ୱାକଫ ବିଲକୁ BJDର ବିରୋଧ,ଏଭଳି କହିଲା BJP
Published : 4 hours ago
ଭୁବନେଶ୍ବର: ୱାକଫ ବିଲକୁ ବିରୋଧ କରି ବିଜେଡିର ପ୍ରତିବାଦ । ୱାକଫକୁ ନେଇ ବିଜେଡି ସାଂସଦ ମୁନ୍ନା ଖାଁ ଆଣିଥିବା ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ବିରୋଧ କରିବା ନାଁରେ କିଛି ଲୋକ ବିରୋଧ କରୁଛନ୍ତି । ଜଷ୍ଟିସ ଟୁ ଅଲ୍, କେହି ଅନ୍ୟାୟର ଶିକାର ହେବେନି, ବାଜପେୟୀ ଓ ଶ୍ୟମା ପ୍ରସାଦ ମୁଖାର୍ଜୀଙ୍କ ଏହି ନୀତିରେ ବିଜେପି ସରକାର ଚାଲିଛି । କାହାକୁ ତୁଷ୍ଟିକରଣ ନକରି ସମସ୍ତଙ୍କୁ ନ୍ୟାୟ ଦେବା ଦିଗରେ କେନ୍ଦ୍ର ସରକାର କାମ କରୁଛନ୍ତି । ଦେଶ ପାଇଁ ଯାହା ଆବଶ୍ୟକତା ତାହା କରାଯାଉଛି । ଏହାକୁ ଦେଶର ୯୯ ପ୍ରତିଶତ ଲୋକ ସମର୍ଥନ କରୁଛନ୍ତି । ଯାହା ନ୍ୟାୟ ତାହା କରାଯିବ । ୱାକଫ ଆଇନ ସଂଶୋଧନ ଦେଶ ପାଇଁ ଆବଶ୍ୟକ । ଏହାକୁ ନେଇ ଚର୍ଚ୍ଚା ହେବ, ଆଲୋଚନା ହେବ, ହେଲେ ଯାହା ଆବଶ୍ୟକ ତାହା କରାଯିବ ।
ମନମୋହନ ସାମଲ ଆହୁରି କହିଛନ୍ତି ଯେ, ଆସନ୍ତା ୧୨ ତାରିଖରେ ସରକାରକୁ ୬ ମାସ ପୂରିବ । ଯେଉଁ କାମ କରିବୁ ଭଲ କି କରିବୁ, ଠିକ୍ ଠାକ୍ କରିବୁ । ସରକାର ଆମର । ଗୋଟେ କଥା ଅଛି, ଧୀର ପାଣି ପଥର କାଟେ । ନିଶ୍ଚିତ ଭାବେ ଉପଯୁକ୍ତ ସମୟରେ ଗୋଟିଏ ପରେ ଗୋଟିଏ ଆବଶ୍ୟକତାକୁ ପୂରଣ କରି ଚାଲିବୁ । ତଳ ସ୍ତରରେ କ୍ଷମତାକୁ ପହଞ୍ଚାଇବାକୁ ବ୍ୟବସ୍ଥା କରିବୁ । ଆମେ ବି ଚିନ୍ତିତ ଅଛୁ । ସମସ୍ତ ଦାୟିତ୍ବ ଆମର ଜଣେ ଯୋଗ୍ୟ କର୍ମକର୍ତ୍ତା ପାଉ, ସେ ତାର ନେତୃତ୍ୱ ବିକାଶ କରୁ, ଲୋକଙ୍କ ସେବା କରୁ, ନିଜର ମଧ୍ଯ ଅନୁଭବ ଅଭିଜ୍ଞତା ବଢ଼ାଉ, ଆମେ ସେଇଆ ହିଁ ଚାହୁଁଛୁ । ଦଳୀୟ ସ୍ତରରେ ବିଚାର ବିମର୍ଶ ପରେ ସବୁ କିଛି ଚୂଡ଼ାନ୍ତ ହେବ ।
ଏହାମଧ୍ୟ ପଢ଼ନ୍ତୁ...ବିରଜା ପରିକ୍ରମା ପ୍ରକଳ୍ପ ଓ ହାଟକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ଏହାମଧ୍ୟ ପଢ଼ନ୍ତୁ...ଧର୍ମଶାଳା ବିଧାୟକ ଓ ପୋଲିସକୁ ଟାର୍ଗେଟ କଲେ ବିଜେଡି ନେତ୍ରୀ ପ୍ରମିଳା, ହିମାଂଶୁ କହିଲେ.. |
ସେପଟେ ସାଂସଦ ମୁନା ଖାଁଙ୍କ ଉପରେ ଖୁବ ବର୍ଷିଛନ୍ତି ବିଜେପି ସଂଖ୍ୟାଲଘୁ ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ । ସେ କହିଛନ୍ତି, "ୱାକଫ ବୋର୍ଡ ବିଲକୁ ବିରୋଧ କରିବା ହାସ୍ୟାସ୍ପଦ କଥା । ୱାକଫ ବୋର୍ଡରେ ବିଜେଡି ସରକାରରେ ମଧ୍ୟ ଓଡିଆ ଅଫିସର ରହିଥିଲେ ଏଵେ ହିନ୍ଦୁ ସମ୍ପ୍ରଦାୟର ଲୋକ ବୋର୍ଡରେ ରହିଲେ ଅସୁବିଧା କଣ । ମୁନା ଖାଁଙ୍କ ପାଖରେ କୌଣସି ତଥ୍ୟ ନାହିଁ ସେ ଗଣମାଧ୍ୟମରେ କେବଳ ବାହାରିବା ପାଇଁ ଆସୁଛନ୍ତି । ୨୪ ବର୍ଷର ସରକାର ୱାକଫ ବୋର୍ଡକୁ ଲୁଟିଛନ୍ତି, ବୋର୍ଡର ଜମି ଗୁଡିକ ବିଜେଡି ନେତା ବିକ୍ରି କରିବା ସହ କୋଟି କୋଟି ଟଙ୍କା ହଡପ କରିଛନ୍ତି । ଦୀର୍ଘ ୧୨ ବର୍ଷ ହେବ ୱାକଫ ବୋର୍ଡ ନାହିଁ । ଯାଜପୁର, ଭଦ୍ରକ ଆଦି ସ୍ଥାନରେ ୱାକଫ ବୋର୍ଡ ଜମିକୁ ବିଜେଡି ନେତା ମାନେ ହଡପ କରିଛନ୍ତି । ସେତେବେଳେ ମୁନା ଖାଁ କଣ କରୁଥିଲେ ଏବେ କାହିଁକି କହୁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର