ଓଡିଶା

odisha

By ETV Bharat Odisha Team

Published : Jun 4, 2024, 3:16 PM IST

ETV Bharat / snippets

ବିଜେଡି ହାତରୁ ଖସୁଛି ଗଞ୍ଜାମ ଗଡ଼, ୧୩ ଆସନରୁ ୧୧ରେ ଆଗୁଆ ବିଜେପି -Odisha Lok Sabha Election Results 2024

ବିଜେଡି ହାତରୁ ଖସୁଛି ଗଞ୍ଜାମ ଗଡ଼, ୧୩ ଆସନରୁ ୧୧ରେ ଆଗୁଆ ବିଜେପି
ବିଜେଡି ହାତରୁ ଖସୁଛି ଗଞ୍ଜାମ ଗଡ଼, ୧୩ ଆସନରୁ ୧୧ରେ ଆଗୁଆ ବିଜେପି (ETV Bharat Odisha)

ଗଞ୍ଜାମ:ବିଜେଡି ହାତରୁ ଖସୁଛି ଗଞ୍ଜାମ ଗଡ଼ । ବର୍ତ୍ତମାନର ଟ୍ରେଣ୍ଡକୁ ଦେଖିଲେ, ବିଜେଡିର ଅଭେଦ୍ୟ ଗଞ୍ଜାମ ଗଡ଼ ଭେଦ କରିବାରେ ସଫଳ ହେଉଛି ବିଜେପି । ଜିଲ୍ଲାର ସମୁଦାୟ ୧୩ଟି ଆସନରୁ ବିଜେପି ୧୧ଟି ଆସନରେ ଲିଡ୍ କରୁଥିବାବେଳେ କେବଳ ଦୁଇଟିରେ ବିଜେଡି ଆଗୁଆ ଅଛି । ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆସ୍କାରେ ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁ ଆଗୁଆ ଅଛନ୍ତି । ଅନ୍ୟ ୧୧ଟି ଆସନ ଯଥା- ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ସୋରଡା, ଛତ୍ରପୁର, ସାନଖେମୁଣ୍ଡି, ବ୍ରହ୍ମପୁର, ଦିଗପହଣ୍ଡି, ଗୋପାଳପୁର, ଚିକିଟି ଏବଂ ଭଞ୍ଜନଗରରେ ବିଜେପି ପ୍ରାର୍ଥୀ ଲିଡ୍ କରୁଛନ୍ତି । ବ୍ରହ୍ମପୁର ଏବଂ ଆସିକା ଲୋକସଭା ଆସନରେ ମଧ୍ୟ ବିଜେପି ଆଗୁଆ ରହିଛି । କହିରଖୁଛୁ କି, ଗତ ୨୦୧୯ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ୧୩ ବିଧାନସଭା ଆସନରୁ ବିଜେଡି ୧୨ଟି ଜିତିଥିଲା ।

ABOUT THE AUTHOR

...view details