ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଅନେକ ସ୍ଥାନରେ ଧାର୍ମିକସ୍ଥଳ ଖୋଲିଛି । ମନ୍ଦିର, ମସଜିଦ ଏବଂ ଗୁରୁଦ୍ବାରରେ ଶ୍ରଦ୍ଧାଳୁମାନେ ପାଖାପାଖି 2 ମାସ ପରେ ଠାକୁରଙ୍କୁ ଦର୍ଶନ ସହ ପୂଜାପାଠ ମଧ୍ୟ କରିପାରିବେ । ମାତ୍ର କୋରୋନା ମହାମାରୀକୁ ଦେଖି ଏହି ସମୟରେ ମନ୍ଦିର, ମସଜିଦରେ ନିୟମରେ କିଛି ପରିବର୍ତନ କରାଯାଇଛି । ଯାହାକୁ ନେଇ ସବୁ ରାଜ୍ୟ ନିଜ ନିଜର ଗାଇଡଲାଇନ ଜାରି କରିଛନ୍ତି ।
ମନ୍ଦିରରେ ନା ତିଲକ, ନା ମିଳିବ ପ୍ରସାଦ । ମାସ୍କ ଲଗାଇ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ ଓ ଶ୍ରଦ୍ଧାଳୁ । ଭକ୍ତମାନେ ପରସ୍ପରଠାରୁ 6 ଫୁଟର ଦୂରତା ବଜାୟ ରଖିବେ ଓ ମାସ୍କ ପିନ୍ଧିବେ । ସାନିଟାଇଜର ରଖିବା ସହ ସାବୁନରେ ହାତ ଧୋଇବା ବ୍ୟବସ୍ଥା କରାଯିବ । ସାମୂହିକ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ହେବନାହିଁ । ମନ୍ଦିରର ମୂର୍ତ୍ତି ପୁସ୍ତକ ସ୍ପର୍ଶ କରିବା ମନା । ଜୋତା ଚପଲ ନିଜ ଗାଡିରେ ରଖିବା ଭଳି ଗାଇଡଲାଇନ ରହିଛି ।