ETV Bharat / state

ନାବାଳିକା ଦୁଷ୍କର୍ମ ଓ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ଆଦିବାସୀଙ୍କ ବିକ୍ଷୋଭ

ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଦୁଇଟି ଘଟଣାକୁ ନେଇ ଗର୍ଜିଛି ଆଦିବାସୀ ସଂଗଠନ । ଦୁଷ୍କର୍ମ ପୀଡିତା ଓ ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବିଶାଳ ନ୍ୟାୟ ପଦଯାତ୍ରା ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : 3 hours ago

Protest For Justice
Protest For Justice (ETV Bharat Odisha)

ରାଇରଙ୍ଗପୁର: ଦୁଇ ଦୁଇଟି ଘଟଣାର ନ୍ୟାୟ ଦାବିରେ ଜୋରଦାର ବିକ୍ଷୋଭ। ଦୁଷ୍କର୍ମ ପୀଡିତା ଓ ଅନ୍ୟ ଜଣେ ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ମିଳିତ ଆଦିବାସୀ ସଂଘ ପକ୍ଷରୁ ବିଶାଳ ନ୍ୟାୟ ପଦଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ଆଦିବାସୀ ସଂଗଠନ ଏକାଠି ହୋଇ ଆଜି ଏକ ବିଶାଳ ରାଲିରେ ବାହାରି ରାଇରଙ୍ଗପୁର ସହର ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ ଆନ୍ଦୋଳନକାରୀ।

ନାବାଳିକାଙ୍କୁ ଦୁଷ୍କର୍ମ?

Protest For Justice (ETV Bharat Odisha)

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଏକ ଗ୍ରାମରେ କୁଡୁମୀ ସମ୍ପ୍ରଦାୟର 'କରମ' ପର୍ବ ହେଉଥିଲା । ଗତ ୧୪ ତାରିଖରେ ଆୟୋଜିତ କାର୍ଯ୍ୟକ୍ରମ ଦେଖିବାକୁ ଜଣେ ଆଦିବାସୀ ନାବାଳିକା ସେଠାକୁ ଯାଇଥିଲେ । ସେହି ରାତିରେ ଦୁବୁଲାବେଡା ଗ୍ରାମର 2 ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଘଟଣାକୁ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିଲା।

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ:

Protest For Justice
Protest For Justice (ETV Bharat Odisha)
ଗତ ୨୬ ଏପ୍ରିଲ ଶୁକ୍ରବାର ଦିନ ମୟୂରଭଞ୍ଜ ଜିଲ୍ଲାର ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ସେହି ମାସ ୨୦ ତାରିଖ ଦିନ ଛାତ୍ରୀ ଜଣକ ସ୍କୁଲ ହଷ୍ଟେଲରେ ଥିବା ସମୟରେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ଯାମଦା ମେଡିକାଲ ପରେ ରାଇରଙ୍ଗପୁର ମେଡିକାଲ ଓ ସେଠାରୁ ବାରିପଦା ପିଆରଏମ ମେଡିକାଲ କଲେଜ ସ୍ଥାନାନ୍ତରିତ କରାଯାଇଥିଲା । ବାରିପଦା ପିଆରଏମରେ ମଧ୍ୟ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ ୨୫ ଏପ୍ରିଲ ଗୁରୁବାର ଦିନ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ୨୬ ଏପ୍ରିଲ ଶୁକ୍ରବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏନେଇ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ମାଟ୍ରୋନ ଛାତ୍ରୀଙ୍କ ମୃତଦେହକୁ ଏକ କାର ଡିକିରେ ଭର୍ତ୍ତି କରି ପରିବାର ଲୋକଙ୍କ ନିକଟକୁ ପଠାଇ ଦେଇଥିଲେ । ମୃତଦେହକୁ ଏଭଳି ଅସମ୍ମାନ ଘଟଣାକୁ ନେଇ ପ୍ରତିବାଦ ହୋଇଥିଲା ।

ଏହା ବି ପଢନ୍ତୁ...ମମତା ମହାନ୍ତଙ୍କ କୁଶ ପୁତ୍ତଳିକା ଦାହକୁ ନେଇ ତାତିଲା କୁଡୁମି ସମାଜ, ବିଜେଡିକୁ ଦେଲା ଏମିତି ଚେତାବନୀ - Kudumi Samaj Supports Mamata

ଏହା ବି ପଢନ୍ତୁ...ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି - Minor Girl Rape Case

କ'ଣ ରହିଛି ଦାବି?
ଏହି ଦୁଇଟି ମାମଲାକୁ ନେଇ ଆଦିବାସୀ ସଂଗଠନ ସ୍ବର ଉତ୍ତୋଳନ କରିବା ସହିତ ରାଜରାସ୍ତାକୁ ଓହ୍ଲାଇଛନ୍ତି । ମିଳିତ ଆଦିବାସୀ ସଂଗଠନ ତରଫରୁ ଶହ ଶହ ସଂଖ୍ୟାରେ ମହିଳା, ପୁରୁଷ ଓ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ଆଜି ବିଶାଳ ରାଲିରେ ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଆଦିବାସୀ ସଂଗଠନ । ଦୁଷ୍କର୍ମ ପୀଡିତା ଆଦିବାସୀଙ୍କୁ ଆର୍ଥିକ ଏବଂ ସାମାଜିକ ନ୍ୟାୟ ପ୍ରଦାନ, ଦୋଷୀମାନଙ୍କୁ ଫାସୀ ଦଣ୍ଡାଦେଶ, ଅତ୍ୟାଚାର ବନ୍ଦ, ମୃତ ଛାତ୍ରୀଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ଦାବି ରହିଛି । ଏହା ସହିତ କାର ଡିକିରେ ମୃତ ଛାତ୍ରୀଙ୍କୁ ଆଣିଥିବା ଅଭିଯୋଗରେ ପ୍ରଧାନ ଶିକ୍ଷକ ଓ ମାଟ୍ରୋନଙ୍କୁ ଚାକିରିରୁ ବହିଷ୍କୃତ କରିବା ପାଇଁ ଦାବି ହୋଇଛି । ଆଗାମୀ ଦିନରେ ଯଦି ଆଦିବାସୀଙ୍କ ଉପରେ ଅତ୍ୟାଚାର ବନ୍ଦ ନହୁଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ବିଭିନ୍ନ ଆଦିବାସୀ ସଂଗଠନ ।

ଏହା ମଧ୍ୟ ପଢନ୍ତୁ ... ରକ୍ଷକ ସାଜିଥିଲା ଭକ୍ଷକ, ନାବାଳିକା ଦୁଷ୍କର୍ମକାରୀ କନେଷ୍ଟବଳକୁ ଏଭଳି ସଜ୍ଜା ଶୁଣାଇଲେ କୋର୍ଟ - Minor Girl Rape Case

ଏହା ମଧ୍ୟ ପଢନ୍ତୁ ...Sambalpur Murder: ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ନ୍ୟାୟ ଦାବିରେ ଅଡ଼ି ବସିଲେ ଲୋକେ, ଜଣେ ଗିରଫ - Justice For Victim

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.