ETV Bharat / state

ନନ୍ଦନକାନନ-ଶିମିଳିପାଳରେ ‘ଦାନା’ ଭୟ; ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆକ୍ସନ ପ୍ଲାନ, କଣ୍ଟ୍ରୋଲ୍ ରୁମ୍, 3 ଦିନ ଦର୍ଶକଙ୍କୁ ମନା

ବଙ୍ଗୋପସାଗରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ନନ୍ଦନକାନନରେ ପ୍ରସ୍ତୁତି । ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ।

Nandankanan Zoo
Nandankanan Zoo (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରସ୍ତୁତି କରାଯାଇଛି । ନନ୍ଦନକାନନର ସମସ୍ତ କର୍ମଚାରୀଙ୍କୁ ଆବଶ୍ୟକ ସରଞ୍ଜାମ ସହିତ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ବାତ୍ୟା ଆସିବା ମାତ୍ରେ ସମସ୍ତ କର୍ମଚାରୀ ନିଜ ବିଭାଗରେ ଉପସ୍ଥିତ ରହିବେ । ଯଥାସମ୍ଭବ ଉପୁଜିଥିବା ସମସ୍ୟାର ତତ୍କାଳ ସମାଧନ ବ୍ୟବସ୍ଥା କରିବାକୁ କୁହାଯାଇଛି ।

Nandankanan Zoo
Nandankanan Zoo (ETV Bharat Odisha)

ବାତ୍ୟା ପୂର୍ବରୁ ୩ ଦିନ ଲାଗି ପାନୀୟ ଜଳ ଓ ଜୀବଜନ୍ତୁଙ୍କ ଖାଦ୍ୟ ମହଜୁଦ ରଖାଯିବ । ବାତ୍ୟାରେ ଗଛ ପଡିବାର ଆଶଙ୍କା ଥିବାରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ। ବିଦ୍ୟୁତ୍ ସମସ୍ୟା ଦୂର କରିବା ଲାଗି ଜେନେରେଟର୍‌ ଓ ଇନ୍‌ଭର୍ଟର୍ ପ୍ରସ୍ତୁତ ରଖାଯିବ ।

"ଜୀବଜନ୍ତୁମାନଙ୍କର ଆହତ କିମ୍ବା ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିଲେ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀଙ୍କ ସହିତ ଆବଶ୍ୟକ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ଚିକିତ୍ସା ଉପକରଣ ସହିତ ଚିକିତ୍ସକ ଦଳକୁ ସଜାଗ ରଖାଯାଇଛି । କୌଣସି ସ୍ଥାନରେ ଗଛ ଓ ଡାଳ ପଡ଼ିଲେ, ତା’କୁ ତୁରନ୍ତ କାଟି ହଟାଇବା ପାଇଁ ଗଛକଟା ମେସିନ୍ ଓ ରଶି ସହ କର୍ମଚାରୀ ଦଳ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ପରିସ୍ଥିତିକୁ ଦେଖି ଆବଶ୍ୟକ ପଡିଲେ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ବନ୍ଦ ରଖାଯିବା । ବାତ୍ୟା ହଟିବା ପରେ ପରିସର ଭିତରେ ପଡ଼ିଥିବା ଗଛ ଓ ଡାଳ କାଟି ହଟାଯିବ ପରେ ନିୟୋଜିତ କର୍ମଚାରୀ ପରିସରର ପରିସ୍ଥିତି ଅନୁଧ୍ୟାନ କରିବେ," ଏନେଇ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶ ମନୋଜ ନାୟର ।

ଏହା ବି ପଢନ୍ତୁ- ଅବପାତ ରୂପ ନେଲା ସଦୃଶ ଲଘୁଚାପ, ପାରାଦ୍ବୀପରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା

ଏହା ବି ପଢନ୍ତୁ- ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା; ନନ୍ଦନକାନନରୁ ପଶ୍ଚିମବଙ୍ଗ ଗଲା ବାଘୁଣୀ, ଆସିଲା ବିଲେଇ - Nandankanan Zoological Park

ବନ୍ଦ ରହିପାରେ ପ୍ରାଣୀ ଉଦ୍ୟାନ:-
ବାତ୍ୟାକୁ ଦୃଷ୍ଟିରେ ରଖି ବନ୍ଦ ହୋଇପାରେ ପ୍ରାଣୀ ଉଦ୍ୟା ନ। ଜୀବଜନ୍ତୁ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଯଦି କିଛି ସମସ୍ୟା ହୁଏ ତେବେ ୨୩ ରୁ ୨୫ ମଧ୍ୟରେ ପ୍ରାଣୀ ଉଦ୍ୟାନ ବନ୍ଦ କରାଯିବ ବୋଲି ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ନାୟାର ।

ଏହା ବି ପଢନ୍ତୁ- ଆକର୍ଷିତ କରୁଛି ଶିମିଳିପାଳ: କେଉଁଠୁ ଓ କେମିତି ପହଞ୍ଚିବେ, ପର୍ଯ୍ୟଟକଙ୍କ ପାଇଁ ଏଥର କ’ଣ ନୂଆ ?

ଏହା ବି ପଢନ୍ତୁ- ଖୋଲିଲା ଶିମିଳିପାଳ: କେଉଁଠି ରହିବେ, କେମିତି ବୁଲିବେ ? ପର୍ଯ୍ୟଟକଙ୍କ ହୋଇଛି ଏସବୁ ବ୍ୟବସ୍ଥା

ଜୀବଜନ୍ତୁଙ୍କ ଦିଆଯିବ ସୁରକ୍ଷା:-
ଏହା ସହ ପକ୍ଷୀ ଏନକ୍ଲୋଜର ଚାରିପାଖରେ ଜାଲ ଯୋଗାଇ ଦିଆଯିବ। ୱାଟର ବାର୍ଡ ଆଭିରି ଏବଂ ୱାଲ୍-ଅପ୍ ଆଭିଏରିରେ ପ୍ଲାଷ୍ଟିକ୍ ଜାଲ୍ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ଆଶ୍ରୟସ୍ଥଳ ପାଇଁ ପକ୍ଷୀ ଏନକ୍ଲୋଜର ଭିତରେ କାଠ ବାକ୍ସ ଯୋଗାଇବା ଆବଶ୍ୟକ। ଶୃଙ୍ଖଳା ଲିଙ୍କ୍ ଜାଲ୍, ୱେଲଡିଂ ମେସିନ୍, ବାନ୍ଧୁଥିବା Gl ତାର ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ଆଦି ରହିବ।

3 ଦିନ ବନ୍ଦ ଶିମିଳିପାଳ ଅଭୟାରଣ୍ୟ-

ମୟୂରଭଞ୍ଜ ସ୍ଥିତ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଆସନ୍ତା 23 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.