ । ଏହାର ନିର୍ମାଣ ଦାୟିତ୍ବ ରାମାଳୟ ଟ୍ରଷ୍ଟକୁ ଦିଆଯିବା ଦରକାର। କାରଣ ରାମାଳୟ ଟ୍ରଷ୍ଟରେ ସମସ୍ତେ ଶଙ୍କରାଚାର୍ଯ୍ୟ ଏବଂ ରାମାନନ୍ଦୀ ସମ୍ପ୍ରଦାୟ ସହ ଜଡିତ ଆଖଡା ପରିଷଦର ସଦସ୍ୟ ଅଛନ୍ତି। ଏହା ସହ ଜଗତଗୁରୁ ସ୍ବାମୀ ସ୍ବରୂପାନନ୍ଦ ସମସ୍ତଙ୍କ ଠାରୁ ବରିଷ୍ଠ ଥିବାରୁ ସେ ଏହି ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି। ରାମାଳୟ ଟ୍ରଷ୍ଟ ମାଧ୍ୟମରେ ଭଗବାନଙ୍କ ମନ୍ଦିର ନିର୍ମାଣ କରାଯାଉ।

ସେହିପରି ରାମ ମନ୍ଦିରର ନିର୍ମାଣ ସରକାରୀ ରାଜକୋଷରୁ କରାଯିବା ଉଚିତ୍ ନୁହେଁ। ବିଶ୍ବର ସମସ୍ତ ହିନ୍ଦୁ ଭଗବାନ ରାମଙ୍କୁ ନିଜର ଦେବତା ମାନୁଥିବାବେଳେ ଏହାର ନିର୍ମାଣ ପାଇଁ ସେମାନେ ସହଯୋଗ କରିବେ। ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ଦାୟିତ୍ବ ରାମାଳୟ ଟ୍ରଷ୍ଟକୁ ଦେବାକୁ ସ୍ବାମୀ ସ୍ବରୂପାନନ୍ଦ ଦାବି କରିଥିଲେ।

TAGGED:

ABOUT THE AUTHOR

...view details