ଜାତିସଂଘ ମହାସଭାରେ ‘ଜାତୀୟ ବକ୍ତବ୍ୟ’ ପ୍ରସଙ୍ଗରେ ବକ୍ତବ୍ୟ ରଖିଲେ ସମ୍ବିତ ପାତ୍ର - HUMAN RIGHTS COUNCIL
🎬 Watch Now: Feature Video
Published : Nov 6, 2024, 10:32 PM IST
ଭୁବନେଶ୍ବର: ନ୍ୟୁୟର୍କରେ ଭାରତୀୟ ସଂସଦୀୟ ପ୍ରତିନିଧି ଦଳର ସଦସ୍ୟ ତଥା ପୁରୀ ସାଂସଦ ସମ୍ବିତ ପାତ୍ର ନ୍ୟୁୟର୍କର ଜାତିସଂଘ ମହାସଭାରେ ଭାରତର ପ୍ରତିନିଧିତ୍ବ କରି ଏକ ଗୁରୁତ୍ବପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଛନ୍ତି । ମାନବାଧିକାର ପରିଷଦର ହାଇକମିଶନରଙ୍କ ରିପୋର୍ଟ ଉପରେ 'ଜାତୀୟ ବକ୍ତବ୍ୟ' ପ୍ରସଙ୍ଗରେ ସମ୍ବିତ ପାତ୍ର ଭାରତର ସ୍ଥିତି ସ୍ପଷ୍ଟ କରିଛନ୍ତି । ସେ ତାଙ୍କ ଭାଷଣରେ ଭାରତର ବିକାଶମୂଳକ ଯାତ୍ରା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ମାନବାଧିକାର ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତାକୁ ଉପରେ କହିଛନ୍ତି । ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତର ପ୍ରତିନିଧି ଭାବରେ ସମ୍ବିତ ପାତ୍ର ଭାରତର ସାଂସ୍କୃତିକ ବୈଚିତ୍ର୍ୟ, ସାମାଜିକ ସମାବେଶୀକରଣ ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଛନ୍ତି । ଭାରତର ବିଦେଶୀ ନୀତି ଏବଂ ଅନ୍ତର୍ଜାତୀୟ ସମ୍ପର୍କରେ ଏହି ଐତିହାସିକ ଭାଷଣ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର