ETV Bharat / bharat

ଦିଲ୍ଲୀ ମଦ ଦୁର୍ନୀତି ମାମଲା: 14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ କେଜ୍ରିୱାଲ - Kejriwal sent to Judicial Custody

author img

By ETV Bharat Odisha Team

Published : Jun 29, 2024, 8:36 PM IST

Kejriwal sent to judicial custody: 14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । 3 ଦିନିଆ ରିମାଣ୍ଡ ପରେ ଆଜି ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ ।

KEJRIWAL
KEJRIWAL (ETV Bharat)

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା । ଆଜି(ଶନିବାର) କେଜ୍ରିୱାଲଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ ରାଉଜ ଆଭେନ୍ୟୁ କୋର୍ଟ । ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା କେଜ୍ରିୱାଲଙ୍କୁ ଗତ 26 ଜୁନରେ ତିହାର ଜେଲରେ ଗିରଫ କରିଥିଲା ସିବିଆଇ । 3 ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରିଥିଲା । କୋର୍ଟ ତାଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ଦିଲ୍ଲୀ ଅବକାରୀ ନୀତି ମାମଲା ସହିତ ଜଡିତ କଥିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମାମଲାରୁ ତଦନ୍ତ କରୁଛି ସିବିଆଇ । ଆଜି କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ଅନୁରୋଧ କରିଥିଲା ସିବିଆଇ । ଜଷ୍ଟିସ ସୁନୈନା ଶର୍ମା ସିବିଆଇର ଅନୁରୋଧ ରକ୍ଷା କରି ତାଙ୍କୁ 14 ଦିନିଆ ନ୍ୟାୟିକ ହେପାଜତଙ୍କୁ ପଠାଇଛନ୍ତି ।

ଏନେଇ ଆଇନଜୀବୀ ଋଷିକେଷ କୁମାର କହିଛନ୍ତି, ‘12 ଜୁଲାଇରେ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ । ଆମେ କୋର୍ଟକୁ ଡାଇବେଟିସ ଔଷଧ, ଟେଷ୍ଟିଂ କିଟ ଓ ଘର ପ୍ରସ୍ତୁତ ଖାଦ୍ୟ ଦେବାକୁ ଅନୁରୋଧ କରିଥିଲୁ । କୋର୍ଟ ଆମ ଦାବି ସ୍ବୀକାର କରିଛନ୍ତି ।’

ଏହା ପଢନ୍ତୁ: କେଜ୍ରିଓ୍ବାଲଙ୍କୁ ଗିରଫ କଲା ସିବିଆଇ, ହସ୍ତକ୍ଷେପ କରିବାକୁ ମନା କଲେ କୋର୍ଟ

ସୂଚନା ଥାଉକି, ଦିଲ୍ଲୀ ଅବକାରୀ ଘୋଟଲାରେ କେଜ୍ରିୱାଲଙ୍କ ବିରୋଧରେ 2ଟି ମାମଲା ରୁଜୁ ହୋଇଛି । ପ୍ରଥମେ ଇଡି ଆର୍ଥିକ ଅନିୟମିତତା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିବା ବେଳେ ପରେ ମଦ ଦୁର୍ନୀତି ମାମଲାରେ ଭଷ୍ଟ୍ରାଚାରକୁ ନେଇ ସିବିଆଇ ଗିରଫ କରିଛି । ପୂର୍ବରୁ ଇଡି ତାଙ୍କୁ ମାର୍ଚ୍ଚ 21ରେ ଗିରଫ କରିଥିଲା । ସେ ତିହାର ଜେଲରେ ଥିବା ବେଳେ ଗତ ଜୁନ 26ରେ ତାଙ୍କୁ ସିବିଆଇ ଗିରଫ କରିଛି ।

ଏହା ପଢନ୍ତୁ:କେଜ୍ରିୱାଲଙ୍କୁ ଝଟକା; ଟ୍ରାଏଲ କୋର୍ଟ ଜାମିନ ଉପରେ ରୋକ୍ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

ମଦ ଦୁର୍ନୀତି ମାମଲା କଣ: ଦିଲ୍ଲୀର ସରକାର 2021 ମସିହାରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ଏହି ନିୟମ ଅନୁସାରେ ଘରୋଇ ଦୋକାନରେ ମଦ ବିକ୍ରି ନେଇ ଅନୁମତି ଦେଇଥିବା ବେଳେ ସରକାରୀ ଦୋକାନ ଗୁଡିକୁ ବନ୍ଦ କରାଯାଇଥିଲା । ଅବକାରୀ ନୀତି ଓ ମଦ ବିକ୍ରି କରିବା ଲାଗି ଜାରି ହେଉଥିବା ଲାଇସେନ୍ସରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ପରେ ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଉଭୟ ଇଡି ଓ ସିବିଆଇ ଏହି ମାମଲାର ତଦନ୍ତ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.