ଓଡିଶା

odisha

ହଟିଲା କୋରୋନା ମୁକ୍ତ ଟ୍ୟାଗ, ସିକ୍କିମରେ ପ୍ରଥମ କୋଭିଡ-19 ପଜିଟିଭ ରିପୋର୍ଟ

By

Published : May 24, 2020, 8:44 AM IST

ସିକ୍କିମର 25 ବର୍ଷୀୟ ସେ ଦିଲ୍ଲୀରେ ରହି ପାଠ ପଢୁଥିଲେ । ସେ ଘରକୁ ଫେରିଥିବାବେଳେ କୋରୋନା ପଜିଟିଭ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ସିକ୍କିମରେ ପ୍ରଥମ କୋଭିଡ-19 ପଜିଟିଭ ରିପୋର୍ଟ
ସିକ୍କିମରେ ପ୍ରଥମ କୋଭିଡ-19 ପଜିଟିଭ ରିପୋର୍ଟ

ଗ୍ୟାଙ୍ଗଟକ: ଦେଶରେ କୋଭିଡ-19ରୁ ମୁକ୍ତ ଥିବା ପ୍ରଥମ ରାଜ୍ୟ ସିକ୍କିମରେ ଶନିବାର ପ୍ରଥମ ମାମଲା ରିପୋର୍ଟ ହୋଇଛି । ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଜ୍ୟରେ କୋରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣେ 25 ବର୍ଷୀୟ ଛାତ୍ର ଏବଂ ସେ ଦିଲ୍ଲୀରୁ ଫେରିଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ସହ ସଚିବ ପେମ୍ପା ଶେରିଙ୍ଗ ଭୁଟିଆ ଗଣମାଧ୍ୟମକୁ କହିଛନ୍ତି ଯେ, ଛାତ୍ରଙ୍କ ନମୁନା ପରୀକ୍ଷା ପାଇଁ ସିଲିଗୁଡିର ଉତ୍ତର ବଙ୍ଗଲା ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା । ରିପୋର୍ଟ ପରେ ସେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ କହିଛନ୍ତି ଯେ, ଛାତ୍ର ଜଣକ ଦକ୍ଷିଣ ସିକ୍କିମର ରବାଙ୍ଗଲା ନିବାସୀ ଏବଂ ସାର ଥୁତୋବ ନାମଗ୍ୟାଲ ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଭୁଟିଆ କହିଛନ୍ତି ଯେ, ଛାତ୍ର ଦିଲ୍ଲୀରେ ରହି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।

ସିକ୍କିମରେ ପ୍ରଥମ କୋଭିଡ-19 ପଜିଟିଭ ରିପୋର୍ଟ

ବିଶ୍ବର ସମଗ୍ର ଦେଶ ସହ ଭାରତରେ ମଧ୍ୟ କୋରୋନା ଭାଇରସ ବୃଦ୍ଧି ପାଉଛି । ସାରା ବିଶ୍ୱରେ 3 ଲକ୍ଷରୁ ଅଧିକ ଜୀବନ ଯାଇଥିବବେଳେ, 51 ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ସେହିପରି ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 31 ହଜାରକୁ ବୃଦ୍ଧି ପାଇଛି । 3 ହଜାର 868 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 54 ହଜାରରୁ ଉର୍ଦ୍ଧ୍ବ ସୁସ୍ଥ ହୋଇଛନ୍ତି । ସେହପରି ବର୍ତ୍ତମାନ 73 ହଜାର 162ଟି ମାମଲା ସକ୍ରିୟ ରହିଛି ।

ABOUT THE AUTHOR

...view details