ତିରୁପତି: ଆନ୍ଧ୍ର ପ୍ରଦେଶର ତିରୁପତି ରୁଇଆ ସରକାରୀ ହସ୍ପିଟାଲରେ ଅକ୍ସିଜେନ ଅଭାବ । ଏଥିଯୋଗୁଁ 11 ଜଣ ପ୍ରାଣ ହରାଇ ଥିବାବେଳେ 13 ଜଣ ଗୁରୁତର ଅଛନ୍ତି । ସେହିପରି ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ହସ୍ପିଟାଲରେ 130 ଜଣ କୋଭିଡ ରୋଗୀ ଚିକିତ୍ସିତ ହେଉଥିଲେ ।
ଅକ୍ସିଜେନକୁ ରିଲୋଡ୍ କରିବାରେ 5 ମିନିଟ ବିଳମ୍ବ ହେବା କାରଣରୁ 11 ରୋଗୀଙ୍କ ମୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଚିତ୍ତୋର ଜିଲ୍ଲାପାଳ ଏମ ହରି ନାରାୟଣ । ତେବେ ତୁରନ୍ତ ଅକ୍ସିଜେନର ବ୍ୟବସ୍ଥା କରାଯାଇ ବାକି ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିଛି । ପ୍ରାୟ 30 ଡାକ୍ତର ତୁରନ୍ତ ଆଇସିୟୁ ଅଭିମୁଖେ ଯାଇଥିଲେ ଓ ରୋଗୀଙ୍କୁ ଯାଞ୍ଚ କରିଥିଲେ ।