ETV Bharat / bharat

ହାଥରସ ଟ୍ରାଜେଡି: ପ୍ରଥମ ଥର ସାମ୍ନାକୁ ଆସିଲେ ଭୋଲେ ବାବା, କହିଲେ ଏମିତି - Bhole Baba came in front first time

HATHRAS SATSANG TRAGEDY: ହାଥରସ ସତସଙ୍ଗ ଦଳାଚକଟା ଘଟଣା । ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ସାମ୍ନାକୁ ଆସିଲେ ଫେରାର ଥିବା ଭୋଲେ ବାବା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 4:57 PM IST

HATHRAS SATSANG TRAGEDY
HATHRAS SATSANG TRAGEDY (ANI)

ଲକ୍ଷ୍ନୌ: ସାରା ଦେଶକୁ ଦୋହଲାଇ ଦେଇଥିବା ଉତ୍ତର ପ୍ରଦେଶ ହାଥରସ ସତସଙ୍ଗ ଦଳାଚକଟା ଘଟଣା । ପ୍ରଥମ ଥର ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଲେ ସତସଙ୍ଗର ଆୟୋଜକ ଭୋଲେ ବାବା । ଶୁକ୍ରବାର ଦିଲ୍ଲୀର ଏକ ହସ୍ପିଟାଲରେ ମୁଖ୍ୟ ଆୟୋଜକ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବ ପ୍ରକାଶ ମୁଧକରଙ୍କୁ ପୋଲିସ ଗିରଫ କରିଛି । ଏହାପରେ ଗଣମାଧ୍ୟମ ସମ୍ମୁଖକୁ ଆସି ପ୍ରତିକ୍ରିୟା ରଖିଛନ୍ତି ଫେରାର ଥିବା ଭୋଲେ ବାବା । ଏହି ଘଟଣାରେ ଏଯାବତ 121 ଜଣଙ୍କର ମୃତ୍ୟୁ ଘଟିଲାଣି ।

ଭୋଲେ ବାବା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଘଟଣାକୁ ନେଇ ମୁଁ ଦୁଃଖିତ । ଭଗବାନ ପୀଡ଼ିତାଙ୍କ ପରିବାରକୁ ଏହି ଦୁଃଖଦ ସମୟରେ ସହାୟ ହୁଅନ୍ତୁ । ସମସ୍ତେ ପ୍ରଶାସନ ଉପରେ ଭରସା ରଖନ୍ତୁ । ମୋର ଆଶା ବିଶ୍ବାସ ଯିଏ ବି ଏଥିରେ ସମ୍ପୃକ୍ତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆମ ଓକିଲ ଡ. ଏପି ସିଂହଙ୍କ ମାଧ୍ୟମରେ କମିଟିର ଲୋକଙ୍କୁ ଅନୁରୋଧ କରିଛି ଯେ ପୀଡ଼ିତଙ୍କ ପରିବାରକୁ ଜୀବନ ସାରା ସହାୟତା ପ୍ରଦାନ କରାଯାଉ । କମିଟି ଏହାକୁ ସ୍ବୀକାର କରିଥିବା ବେଳେ ପ୍ରୟାସ ମଧ୍ୟ ଆରମ୍ଭ ହୋଇଛି । ସମସ୍ତଙ୍କ ଆତ୍ମାକୁ ସଦଗତି ମିଳୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।"

ମୁଖ୍ୟ ଆୟୋଜକ ଗିରଫ:-

ଭୋଲେ ବାବାଙ୍କ ବୟାନ ମିଡିଆରେ ଆସିବା ପୂର୍ବରୁ ଦିଲ୍ଲୀର ଏକ ହସ୍ପିଟାଲରୁ ସତସଙ୍ଗର ମୁଖ୍ୟ ଆୟୋଜକ ଦେବ କୁମାର ମଧୁକରକୁ ପୋଲିସ ଗିରଫ କରିଛି । ମଧୁକରଙ୍କ ମୁଣ୍ଡରେ ୟୁପି ପୋଲିସ ପକ୍ଷରୁ 1ଲକ୍ଷ ପୁରସ୍କାର ରାଶି ରହିଥିଲା । ଏହାସହିତ ଅନ୍ୟ ଅଭିଯୁକ୍ତଙ୍କୁ କାବୁ କରିବା ଲାଗି ଉଦ୍ୟମ ଜାରି ରଖିଛି । ଅନ୍ୟପଟେ ଭୋଲେ ବାବାଙ୍କ ଓକିଲ ଏପି ସିଂହ କହିଛନ୍ତି ଯେ ମଧୁକର ଜଣେ ହୃଦରୋଗୀ । ସେ ଅସୁସ୍ଥତା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ସେ ଖୋଦ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଏହା ପୂର୍ବରୁ ପୋଲିସ 6 ଜଣଙ୍କୁ ଗିରଫ କରିଥିଲା । ସମିତି ସହ ଜଡ଼ିତ 17ଜଣ ଅନ୍ୟ ସେବାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କୁ ପଚରାଉଚରା ଜାରି ରହିଛି ।

ଜୁଲାଇ 2ରେ ଘଟିଥିଲା ଅଘଟଣ:-

ଗତ ଜୁଲାଇ 2 ତାରିଖରେ ହାଥରସ ସିକନ୍ଦରାରାଉ ଠାରେ ଭୋଲେବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏଯାବତ 121 ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ସିକନ୍ଦରାରାଉ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା 105, 110, 126(2), 223 ଓ 238 ଅନୁଯାୟୀ ଏଫଆଇଆର ରୁଜୁ ହୋଇଛି । ଏହି ଅଭିଯୋଗରେ ଦେବ ପ୍ରକାଶ ମଧୁକର ମୁଖ୍ୟ ଅଭିଯୁକ୍ତ ରହିଛନ୍ତି । ଅନ୍ୟପଟେ ୟୁପି ପୋଲିସ ଘଟଣାର ତଦନ୍ତ ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠନ କରିଥିବା ବେଳେ ଏଥିରେ ଆଲିଗଡ଼ କମିଶନର ଓ ଆଗ୍ରା ଜୋନ ଏଡିଜି ସଦସ୍ୟ ଅଛନ୍ତି ।

ଏହା ବି ପଢନ୍ତୁ- Hathras Tragedy : କିଏ ଏହି ଆତ୍ମଘୋଷିତ ଭୋଲେ ବାବା, ପୋଲିସ ଚାକିରିରୁ କିପରି ହେଲେ ଧର୍ମଗୁରୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.