ETV Bharat / bharat

ବର୍ଷାରେ ବେହାଲ ଦିଲ୍ଲୀ; ନିର୍ମାଣାଧୀନ କୋଠା ଭୁଶୁଡି 3 ଶିଶୁ ମୃତ, 5 ଗୁରୁତର - HOUSE COLLAPSED IN GREATER NOIDA

author img

By ETV Bharat Odisha Team

Published : Jun 29, 2024, 1:41 PM IST

GREATER NOIDA HOUSE COLLAPSED: ଲଗାଣ ବର୍ଷାରେ ଭୁଶୁଡିଲା ନିର୍ମାଣାଧୀନ କୋଠା । ଚାପି ହୋଇଗଲେ 8 ଶିଶୁ । 3 ମୃତ, 5 ଗୁରୁତର । ଅଧିକ ପଢନ୍ତୁ

ନିର୍ମାଣାଧୀନ କୋଠା ଭୁଶୁଡି 3ଶିଶୁ ମୃତ, 5 ଗୁରୁତର
ନିର୍ମାଣାଧୀନ କୋଠା ଭୁଶୁଡି 3ଶିଶୁ ମୃତ, 5 ଗୁରୁତର (ETV Bharat Odisha)

ନୂଆଦିଲ୍ଲୀ: ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇପଡିଛି ଦିଲ୍ଲୀ । ବିଗତ 88 ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାବେଳେ ସ୍ଥିତି ସାଂଘାତିକ ରହିଛି । ଏହାରି ମଧ୍ୟରେ ଗ୍ରେଟର-ନୋଏଡାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିବାରୁ 3 ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଆଉ 5 ଶିଶୁ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୁରଜପୁର ଥାନାରେ ଏରିଆରେ ଗତକାଲି (ଶୁକ୍ରବାର) ରାତିରେ ଏହି ଅଘଟଣ ଘଟିଛି । ଲଗାଣ ବର୍ଷା ଫଳରେ କୋଠାଟି ଭୁଶୁଡି ପଡିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ସ୍ଥାନୀୟ ପ୍ରଶାସନ ତଦନ୍ତ ଆରମ୍ଭ କରିଛି ।

ଦାଦ୍ରି ତହସିଲ ଏରିଆରେ ଏହି ଅଘଟଣ ଘଟିଛି । ଗତ 24 ଘଣ୍ଟାର ଲଗାଣ ବର୍ଷା ଫଳରେ ଦିଲ୍ଲୀ ଓ ଏହାର ଉପକଣ୍ଠରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାରେ 8ଜଣ ଶିଶୁ ଖେଳୁଥିବା ସମୟରେ କୋଠାଟି ଭୁଶୁଡି ପଡିଥିଲା । କଂକ୍ରିଟ୍‌ ଭଗ୍ନାବଶେଷ ତଳେ ଶିଶୁମାନେ ପୋତି ହୋଇପଡିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ପ୍ରଶାସନ ଓ ପୋଲିସକୁ ସୂଚନା ଦେଇଥିଲେ । ଉଦ୍ଧାରକାରୀ ଟିମ୍‌ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ 3ଜଣ ଶିଶୁଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିଲା । ଅନ୍ୟ 5ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଘଟଣାସ୍ଥଳରେ ସ୍ଥାନୀୟ ଅତିରିକ୍ତ ମାଜିଷ୍ଟ୍ରେଟ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି । ପ୍ରାଥମିକ ଭାବେ ଲଗାଣ ବର୍ଷା କାରଣରୁ ମୂଳଦୁଆ ଦୁର୍ବଳ ହୋଇ କୋଠାଟି ଭୁଶୁଡି ପଡିଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛି ।

ଏହା ମଧ୍ୟ ପଢନ୍ତୁ :- ରାଜଘାଟରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଓ ୨ ଉପମୁଖ୍ୟମନ୍ତ୍ରୀ - CM MOHAN TRIBUTE TO GANDHIJI

ପାଣିପାଗ ବିଭାଗର ସୂଚନା ଅନୁସାରେ, ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଗତ 24ଘଣ୍ଟା ଧରି ବର୍ଷା ଜାରି ରହିଛି । ସଜଦରଜଙ୍ଗ ଏରିଆରେ ସର୍ବାଧିକ 228.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । 1936 ମସିହା ପରେ ଦିଲ୍ଲୀରେ 24 ଘଣ୍ଟାରେ ଏହା ହେଉଛି ସର୍ବକାଳୀନ ବର୍ଷା ରେକର୍ଡ । ଗତ 30ବର୍ଷ ଧରି ଦିଲ୍ଲୀରେ ସର୍ବାଧିକ ଦୈନିକ ବର୍ଷା 75.2 ମିଲିମିଟର ରେକର୍ଡ ହୋଇଥିଲା । ଗତକାଲି (ଶୁକ୍ରବାର) ପ୍ରବଳ ବର୍ଷା ଫଳରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ଏକ ନମ୍ବର ଟର୍ମିନାଲ ବିଲ୍ଡିଂର ସେଡ ଭୁଶୁଡି ପଡିଥିଲା । ଏଥିରେ ଜଣକ ମୃତ୍ୟୁ ହେବା ସହ ଏକାଧିକ କାର କ୍ଷତିଗ୍ରସ୍ତ ହୋଇଥିଲା । ଏବେ ସୁଦ୍ଧା ଏହି ଟର୍ମିନାଲ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.