ETV Bharat / state

ଉଭୟ ପଡ଼ିଆରେ ହେବ ବାଲିଯାତ୍ରା, ରାସ୍ତା ଉପରେ ବସିବେ ନାହିଁ ବୁଲା ବିକାଳୀ: ହାଇକୋର୍ଟ - HIGH COURT ON BALI YATRA

କଟକ ବାଲିଯାତ୍ରାକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ଦୂର ହୋଇଛି । ସବୁ ଥର ଭଳି ଏଥର ବି ଉଭୟ ଉପର ଓ ତଳ ପଡିଆରେ ହେବ ବାଲିଯାତ୍ରା ।

HC On Baliyatra
HC On Baliyatra (ETV Bharat Odisha)
author img

By ETV Bharat Odisha Team

Published : Nov 7, 2024, 9:53 PM IST

କଟକ: ଦୂର ହେଲା ବାଲିଯାତ୍ରା ଦ୍ବନ୍ଦ୍ବ । ଉଭୟ ଉପର ଓ ତଳ ପଡିଆରେ ହେବ ବାଲିଯାତ୍ରା । ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନକୁ ନେଇ ଯେଉଁ ଦ୍ୱନ୍ଦ୍ବ ଉପୁଜିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଫଳରେ ଅନେକ ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ବାଲିଯାତ୍ରା ସମୟରେ ଯେପରି ଭିଡ଼ ନଉପୁଜେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାଲିଯାତ୍ରା ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ସଙ୍ଗମ ସାହୁ ଓ ଜଷ୍ଟିସ ଭି ନରସିଂହ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ପାର୍କିଂ ବ୍ୟବସ୍ଥାକୁ ନେଇ କୋର୍ଟଙ୍କ ପ୍ରଶ୍ନ:

ମାମଲାର ଶୁଣାଣି ସମୟରେ କଟକ ଜିଲ୍ଲାପାଳ ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇଥିଲେ । ଏହାସହ କଟକ ଡିସିପି,ସିଏମସି କମିଶନରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ହୋଇଥିଲେ । ବାଲିଯାତ୍ରା ସମୟରେ ପ୍ରବଳ ଭିଡ଼ ହୋଇଥାଏ । ତାହାକୁ କିପରି ନିୟନ୍ତ୍ରଣ କରାଯିବ ବୋଲି ଡିସିପିଙ୍କୁ ପ୍ରଶ୍ନ କରିଥଲେ କୋର୍ଟ । ବିଶେଷକରି ଯୋବ୍ରା ପଟୁ ବାଲିଯାତ୍ରା ପଡିଆ ଆସୁଥିବା ଗାଡି ଗୁଡିକ ପାଇଁ କେମିତି ଓ କେଉଁ କେଉଁ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ସେନେଇ କୋର୍ଟ ପ୍ରଶ୍ନ କରିଥିଲେ । ଜଣେ ଚାଳକ ଯୋବ୍ରା ପଟରୁ ବାଲିଯାତ୍ରା ଆସିଲେ ୨ ରୁ ୩ ଘଣ୍ଟା ସମୟ ଲାଗିଥାଏ । କିପରି ଏହାକୁ ନିୟନ୍ତ୍ରଣ କରାଯିବ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କଟକ ଡିସିପି କହିଥିଲେ, "ମାତାମଠ ଏବଂ ବୋଷ କଲେଜ ସାମ୍ନାରେ ପ୍ରାୟ ୨ ରୁ ୩ ହଜାର ବାଇକ ଗୁଡିକ ପାର୍କିଂ ବ୍ୟବସ୍ଥା କରାଯାଇଛି ।"

ଟ୍ରାଫିକ ନିୟନ୍ତ୍ରଣ ନେଇ ପ୍ରଶ୍ନ:

"ଯଦି ୧୦ ହଜାରରୁ ୧୨ ହଜାର ବାଇକ ଗୁଡିକ ଆସିବ ତେବେ କିପରି ଏହାକୁ ନିୟନ୍ତ୍ରଣ କରାଯିବ" ବୋଲି ପୁଣି ପ୍ରଶ୍ନ କରିଥିଲେ କୋର୍ଟ । ଏହାସହ ଅଧିକରୁ ଅଧିକ ପାର୍କିଂ ସ୍ଥାନ ପ୍ରସ୍ତୁତ କରିବାକୁ କୋର୍ଟ ପରାମର୍ଶ ଦେଇଥିଲେ । କେବଳ ସେତିକି ନୁହେଁ, ଯେଉଁ ପାର୍କିଂ ସ୍ଥାନରେ ଲୋକମାନେ ଗାଡି ରଖିବେ, ଉକ୍ତ ସ୍ଥାନ ଗୁଡ଼ିକରୁ ବାଲିଯାତ୍ରା ପଡିଆକୁ ଆସିବା ପାଇଁ ମାଗଣା ଗାଡି ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବାଲିଯାତ୍ରାରେ ସୁରକ୍ଷା ପାଇଁ ୬୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ୨୦ ରୁ ଅଧିକ ଆଉଟ ପୋଷ୍ଟର ବ୍ୟବସ୍ଥା କରାଯିବ ବୋଲି କୋର୍ଟଙ୍କୁ ଅବଗତ କରିଛନ୍ତି ଡିସିପି ।

