ଓଡିଶା

odisha

ETV Bharat / videos

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଉପରାଷ୍ଟ୍ରପତି ଜଗଦିପ ଧନଖରଙ୍କ ପତ୍ନୀ - Sudesh Dhankhar visited to Puri

By ETV Bharat Odisha Team

Published : Mar 22, 2024, 9:28 PM IST

Sudesh Dhankhar visited to Puri Lord Jagannath Temple: ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଉପରାଷ୍ଟ୍ରପତି ଜଗଦିପ ଧନଖରଙ୍କ ପତ୍ନୀ ସୁଦେଶ ଧନଖର । ଆଜି ସେ ତାଙ୍କ ପରିବାର ଲୋକଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତେବେ ଉପରାଷ୍ଟ୍ରପତିଙ୍କ ପତ୍ନୀ ସୁଦେଶ ଧନଖରଙ୍କୁ ଶ୍ରୀମନ୍ଦିର ସିଂହ ଦ୍ବାର ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵାଗତ କରାଯାଇଥିଲା। ମନ୍ଦିର ପ୍ରଶାସନର ଅଧିକାରୀ ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ତାଙ୍କୁ ସ୍ଵାଗତ କରିଥଲେ। ପରେ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ।   

ଏହା ମଧ୍ୟ ପଢ଼ନ୍ତୁ.... ଶ୍ରୀମନ୍ଦିରରେ ପୁରୀ ସଂସଦୀୟ କ୍ଷେତ୍ରର ସମ୍ଭାବ୍ୟ ବିଜେଡି ପ୍ରାର୍ଥୀ, ନେଲେ ମହାପ୍ରଭୁଙ୍କ ଆଶୀର୍ବାଦ - BJD LEADERS AT SRIMANDIR

ପ୍ରଥମେ ଉପରାଷ୍ଟ୍ରପତିଙ୍କ ପତ୍ନୀ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ବାଇଶି ପାହାଚକୁ ମୁଣ୍ଡିଆ ମାରି ଶ୍ରୀମନ୍ଦିରକୁ ପ୍ରବେଶ କରିଥଲେ। ପରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥଲେ। ପରେ ବିମଳା ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର ସହ ପାର୍ଶ୍ଵଦେବାଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଶ୍ରୀମନ୍ଦିରର ପରମ୍ପରା, ଐତିହ ସମ୍ପର୍କରେ ସେ ପଚାରି ବୁଝିଥିଲେ। ଶ୍ରୀମନ୍ଦିର ପରମ୍ପରା ସମ୍ପର୍କରେ ଅବଗତି ହୋଇ ସେ ବେଶ ଖୁସି ହୋଇଥିଲେ। ପରେ ସେ ପ୍ରତ୍ୟାବର୍ତ୍ତନ କରିଥଲେ। ଏହି ଅବସରରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଉପରାଷ୍ଟ୍ରପତିଙ୍କ ପତ୍ନି ଓ ତାଙ୍କ ପରିବାର ବର୍ଗଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଉପହାର ଦିଆଯାଇଥିଲା। ମହାପ୍ରଭୂ ରଥ କାଠ, ରଥ ଦଉଡି଼, ସୁଖିଲି ମହା ପ୍ରାସାଦ ସହିତ ମହାପ୍ରଭୁଙ୍କ ଏକ ଫୋଟୋ ଉପହାର ଭାବେ ଦିଆଯାଇଥିଲା ।  

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details