ଓଡିଶା

odisha

ଭିଜିଲାନ୍ସ ହାତରେ ଲାଞ୍ଚୁଆ ବଡବାବୁ, 10 ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡିଲେ -Vigilance Raid

By ETV Bharat Odisha Team

Published : Jun 29, 2024, 7:27 PM IST

ଭିଜିଲାନ୍ସ ହାତରେ ଲାଞ୍ଚୁଆ ବଡବାବୁ
ଭିଜିଲାନ୍ସ ହାତରେ ଲାଞ୍ଚୁଆ ବଡବାବୁ (ETV Bharat Odisha)

କେନ୍ଦ୍ରାପଡା: ଲାଞ୍ଚ ନେବା ବେଳେ ଧରା ପଡ଼ିଲେ କିରାଣୀ ବାବୁ । ଜମିର ସାର୍ଟିଫାଏ ନକଲ କରାଇ ଦେବାକୁ 10 ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଅର୍ନ୍ତଗତ କଷଣଅଣ୍ଟା ଗାଁର ବିଘ୍ନେଶ ଦାସଙ୍କୁ ଜମିର ସାର୍ଟିଫାଏ ନକଲ ପାଇଁ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟକୁ ଆସିଥିଲେ। ହେଲେ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ମୁଖ୍ୟ କିରାଣୀ ସାର୍ଟିଫାଏ ନକଲ ପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ l ବାଧ୍ୟ ହୋଇ ବିଘ୍ନେଶ କେନ୍ଦ୍ରାପଡ଼ା ଦୁର୍ନୀତି ନିବାରଣ ଅଫିସରେ ଅଭିଯୋଗ କରିଥିଲେ l ଆଜି ବିଘ୍ନେଶଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କଟକ ଓ କେନ୍ଦ୍ରାପଡ଼ା ଦୁର୍ନୀତି ନିବାରଣ ବିଭାଗ ମିଳିତ ଭାବେ ଚଢ଼ାଉ କରି ମୁଖ୍ୟ କିରାଣୀଙ୍କୁ ଅଟକ ରଖି ତଦନ୍ତ କରୁଛି । ଅନ୍ୟପଟେ ଭିଜିଲାନ୍ସ ଅଭିଯୁକ୍ତଙ୍କ ବାସଭବନ କଟକରେ ଚଢ଼ାଉ ଜାରିରହିଛି l

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details