ଶବ୍ଦ ପ୍ରଦୂଷଣ ରୋକିବା ଲାଗି ନିର୍ଦ୍ଦେଶ:

ସେହିପରି ବାଲିଯାତ୍ରା ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ଲାଗି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କଟକ ଡିସିପି ମଧ୍ୟ କୋର୍ଟଙ୍କୁ ଅବଗତ କରିଛନ୍ତି ଯେ ବାଲିଯାତ୍ରା ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବିଶେଷକରି ଡିଜେ ବାଜିବା ଉପରେ ସମ୍ପୂର୍ଣ୍ଣ କଟକଣା କରାଯିବ । କେହି ଯେପରି ଅଧିକ ଶବ୍ଦରେ ଡ଼ାକବାଜି ଯନ୍ତ୍ର ବ୍ୟବହାର ନ କରିବେ ସେଥିପାଇଁ ପୋଲିସ ଅନୁମତି ଦେବାବେଳେ ସଚେତନ କରିବ । ଲୁଟେରାମାନଙ୍କ ଉପରେ ନଜର ରଖିବା ପାଇଁ ପୂର୍ବ ଭଳି ପୋଲିସ ପଦକ୍ଷେପ ନେବ। ସାଧା ପୋଷାକ ପୋଲିସ ଡ୍ୟୁଟି କରିବେ ଏବଂ ଲୁଟେରାମାନଙ୍କୁ ଠାବ କରିବା ପାଇଁ ସିସିଟିଭିର ବନ୍ଦୋବସ୍ଥ କରାଯିବ । ସେହିପରି ରାସ୍ତା ଉପରେ ଯେପରି ଭିଡ଼ ନ ଜମେ ସେଥିପାଇଁ ବିକଳ୍ପ ରାସ୍ତା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ...ଦୁର୍ନୀତି ହେଲା କାଳ ! ସିଏମସି ହାତରୁ ଖସିଲା ବାଲିଯାତ୍ରା ଟେଣ୍ଡର

ଉପର ପଡିଆରେ ଆୟୋଜନ କରାନଗଲେ କ'ଣ ଅସୁବିଧା ହେବ?

ଉପର ପଡ଼ିଆରେ ୬୦୧ ଜଣ ବ୍ୟବସାୟୀଙ୍କୁ ବ୍ୟବସାୟ କରିବାକୁ ଅନୁମତି ଦିଆଯାଇଥାଏ । ଚଳିତବର୍ଷ ମଧ୍ୟ ୬୦୧ ଜଣ ବ୍ୟବସାୟୀ ପଞ୍ଜିକରଣ କରି ସାରିଲେଣି । ପରମ୍ପରା ଅନୁଯାୟୀ, ବାଲିଯାତ୍ରା ପ୍ରଥମେ ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ତଳ ପଡିଆକୁ ସମ୍ପ୍ରସାରଣ କରାଯାଇଛି । ସମୟାନୁକ୍ରମେ ବ୍ୟବସାୟୀମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଫଳରେ ଅଧିକରୁ ଅଧିକ ଜମିର ଆବଶ୍ୟକ ରହିଛି । ଗତ ୨୦୨୨ ମସିହାରେ ତଳ ବାଲିଯାତ୍ରା ପଡିଆରେ ବାଲିଯାତ୍ରା ଆୟୋଜନ ନେଇ NGTଙ୍କ ନିର୍ଦ୍ଦେଶନାମା ପରେ ସମସ୍ୟା ବଢିଥିଲା । ତଳ ପଡ଼ିଆରେ କେବଳ ୩୪ ଏକର ଜମିରେ ବାଲିଯାତ୍ରା ଆୟୋଜନ କରିବାକୁ NGT ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢନ୍ତୁ...ଭୁବନେଶ୍ବରରେ ୧୦ ଦିନିଆ ବାଲିଯାତ୍ରା, କଳା ସଂସ୍କୃତିର ଝଲକ ଦେଖିବେ ଦେଖଣାହାରୀ

