ଅମରାବତୀ: ଅକ୍ସିଜେନ ଅଭାବରୁ 4 କୋରୋନା ରୋଗୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାରେ । ସେପଟେ ଏହି ଘଟଣାକୁ ଖଣ୍ଡନ କରିଛି କୁରନୁଲ ଜିଲ୍ଲା ପ୍ରଶାସନ ।
ଶୁକ୍ରବାର ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାରେ ଏକ ଘରୋଇ ହସପିଟାଲରେ ଅକ୍ସିଜେନ ଅଭାବରୁ 4 ଜଣ କୋରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । କୁରନୁଲର ଏକ ଘରୋଇ ହସପିଟାଲରେ 4 କୋରୋନା ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ରୋଗୀଙ୍କ ଆବଶ୍ୟକତା ହେଉଥିବା ଅକ୍ସିଜେନ ନଥିବାରୁ କୋରୋନା ଆକ୍ରାନ୍ତ ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି । ତୁରନ୍ତ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପହଞ୍ଚି ତଦନ୍ତ କରିଛି ।