ଓଡିଶା

odisha

ETV Bharat / videos

ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

By ETV Bharat Odisha Team

Published : 5 hours ago

ରାଇରଙ୍ଗପୁର: ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର । ବାତ୍ୟା 'ଦାନା' ଲ୍ୟାଣ୍ଡଫଲ୍ କରିବା ପରେ ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ପବନ ସହ ଲଗାଣ ବୃଷ୍ଟିପାତ ଜାରି ରହିଛି । କିଛି କିଛି ସ୍ଥାନରେ ଗଛ ଓ ବିଦୁତ୍ ଖୁଣ୍ଟ ପଡ଼ିଥିବା ବେଳେ ସେଗୁଡିକୁ ସଫା କରାଯାଉଛି ।ତେବେ ଜିଲ୍ଲାରେ ବାତ୍ୟାର ପ୍ରଭାବ ନଥିବାବେଳେ ବର୍ତ୍ତମାନ ଯାଏଁ ଜିରୋ କେଜୁଆଲିଟି ରହିଛି । 

ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ବୈଠକ କରିଛନ୍ତି । ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ଆଇଏଏସ ଅଧିକାରୀ ବିନିତ ଭରଦ୍ୱାଜ, ଜିଲ୍ଲାପାଳ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ । କ୍ଷୟକ୍ଷତି ନେଇ ତୁରନ୍ତ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲଗାଣ ବର୍ଷା ଲାଗି ରହିଥିଲେ ସୁଦ୍ଧା ଜିଲ୍ଲାର ନଦୀ ଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ।  

ଏହା ମଧ୍ୟ ପଢନ୍ତୁ ...ଆଶା ଦିଦି ଶିବାନୀଙ୍କ ସହ କଥାହେଲେ ମୋହନ ମାଝୀ; ଭଲ କାମ ପାଇଁ ପ୍ରଶଂସା କଲେ, ମିଳିବ ଘର 


ଇଟିଭି ଭାରତ, ମୟୂରଭଞ୍ଜ  

ABOUT THE AUTHOR

...view details