ଓଡିଶା

odisha

ETV Bharat / snippets

ଦେବୀ ନଦୀରେ ଗାଧୋଇବା ବେଳେ ଅଘଟଣ, ୩ ନାବାଳକ ମୃତ

By ETV Bharat Odisha Team

Published : Jun 19, 2024, 12:24 PM IST

ଦେବୀ ନଦୀରେ ଗାଧୋଇବା ବେଳେ ଅଘଟଣ, ୩ ନାବାଳକ ମୃତ
ଦେବୀ ନଦୀରେ ଗାଧୋଇବା ବେଳେ ଅଘଟଣ, ୩ ନାବାଳକ ମୃତ (ETV Bharat Odisha)

ପୁରୀ: ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ବାଲିଡିଆ ଗାଁ ନିକଟବର୍ତ୍ତୀ ଦେବୀ ନଦୀରେ ଗାଧୋଇବା ବେଳେ ଅଘଟଣ । ୩ ଜଣ ନାବାଳକ ମୃତ । ସୂଚନା ମୁତାବକ ନାବାଳକ ରୋହନ ବେହେରା, କାହ୍ନା ବେହେରା, ଓମ୍ ବେହେରା ମଧ୍ୟାହ୍ନରେ ଗାଧୋଇବାକୁ ଯାଇ ଘରକୁ ଫେରିନଥିଲେ । ଘର ଲୋକ ଦେବୀ ନଦୀରେ ଖୋଜାଖୋଜି କରି ନପାଇବାରୁ ଅସ୍ତରଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଦ୍ୱରା ତିନି ନାବାଳକକୁ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସମସ୍ତଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରେଫର କରାଯାଇଥିଲା । ସେଠାରେ ଡାକ୍ତର ନାବାଳକ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ:ପାଣିରେ ବୁଡ଼ି ମାଆ ଝିଅ ମୃତ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details