ETV Bharat / state

ଉପାନ୍ତ ନୁହେଁ ଉପକଣ୍ଠ: ଦିନେ 5Tରେ ହୋଇଥିଲା ରୂପାନ୍ତରଣ, ଆଜି ଯାଏଁ ପହଞ୍ଚିନି କମ୍ପ୍ୟୁଟର - NO COMPUTERS IN SCHOOL

5Tରେ ହୋଇଥିଲା ସ୍କୁଲ ଚକାଚକ । ଏ ପର୍ଯ୍ୟନ୍ତ ମିଳିଲାନି କମ୍ପ୍ୟୁଟର । କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ 9 ସ୍କୁଲର ଛାତ୍ରଛାତ୍ରୀ ।

କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ
କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ (ETV Bharat Odisha)
author img

By ETV Bharat Odisha Team

Published : Nov 7, 2024, 8:52 PM IST

ନିଆଳି: ଚକାଚକ ସ୍କୁଲ । କାନ୍ଥ ବାଡ, କ୍ଲାସ ରୁମ ସବୁ ଚକାଚକ । ଚେୟାର ଟେବୁଲ ପଡିଛି । କମ୍ପ୍ୟୁଟର ରଖିବା ପାଇଁ ଜାଗା ମଧ୍ୟ ହୋଇଛି । ହେଲେ କମ୍ପ୍ୟୁଟର ନାହିଁ । ଫଳରେ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଗୋଟିଏ ସ୍କୁଲ ନୁହେଁ 9ଟି ସ୍କୁଲରେ ସମାନ ଅବସ୍ଥା । ଏହା କୌଣସି ଉପାନ୍ତ ଅଞ୍ଚଳ କଥା ନୁହେଁ ରାଜଧାନୀ ଉପକଣ୍ଠରେ ଏପରି ଅବସ୍ଥା । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକରୁ ଏପରି ଅଭିଯୋଗ ଆସିଛି । ପୂର୍ବ ବିଜେଡି ସରକାର ଅମଳରେ 5ଟି ସ୍କୁଲ ରୂପାନ୍ତିକରଣରେ ଏସବୁ ସ୍କୁଲ ରୂପାନ୍ତରିତ ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ସ୍କୁଲରେ ଲାଗିପାରିନି କମ୍ପ୍ୟୁଟର । ଯାହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଫେଲ୍‌ 5ଟି ରୂପାନ୍ତିକରଣ ଯୋଜନା !

NO COMPUTERS (ETV Bharat Odisha)

ଶିକ୍ଷା ବ୍ୟବସ୍ଥାକୁ ସୁଧାର ଆଣିବା ସହିତ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ପ୍ରଦାନ ପାଇଁ ପୂର୍ବ ସରକାର ଆରମ୍ଭ କରିଥିଲେ ୫ଟି ଯୋଜନା । ଏହି ଯୋଜନା ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟର ଭିତ୍ତିଭୂମି ପରିବର୍ତ୍ତନ ସାଙ୍ଗକୁ କ୍ଲାସ ରୁମ ହେବ ଚକାଚକ । ଏଥିପ୍ରତି ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ହେଲେ ଫଳ ଶୂନ୍ୟ । ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧିନରେ ଥିବା ୯ଟି ହାଇସ୍କୁଲରେ ଏଯାବତ୍ ପହଞ୍ଚି ପାରିନାହିଁ କମ୍ପ୍ୟୁଟର । ଫଳରେ ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ ହସ୍ତଗତ ହୋଇଛି । ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅଧିନସ୍ଥ ପାଖାପାଖି ୯ଟି ହାଇସ୍କୁଲ ପାଇଁ ପୂର୍ବ ବିଜେଡି ସରକାର ଅମଳରେ ୫ଟି ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବିନିମୟରେ ଶ୍ରେଣୀ ଗୃହ ରଙ୍ଗ, ଚେୟାର,ବେଞ୍ଚ ଓ ଲାଇବ୍ରେରୀ ସାଙ୍ଗକୁ କମ୍ପ୍ୟୁଟର ଶିକ୍ଷା ଏବଂ ଡିଜିଟାଲ ଶ୍ରେଣୀ ଗୃହ ନିର୍ମାଣ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ କମ୍ପ୍ୟୁଟର ।

ନବମ-ଦଶମ ଶ୍ରେଣୀ ପିଲା କମ୍ପ୍ୟୁଟର ଶିକ୍ଷାର ବଞ୍ଚିତ:

କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ
କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ (ETV Bharat Odisha)

ବାଲିଅନ୍ତା ବ୍ଲକ କାକରୁଦ୍ରପୁର ପତିତପାବନ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ର ଯୀଶୁଖ୍ରୀଷ୍ଟ ପରିଡା କହିଛନ୍ତି," ଦଶମ ଶ୍ରେଣୀରେ ଅଧ୍ୟୟନ କରନ୍ତି ୫୨ ଜଣ । ଏଠାରେ କମ୍ପ୍ୟୁଟର ନଥିବା ହେତୁ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । କମ୍ପ୍ୟୁଟର ପାଇଁ ଚେୟାର ଓ ଅନ୍ୟ ସାମଗ୍ରୀ ଅଛି କିନ୍ତୁ ଏପର୍ଯ୍ୟନ୍ତ କମ୍ପ୍ୟୁଟର ନଥିବା କାରଣରୁ ଆମ ବିଦ୍ୟାଳୟର ୯ ଓ ୧୦ ଶ୍ରେଣୀର ଛାତ୍ର ଛାତ୍ରୀ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛୁ ।’

ସେହିପରି ବିଦ୍ୟାଳୟ ଏସ.ଏମ.ସିର ଅଧ୍ୟକ୍ଷ ସୁକଦେବ ବେହେରା କହିଛନ୍ତି," ବାଲିଅନ୍ତା ବ୍ଲକର ୯ଟି ହାଇସ୍କୁଲ ତୃତୀୟ ପର୍ଯ୍ୟାୟରେ ୫ଟି ଯୋଜନା ସାମିଲ ହୋଇଥିଲା। ବିଦ୍ୟାଳୟରେ ସବୁ ସୁବିଧା ଥିଲେ ସୁଦ୍ଧା କମ୍ପ୍ୟୁଟର ଏପର୍ଯ୍ୟନ୍ତ ମିଳିନଥିବାରୁ ୧୦୪ ଜଣ ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ।

ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କ୍ଷିରୋଦ ଚନ୍ଦ୍ର ନାୟକ କହିଛନ୍ତି," ମୁଁ ନୂଆ ଆସିଛି ଏଠାରେ ପୂର୍ବ ପ୍ରଧାନ ଶିକ୍ଷକ ଏ ସବୁ ବିଷୟରେ ଅଧିକ ଜାଣିଥିବେ । ମୁଁ ଦେଖିବାକୁ ପାଇଛି ଆମ ବିଦ୍ୟାଳୟରେ କମ୍ପ୍ୟୁଟର ନାହିଁ ।’

NO COMPUTERS
NO COMPUTERS (ETV Bharat Odisha)

ସେହିପରି ଜଗନ୍ନାଥପୁର ଗାଦି ବ୍ରହ୍ମ ବାଳିକା ହାଇସ୍କୁଲରେ ମଧ୍ୟ ସମାନ ଅଭିଯୋଗ । ବିଦ୍ୟାଳୟ୧୦ମ ଶ୍ରେଣୀର ଛାତ୍ରୀ ବିଣାପାଣି ମହାରଣା କହିଛନ୍ତି,"ଛ' ମାସିଆ ପରୀକ୍ଷା ଶେଷ ହେଲାଣି । କମ୍ପ୍ୟୁଟର ପାଇଁ ଟଙ୍କା ଆସିଛି ଏ ପର୍ଯ୍ୟନ୍ତ କମ୍ପ୍ୟୁଟର ନଥିବା କାରଣରୁ ଆମେ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହୋଇଛି । ଅନ୍ୟ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପାଉଥିବା ସମୟରେ ଆମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛୁ ।’

