ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଭଟ୍ଟୀ ବିକ୍ରମାର୍କ । ସେ ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଶାର ଗସ୍ତରେ ଆସିଛନ୍ତି । ଆଜି (ଶୁକ୍ରବାର) ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସୂଚନା ଅନୁସାରେ, ତେଲେଙ୍ଗାନାର ବରିଷ୍ଠ ପ୍ରଶାସକମାନଙ୍କର ଏକ ଟିମ ଓଡ଼ିଶା ଗସ୍ତରେ ଆସିଛନ୍ତି ।
ଦୁଇ ପଡୋଶୀ ରାଜ୍ୟ ଓଡି଼ଶା ଏବଂ ତେଲେଙ୍ଗାନା ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ପାଇଁ ଆଲୋଚନା ହୋଇଛି । ବିଭିନ୍ନ କ୍ଷେତ୍ରରେ ଉଭୟ ରାଜ୍ୟର ସହଯୋଗ ବିକାଶକୁ ଆହୁରି ସୁଦୃଢ଼ କରିବ । ତେଲେଙ୍ଗାନାରେ କଂଗ୍ରେସ ସରକାର ରହିଛି ।
ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଭେଟିଲେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ
Telangana Deputy CM Meets Mohan (ETV Bharat Odisha)
Published : Jul 12, 2024, 9:08 PM IST
ଇଟିଭି ଭାରତ, ଭୁବନେଶ୍ବର