ଆମ୍ବୁଲାନ୍ସ ପାଇଁ ସ୍ୱତନ୍ତ୍ର ଗ୍ରୀନ କରିଡର:

ପ୍ରବଳ ଭିଡ ଯୋଗୁ ଏହି ସମୟରେ ଜଣେ ରୋଗୀ ଯଦି ଆମ୍ବୁଲାନ୍ସରେ ବଡ଼ ମେଡିକାଲକୁ ଯିବାକୁ ଚାହିଁବ ତେବେ ଏହି ସ୍ଥାନ ଦେଇ ଯିବା ସମ୍ଭବପର ହେବ ନାହିଁ । ତେଣୁ ଆମ୍ବୁଲାନ୍ସ ଯିବା ପାଇଁ ସ୍ଵତନ୍ତ୍ର ଗ୍ରୀନ କରିଡର କରାଯିବ ବୋଲି କୋର୍ଟଙ୍କୁ ଅବଗତ କରିଛନ୍ତି ଜିଲ୍ଲାପାଳ । କଟକ ଡିସିପିଙ୍କ ସହ ଆଲୋଚନା କରି ଏନେଇ ପ୍ରଶାସନ ନିଷ୍ପତ୍ତି ନେବ।

ରାସ୍ତା କଡରେ ବସିବେ ନାହିଁ ଛୋଟ ବ୍ୟବସାୟୀ!

ବାଲିଯାତ୍ରା ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଛୋଟ ଛୋଟ ବ୍ୟବସାୟୀମାନେ ଆସିଥାନ୍ତି। ସିଏମସି ଏବଂ ପ୍ରଶାସନ ସେମାନଙ୍କ ଠାରୁ ୟୁଜର୍ସ ଫି ନେଇ ସେମାନଙ୍କୁ ରାସ୍ତା କଡରେ ବ୍ୟବସାୟ କରିବାକୁ ଅନୁମତି ଦେଇଥାଏ । ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିଥାଏ। ଏହାକୁ କୋର୍ଟ ଗୁରୁତ୍ୱର ସହ ନେଇ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କ୍ୟାଣ୍ଟେନମେଣ୍ଟ ରୋଡ଼ ନିକଟରେ ଯେପରି କୌଣସି ବୁଲା ବ୍ୟବସୟୀ ନ ବସନ୍ତି ସେଥିପାଇଁ ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ...ବାଲିଯାତ୍ରା ଦ୍ୱନ୍ଦ୍ୱ, ଉପର ପଡ଼ିଆରେ ବ୍ୟବସାୟ ହେବ କି ନାହିଁ ୪ରେ ନିଷ୍ପତ୍ତି
ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା:

ଉଭୟ ଉପର ଏବଂ ତଳ ପଡ଼ିଆରେ ୧୨୦ଟି ଶୌଚାଳୟର ବ୍ୟବସ୍ଥା କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରାଯାଇଛି । ଯାହାକୁ ନେଇ କୋର୍ଟ ଅସନ୍ତୋଷ ଜାହିର କରିଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ କଣ ଏତିକି ଶୌଚାଳୟ ଯଥେଷ୍ଟ ବୋଲି ପ୍ରଶ୍ନ କରିଥିଲେ। ତେଣୁ ଆହୁରି ଅଧିକ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି । ସେହିପରି ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ବାଲିଯାତ୍ରା ସମୟରେ ଅଗ୍ନିଶମ ବିଭାଗ କିପରି ପ୍ରସ୍ତୁତ ଅଛି ତାହା ମଧ୍ୟ ଜାଣିବାକୁ ଚାହିଁଥିଲେ କୋର୍ଟ । ଅଗ୍ନିଶମ ବିଭାଗର ଅଧିକାରୀ କୋର୍ଟରେ ହାଜର ହୋଇ କୋର୍ଟଙ୍କୁ ଅବଗତ କରିଥିଲେ ଯେ, ବାଲିଯାତ୍ରା ପଡ଼ିଆରେ ୬ଟି ଅଗ୍ନିଶମ କାର୍ଯ୍ୟାଳୟ ଖୋଲାଯିବ । ସମସ୍ତ ଉପକରଣ ସହ ଆବଶ୍ୟକୀୟ ସଂଖ୍ୟକ କର୍ମଚାରୀ ନିୟୋଜିତ କରାଯିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.