ETV Bharat / snippets

ଏକାଧିକ ଅଧିକାରୀଙ୍କୁ ମିଳିଲା ବିଭିନ୍ନ ମନ୍ତ୍ରୀଙ୍କ ସଚିବ ଦାୟିତ୍ବ

ଏକାଧିକ ଅଧିକାରୀଙ୍କୁ ମିଳିଲା ବିଭିନ୍ନ ମନ୍ତ୍ରୀଙ୍କ ସଚିବ ଦାୟିତ୍ବ (ETV Bharat Odisha)
author img

By ETV Bharat Odisha Team

Published : Jul 3, 2024, 9:00 AM IST

ଭୁବନେଶ୍ବର: ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ 5 ଜଣ ଅଧିକାରୀ ଓ 3 ଜଣ ଅଧିକାରୀ ‘ଓଏସଡି’ ଭାବେ ନିଯୁକ୍ତି ପାଇଛନ୍ତି । କୃଷି ବିଭାଗର ଅତିରିକ୍ତ ସଚିବ ପ୍ରଦୀପ ସାହୁଙ୍କୁ ରାଜସ୍ୱ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ, ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ (ବିଡିଏ)ର ଯୁଗ୍ମ ସଚିବଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଛି । ଭୁବନେଶ୍ୱର ଉପଜିଲାପାଳ ଥିବା ବରିଷ୍ଠ ‘ଓଏସ’ ଅଧିକାରୀ ମହେନ୍ଦ୍ର ପଣ୍ଡାଙ୍କୁ ବାଣିଜ୍ୟ ପରିବହନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଭଦ୍ରକର ଅତିରିକ୍ତ ଜିଲାପାଳ ସମ୍ବିତ ଗଡନାୟକଙ୍କୁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବ୍ୟକ୍ତିଗତ ସଚିବ, ରାୟଗଡାର ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀଙ୍କୁ ଏସସି/ଏସଟି, ସାମାଜିକ ସୁରକ୍ଷା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଓ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ମତ୍ସ୍ୟ, ପଶୁସମ୍ପଦ, ଏମଏସଏମଇ ବିଭାଗର ‘ଓଏସଡି’ ଭାବେ ନିଯୁକ୍ତି ପାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.