ଓଡିଶା

odisha

ETV Bharat / videos

ନବରଙ୍ଗପୁରରେ ନିର୍ବାଚନ ପ୍ରସ୍ତୁତି; ପୋଲିଂ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ - Election 2024

By ETV Bharat Odisha Team

Published : Mar 13, 2024, 10:52 AM IST

ନବରଙ୍ଗପୁର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଓଡ଼ିଶାରେ ଏକାସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ବାଚନ ପରିଚାଳନା ପାଇଁ ପୋଲିଂ ଅଧିକାରୀମାନଙ୍କ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି । ଜିଲ୍ଲାର 4ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା, ନବରଙ୍ଗପୁର, ଉମରକୋଟ, ଡାବୁଗାଁ ଓ ଚନ୍ଦାହାଣ୍ଡି ଠାରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟର ଏହି ତାଲିମ କାର୍ଯ୍ୟକ୍ରମ 15 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରତ୍ୟେକ କେନ୍ଦ୍ରରେ ପ୍ରତିଦିନ 500 ଜଣ ଲେଖାଏଁ ପୋଲିଂ ଅଧିକାରୀ ତାଲିମ ଗ୍ରହଣ କରିବେ । ପ୍ରତ୍ୟେକ କେନ୍ଦ୍ରରେ 15 ଜଣ ଲେଖାଏଁ ମାଷ୍ଟର ଟ୍ରେନର ସାଧାରଣ ନିର୍ବାଚନ ପାଇଁ ଆବଶ୍ୟକ ନୀତି ନିୟମ ସହ ଇଭିଏମ, ଭିଭିପାଟର ବ୍ୟବହାର ସମ୍ପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରୁଛନ୍ତି । ଜିଲ୍ଲାରେ ମୋଟ 992ଟି ବୁଥ ଥିବାବେଳେ ପ୍ରତ୍ୟେକ ବୁଥରେ 6 ଜଣ ଲେଖାଏଁ ପୋଲିଂ ଅଧିକାରୀ ନିୟୋଜିତ ହେବେ । ନିର୍ବାଚନକୁ ଅବାଧ ନିରପେକ୍ଷ ଭାବରେ ଶାନ୍ତିଶୃଙ୍ଖଳା ସହକାରେ ଅନୁଷ୍ଠିତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ସଚେତନ ମତାଦାତା ନିଶ୍ଚୟ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଆଶା ବ୍ୟକ୍ତ କରିବା ସହ ଚଳିତ ବର୍ଷ ୪ଟି ସ୍ଥାନରେ ସଖି ବୁଥ କରାଯିବ ବୋଲି ସୂଚନା ଦେଇଛନ୍ତି  ।

ଏହା ମଧ୍ୟ ପଢନ୍ତୁ- ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଭାରତୀୟ ଗଣତନ୍ତ୍ରର ଶକ୍ତି: ECI

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

...view details