ଓଡିଶା

odisha

ETV Bharat / videos

ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ, ଗୋଟିଏ ବିଲ ପାଇଁ ଲକ୍ଷାଧିକ ଟଙ୍କା - Bolangir CCSO Arrested - BOLANGIR CCSO ARRESTED

By ETV Bharat Odisha Team

Published : Jul 13, 2024, 9:33 AM IST

Bolangir CCSO Arrested ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଡ ସରକାରୀ ଅଧିକାରୀ । ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସିସିଏସଓ ଶୁକ୍ରବାର 50 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏକ ପୁରୁଣା ବିଲ ପାସ କରିବାକୁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି ପ୍ରଭାକର ପାତ୍ର ପଚାଶ ହଜାର ଲାଞ୍ଚ ନେଉଥିବା ଜଣାପଡିଛି । ଭିଜିଲାନ୍ସ ବିଭାଗର ମିଳିତ ଟିମ ଏକ କାଳୀନ ଚାରୋଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। 

ଭିଜିଲାନ୍ସ ବିଭାଗ ସୂଚନା ଅନୁସାରେ, ଜଣେ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ପୁରୁଣା ବିଲ ପାସ କରି ଦେବାକୁ ସମ୍ପୃକ୍ତ ଅଧିକାରୀ ଲକ୍ଷାଧିକ ଟଙ୍କା ଲାଞ୍ଚ ମାଗି ଥିଲେ । ଏନେଇ ଅଭିଯୋଗକାରୀ କିଛି ଦିନ ପୂର୍ବରୁ ଏକ ଲକ୍ଷ ତିରିଶ ହଜାର ଟଙ୍କା ତାଙ୍କୁ ଦେଇଥିଲେ । ସେହିପରି ଅଧିକାରୀ ଜଣକ ତାଙ୍କ ବିଲ ନ କରି ଆହୁରି ଟଙ୍କା ଦାବି କରିଥିଲେ । ଯାହାକୁ ନେଇ ସମ୍ପୃକ୍ତ ଅଭିଯୋଗକାରୀ ଭିଜିଲାନ୍ସ ପାଖରେ ଲିଖିତ ଅଭିଯୋଗ କରିଥିଲେ । ସିଏସଓ କାର୍ଯ୍ୟାଳୟରେ ତାଙ୍କଠୁ ସିସିଏସଓ 50 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିଥିଲା । 

ଏହାମଧ୍ୟ ପଢନ୍ତୁ.. CBI ହାବୁଡ଼ରେ ଲାଞ୍ଚୁଆ CGST ଅଧୀକ୍ଷକ - CBI Arrests CGST Superintendent

ଏନେଇ ଭିଜିଲାନ୍ସ ତଦନ୍ତ ଜାରି ରଖିଛି । ଭିଜିଲାନ୍ସର ମିଳିତ ଟିମ ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଯେଉଁଥିରେ ବଲାଙ୍ଗୀର ସିଏସଓ କାର୍ଯ୍ୟାଳୟ, ବଲାଙ୍ଗୀର ସୂର୍ଯ୍ୟ ନଗର ସ୍ଥିତ ସିଲିକନ ଭ୍ୟାଲି, ତାଙ୍କ ଭଡା ଘର ଓ ଭୁବନେଶ୍ୱର ସ୍ଥିତ ଏକ ମାର୍କେଟ କମ୍ପ୍ଲେକ୍ସ, ଗଞ୍ଜାମ ଜିଲ୍ଲା ସ୍ଥିତ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ସେହିପରି ସମ୍ବଲପୁର ଭିଜିଲାନ୍ସ ବିଭାଗ କେଶ ନମ୍ବର 16ରେ ମାମଲା ରୁଜୁ କରି ଅଣ୍ଡର ସେକ୍ସନ ଦଫା 7 ପିସିରେ ତଦନ୍ତ ଜାରି ରଖିଥିବାର ଭିଜିଲାନ୍ସ ସୂଚନା ଦେଇଛି । 
 

ଇଟିଭି ଭାରତ, ବାଲଙ୍ଗୀର

ABOUT THE AUTHOR

...view details