ଓଡିଶା

odisha

By ETV Bharat Odisha Team

Published : Aug 24, 2024, 7:09 AM IST

ETV Bharat / snippets

ଜଗନଙ୍କ ପରେ ଚନ୍ଦ୍ରବାବୁ; କୋଟିଆରେ ପୁଣି ପଶିଲା ଆନ୍ଧ୍ର, ମୋହନ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ

କୋଟିଆରେ ପୁଣି ପଶିଲା ଆନ୍ଧ୍ର
କୋଟିଆରେ ପୁଣି ପଶିଲା ଆନ୍ଧ୍ର (ETV Bharat Odisha)

କୋରାପୁଟ:କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ପୁଣି ଅନୁପ୍ରବେଶ । ଧୁଳିପଦର, ଫାଟୁସେନେରୀ, ଫଗୁଣସେନେରୀ, ବଡ ବାରାବନ୍ଧ ଗ୍ରାମରେ ସ୍ବତନ୍ତ୍ର ଗ୍ରାମସଭା କଲା ଆନ୍ଧ୍ର । ସାଲୁର ମଣ୍ଡଳ ପ୍ରଜାପରିଷଦ ପକ୍ଷରୁ MGYSREGS ଯୋଜନାର କାର୍ଯ୍ୟକାରିତା ପାଇଁ ସ୍ବତନ୍ତ୍ର ଗ୍ରାମସଭା । ସାଧାରଣ ନିର୍ବାଚନ ସରିବା ପରେ ଓଡିଶା ଓ ଆନ୍ଧ୍ରରେ ସରକାର ବଦଳିଛି । NDA ସରକାରରେ TDP ସହଯୋଗୀ ରହିଛି । ଓଡିଶାରେ ବିଜେପି ସରକର କରିଛି । ସରକାର ପରିବର୍ତ୍ତନ ପରେ କୋଟିଆ ବିବାଦ ସମାଧାନ ହୋଇଯିବ ବୋଲି ଲୋକଙ୍କ ବିଶ୍ବାସ ରହିଥିଲା । ହେଲେ ପୂର୍ବ ଜଗନ ସରକାର ଭଳି ଚନ୍ଦ୍ରବାବୁ ନାଇଡୁ ସରକାର ପକ୍ଷରୁ ଅନୁପ୍ରବେଶ ଜାରି ରହିଛି । ଆନ୍ଧ୍ରର ସାଲୁର ମଣ୍ଡଳ ପକ୍ଷରୁ ଆନ୍ଧ୍ର ଦ୍ବାରା ଗଠିତ ଗଞ୍ଜେଇପଦର ପଂଚାୟତର ଧୂଳିପଦର ସମେତ ୪ ଟି ଗ୍ରାମରେ ଗ୍ରାମ ସଭା କରାଇଛନ୍ତି । ତେବେ ଏହା ମୋହନ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ।

ABOUT THE AUTHOR

...view details