ଓଡିଶା

odisha

ETV Bharat / videos

ପୋଖରୀରେ ବୁଡି ୨ ନାବାଳକଙ୍କ ସଲିଳ ସମାଧି, ଗାଁରେ ଶୋକର ଛାୟା - ଭଦ୍ରକରେ ନାବାଳକଙ୍କ ମୃତ

By ETV Bharat Odisha Team

Published : Mar 5, 2024, 10:58 PM IST

Two Child drowned to death in pond in Bhadrak: ଭଦ୍ରକ: ପୋଖରୀରେ ବୁଡି ଦୁଇ ନାବାଳକଙ୍କର ମୃତ୍ୟୁ । ଘଟଣାଟି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୀମାନ୍ତ କୋରିଗାଁର ନାଉରି ଗଡ଼ିଆ ଗ୍ରାମର । ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଅଲେଖ ବିଶ୍ବାଳଙ୍କ ପୁଅ ହେମନ୍ତ ବିଶ୍ବାଳ ଏବଂ ବାସୁଦେବ ବିଶ୍ବାଳଙ୍କ ପୁଅ କାର୍ତ୍ତିକ ବିଶ୍ବାଳ ଗୋହିରା ଟିକିରି ମଠ ପାଖରେ ଥିବା ଏକ ପୋଖରୀ ନିକଟକୁ କୋଳି ଖାଇବାକୁ ଆସିଥିଲେ। ତେବେ ସେମାନେ କୋଳି ଖାଇ ସାରିବା ପେର ସେଠାରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ ବୋଲି ଜଣାପଡିଛି।  

ଏହା ମଧ୍ୟ ପଢ଼ନ୍ତୁ....  ରାଜଧାନୀରେ ଚାଞ୍ଚଲ୍ୟ; ନିଶା ପାଇଁ ଯୁବକଙ୍କୁ ହତ୍ୟା ଅଭିଯୋଗ

କୌଣସି କାରଣରୁ ଗାଧୋଇବା ବେଳେ ଜଣଙ୍କର ଗୋଡ ଖସିଯିବାରୁ ଯିବାରୁ ସେ ପୋଖରୀରେ ବୁଡି ଯାଉଥିବା ଦେଖି ଅନ୍ୟ ଜଣେ ସ୍ଥାନୀୟ ଲୋକଙ୍କୁ ଡାକିବା ସହିତ ତାସାଙ୍ଗକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ବେଳେ ପାଦ ଖସି ଯାଇଥିଲା। ଫଳରେ ସେ ଉଦ୍ଧାର କରିବା ପରିବର୍ତ୍ତେ ପାଣିରେ ବୁଡି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖବର ପାଇ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବହୁ କଷ୍ଟରେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ସକ୍ଷମ ହୋଇଥିଲେ ଅଗ୍ନିଶମ ବାହିନୀ। ପରେ ଉଭୟଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଉଭୟ ପଞ୍ଚମ ଶ୍ରେଣୀର ଛାତ୍ର ଏବଂ ବୟସ 10 ରୁ 12 ବର୍ଷ ହେବା ବୋଲି ଅନୁମାନ କରାଯାଉଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟ ପକ୍ଷରେ ଏନେଇ ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହ ଦ୍ୱୟକୁ ବ୍ୟବଚ୍ଛେଦ ପାଇଁ ରଖି ଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details