ETV Bharat / bharat

ଜୁଲାଇ ୨୨ରୁ ବଜେଟ ଅଧିବେଶନ, ୨୩ରେ ଆସିବ କେନ୍ଦ୍ର ବଜେଟ - Union budget

Union budget 2024-25: ଜୁଲାଇ ୨୨ରୁ ଆରମ୍ଭ ହେବ ସଂସଦ ବଜେଟ ଅଧିବେଶନ । ଜୁଲାଇ ୨୩ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 4:22 PM IST

Updated : Jul 6, 2024, 4:49 PM IST

ଜୁଲାଇ ୨୩ରେ କେନ୍ଦ୍ର ବଜେଟ, ଦିନକ ପୂର୍ବରୁ ଆରମ୍ଭ ହେବ ବଜେଟ ଅଧିବେଶନ
ଜୁଲାଇ ୨୩ରେ କେନ୍ଦ୍ର ବଜେଟ, ଦିନକ ପୂର୍ବରୁ ଆରମ୍ଭ ହେବ ବଜେଟ ଅଧିବେଶନ (Etv Bharat)

ନୂଆଦିଲ୍ଲୀ: ଜୁଲାଇ ୨୩ରେ ଆସିବ କେନ୍ଦ୍ର ବଜେଟ । ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ନିର୍ମଳା ସୀତାରମଣ । ଏନେଇ ଆଜି (ଶନିବାର) ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ଜୁଲାଇ ୨୨ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ଏହା ପ୍ରଥମ ବଜେଟ ଅଧିବେଶନ ହେବ ।

କେନ୍ଦ୍ରମନ୍ତ୍ରୀ ରିଜିଜୁ ସୋସିଆଲ ମିଡିଆ 'X'ରେ କହିଛନ୍ତି, ''ଭାରତ ସରକାରଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୨ରୁ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ବଜେଟ ଅଧିବେଶନ ପାଇଁ ସଂସଦର ଉଭୟ ଗୃହକୁ ଡାକିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଜୁଲାଇ ୨୩ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ ।'' ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିବେ । ଏହି ରେକର୍ଡ ହାସଲ କରିବାରେ ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ହେବେ ।

ସାଧାରଣ ନିର୍ବାଚନ ଥିବାରୁ ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ କାମଚଳା ବଜେଟ ଉପସ୍ଥାପନ କରିଥିଲେ । ଏବେ କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ । ମୋଦି ସରକାରଙ୍କ ତୃତୀୟ ପାଳିର ଏହା ପ୍ରଥମ ବଜେଟ ହୋଇଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିବ । ମୋଦି ସରକାରର ତୃତୀୟ ପାଳିର ପ୍ରଥମ ବଜେଟରେ ଅର୍ଥମନ୍ତ୍ରୀ ଟିକସଦାତାଙ୍କ ପାଇଁ କିଛି ବଡ ଘୋଷଣା କରିବା ନେଇ ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: 22ରୁ ବିଧାନସଭା; 25ରେ ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ - ODISHA BUDGET SESSION

ଏଠାରେ ପ୍ରକାଶଥାଉ କି, ଜୁନ ୨୩ରୁ ଅଷ୍ଟାଦଶ ଲୋକସଭାରେ ପ୍ରଥମ ଅଧିବେଶନ ବସିଥିଲା । ଏଥିରେ ନିଟ୍-ୟୁଜି ପେପର ଲିକ, ମଣିପୁର, ଅଗ୍ନିବୀର ଯୋଜନା ଇତ୍ୟାଦି ପ୍ରସଙ୍ଗକୁ ନେଇ ମୋଦି ସରକାରକୁ ଘେରିଥିଲେ ବିରୋଧୀ । ଏହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଜବାବ ଦେଇ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ ।

Last Updated : Jul 6, 2024, 4:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.