ଓଡିଶା

odisha

ETV Bharat / videos

ଜଗତସିଂହପୁରରେ ବୁଲେଟ ରାଣୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନରେ କରୁଛନ୍ତି ଦେଶ ଭ୍ରମଣ - BULLET RANI RAJALAXMI

By ETV Bharat Odisha Team

Published : Mar 26, 2024, 9:17 AM IST

Bullet Rani Rajalaxmi Manda in Jagatsingpur: ଜଗତସିଂହପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ଜଗତସିଂହପୁରରେ ପହଞ୍ଚିଲେ ତାମିଲନାଡୁର ବୁଲେଟ ରାଣୀ ରାଜଲକ୍ଷ୍ମୀ ମାଣ୍ଡା । ସୋମବାର ଅପରାହ୍ନରେ ବୁଲେଟ ରାଣୀ ରାଜଲକ୍ଷ୍ମୀ ଜଗତସିଂହପୁର ସହର ସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ବିଜେପି ନେତ୍ରୀ କ୍ରିଷ୍ଣା ମହାନ୍ତି ପ୍ରମୁଖ ସ୍ୱାଗତ କରିବା ସହ ପାଛୋଟି ନେଇଥିଲେ । କିଛି ସମୟ ଆଲୋଚନା ପରେ ବିଜେପି କର୍ମକର୍ତ୍ତାମାନଙ୍କ ସହ ଜଗତସିଂହପୁର ସହର ବୁଲିଥିଲେ ବୁଲେଟ ରାଣୀ । ଏହି ଅବସରରେ ରାଜଲକ୍ଷ୍ମୀ କହିଛନ୍ତି ଯେ, ସେ ଭାରତର ବିଭିନ୍ନ ରାଜ୍ୟ ବୁଲି ଭୋଟ୍ ଫର ନେସନ ନାରା ଦେବା ସହିତ ପ୍ରତ୍ୟେକ ଭାରତୀୟ ଆସନ୍ତା ସାଧାରଣ ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ନିବେଦନ କରିଛନ୍ତି । ସେହିଭଳି 'ଅବକୀ ବାର, ଚାରସୋ ପାର' ମଧ୍ୟ ନାରା ଲଗାଇଥିଲେ । ସେ ଭାରତର ବିଭିନ୍ନ ରାଜ୍ୟ ବୁଲିବା ସହିତ 21 ହଜାର କିଲୋମିଟର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାମଧ୍ୟ ପଢନ୍ତୁ...କଟକରେ ବୁଲେଟ ରାଣୀ ରାଜଲକ୍ଷ୍ମୀ ମାଣ୍ଡା - Bulletrani In Cuttack
 

ସୂଚନାଯୋଗ୍ୟ, ବୁଲେଟ ରାଣୀ ରାଜଲକ୍ଷ୍ମୀ ମାଣ୍ଡା ବୁଲେଟ ଯୋଗେ ତାମିଲନାଡୁର ମଦୁରାଇରୁ ଗତ ଫେବ୍ରୁଆରୀ 12 ତାରିଖରୁ ବାହାରି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଛତିଶଗଡ଼ ଦେଇ ଓଡ଼ିଶାକୁ ପ୍ରବେଶ କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲା ବୁଲିବା ପରେ ଜଗତସିଂହପୁରରେ ପହଞ୍ଚିଛନ୍ତି । ସହରରେ ପହଞ୍ଚିବା ପରେ ବିଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେ ଜଗତସିଂହପୁରରୁ ବାହାରି ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଓଡ଼ିଶା ପରେ ସେ ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ଦେଇ ଦିଲ୍ଲୀରେ ପହଞ୍ଚିବେ । ଜଣେ ମହିଳା ଭାବେ ଦୀର୍ଘ 21 ହଜାର କିଲୋମିଟର ପଥ ଅତିକ୍ରମ କରିବାର ଏକ ବିରଳ ରେକର୍ଡ କରିଛନ୍ତି ବୁଲେଟ ରାଣୀ ରାଜଲକ୍ଷ୍ମୀ ମାଣ୍ଡା ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details