ପ୍ରାକ୍ଟିକାଲ ନୁହେଁ ଥିଓରି ପଢୁଛନ୍ତି ପିଲା:

NO COMPUTERS
NO COMPUTERS (ETV Bharat Odisha)

ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ନାୟକ କହିଛନ୍ତି, ‘କମ୍ପ୍ୟୁଟର ଜରୁରୀ । ଆମେ କେବଳ ଥିଓରି ପଢାଉଛୁ । ଚେୟାର ଓ ଟେବୁଲ ମିଳିଛି କିନ୍ତୁ କମ୍ପ୍ୟୁଟର ମିଳିନାହିଁ । ଆମ ସ୍କୁଲ ଆକାଉଣ୍ଟକୁ ୪୫ ଲକ୍ଷ ଟଙ୍କା ଆସିଥିଲା, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମୁଁ ୪୦ ଲକ୍ଷ ୫୦ ହଜାର ଟଙ୍କା ବିଡ଼ିଓଙ୍କ ଆକାଉଣ୍ଟଙ୍କୁ ପଠାଇ ଦେଇଛି । ଏପର୍ଯ୍ୟନ୍ତ କମ୍ପ୍ୟୁଟର ନଥିବା କାରଣରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ସମସ୍ତେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।’

ଏହା ମଧ୍ୟ ପଢନ୍ତୁ:

ବାଟବଣା 5ଟି ସ୍କୁଲ: ଅଧାରୁ କାମ ବନ୍ଦ, ବାରାଣ୍ଡାରେ ଚାଲିଛି ପାଠପଢା, ନାହିଁ ଶୌଚାଳୟ

ଚାଲିଛି ପ୍ରସ୍ତୁତି, ଖୁବଶୀଘ୍ର ଲାଗୁ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା

ମୋହନ ମାଝୀ ସରକାରଙ୍କ ବଡ଼ ପ୍ରୋତ୍ସାହନ, ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୫ ହଜାର, କମିବ ଡ୍ରପଆଉଟ୍

ବଦଳିଲା ନବମ-ଦଶମ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରେସ, ସବୁଜ ବଦଳରେ ହେଲା ଖଇରିଆ-ବାଦାମୀ ରଙ୍ଗ - SCHOOL UNIFORMS CHANGES

ଏସବୁ ସ୍କୁଲରେ ନାହିଁ କମ୍ପ୍ୟୁଟର:

ବାଲିଅନ୍ତା ବ୍ଲକର ପତିତପାବନ ହାଇସ୍କୁଲ, ଗାଦିବ୍ରହ୍ମ ବାଳିକା ହାଇସ୍କୁଲ, ଜଟେଶ୍ବର ବାଳିକା ହାଇସ୍କୁଲ, ଭିଙ୍ଗାରପୁର ବାଳିକା ହାଇସ୍କୁଲ, ଜଟେଶ୍ବର ହାଇସ୍କୁଲ, ପଞ୍ଚବଟି ହାଇସ୍କୁଲ,ମହୁଖଣ୍ତା ହାଇସ୍କୁଲରେ କମ୍ପ୍ୟୁଟର ନଥିବା ଅଭିଯୋଗ ହୋଇଛି ।

ନିଜେ ତଦନ୍ତ କରିବେ କହିଲେ ବିଡିଓ:

ଏ ସମ୍ପର୍କରେ ବାଲିଅନ୍ତା ବ୍ଲକ ବିଡ଼ିଓ ପବିତ୍ର କୁମାର ସାମଲ କହିଛନ୍ତି, ‘ମୋ ଦୃଷ୍ଟିକୁ ଆସିଛି ଘଟଣାର ମୁଁ ନିଜେ ତଦନ୍ତ କରିବି କାହିଁକି କମ୍ପ୍ୟୁଟର ବିଦ୍ୟାଳୟରେ ପହଞ୍ଚି ନାହିଁ । ପରବର୍ତ୍ତୀ ସମୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.