ଓଡିଶା

odisha

ETV Bharat / snippets

ଅସୁରକ୍ଷିତ କଳାହାଣ୍ଡିି; ଡେଲିଭରି ବୟ ଉପରେ ମରଣାନ୍ତକ ଆକ୍ରମଣ ! - Attack on Delivery Boy

Attack on Delivery Boy
Attack on Delivery Boy (ETV Bharat Odisha)

By ETV Bharat Odisha Team

Published : Jun 16, 2024, 8:42 PM IST

ଭବାନୀପାଟଣା: ଡେଲିଭରି ବୟ ଉପରେ ମରଣାନ୍ତକ ଆକ୍ରମଣ । ରକ୍ତାକ୍ତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି । କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଭବାନୀପାଟଣା ସହରର କ୍ଷେତ୍ରପାଳ ଭାଟି ଏକ ଘରୋଇ କମ୍ପାନୀର ଡେଲିଭରି ବୟ ଭାବରେ କାମ କରୁଥିଲେ । ଯମୁନାବାହାଲ ଗାଁରୁ ଡେଲିଭରି କରି ଫେରିବା ସମୟରେ ୩ ଜଣ ଦୃର୍ବୁତ୍ତ ତାଙ୍କ ବାଇକକୁ ଅଟକାଇ ପ୍ରଥମେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ପିଠିରେ ବାରମ୍ବାର ଆକ୍ରମଣ କରି ତାଙ୍କ ନିକଟରେ ଥିବା ଟଙ୍କା ବ୍ୟାଗ୍ ଓ ପାର୍ସଲ ସାମଗ୍ରୀ ନେଇ ଚମ୍ପଟ ମାରିଥିଲେ । ପରେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରି ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details