ଓଡିଶା

odisha

ETV Bharat / videos

୧୪ ଦିନିଆ ବିଦେଶ ଗସ୍ତ ସାରି ଓଡିଶା ଫେରିଲେ ବାଚସ୍ପତି ସୁରମା ପାଢ଼ୀ

By ETV Bharat Odisha Team

Published : Nov 10, 2024, 9:32 PM IST

ଭୁବନେଶ୍ବର: ୧୪ ଦିନିଆ ବିଦେଶ ଗସ୍ତ ସାରି ଓଡିଶା ଫେରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଅଷ୍ଟ୍ରେଲିଆର ସିଡନୀ ଠାରେ ମିଳିତ ଜାତିସଂଘ ସଂସଦୀୟ ସଂଗଠନ ବୈଠିକ ନଭେମ୍ବର ୩ରୁ ୮ ତାରିଖ ପର୍ଯ୍ୟନ୍ତ ରହିଥିଲା, ଯେଉଁଥିରେ ଯୋଗ ଦେବାପାଇଁ ବିେଦେଶ ଗସ୍ତ କରିଥିଲେ ବାଚସ୍ପତି । ଏହି ଗସ୍ତ ସମୟରେ ବାଚସ୍ପତି ଜାପାନ ଟୋକିଓ ସାଉଥ କୋରିଆର ସିଆଲ ଠାରେ ପ୍ରଭାସୀ ଓଡ଼ିଆଙ୍କ ସହିତ ସାକ୍ଷାତକାର କରିଥିଲେ । ଏହାସହ ଭାରତୀୟ ଦୂତବାସଙ୍କ ସହିତ ସାକ୍ଷାତ କରିବା ସହିତ ସ୍ଥାନୀୟ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳ ବୁଲିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । 

ଓଡିଶା ଫେରିବା ପରେ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, "ବୈଠକରେ ମିଳିତ ଜାତିସଂଘରେ ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିବା ପାଇଁ AIର କ'ଣ ପ୍ରୟୋଗ, ପ୍ରୟୋଗ ସମୟରେ ଆସୁଥିବା ସମସ୍ୟା ଓ ତାର ସମାଧାନ ଦିବରେ ବିଶେଷ ଭାବରେ ଆଲୋଚନା ହୋଇଥିଲା । ମହିଳା ପାର୍ଲିଆମେଣ୍ଟାରୀମାନେ କେମିତି ଗଣତନ୍ତ୍ରକୁ ସମୃଦ୍ଧି କରିବା ଦିଗରେ ସେମାନଙ୍କ ଦକ୍ଷତା ବିକାଶ ହେବା ସହ କିଭଳି ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବ ଏ ବିଷୟରେ ଆଲୋଚନା ହୋଇଥିଲା । ଗଣତନ୍ତ୍ର ପରମ୍ପରାରେ LGBTQଙ୍କ ଯୋଗଦାନ ରହିବ । ଯାହାଦ୍ବାରା ବିବିଧ କ୍ଷେତ୍ରରେ ସେମାନେ କିପରି ଯୋଗଦାନ କରିବେ ସେ ବିଷୟରେ ଆଲୋଚନା ହୋଇଥିଲା ।"
 

ଏହା ମଧ୍ୟ ପଢ଼ନ୍ତୁ...ଆଞ୍ଚଳିକ ଭାଷାରେ ସମ୍ବାଦପତ୍ର ଦ୍ବାରା ଆଞ୍ଚଳିକ ବିକାଶ ହୋଇପାରିବ: ସୁରମା ପାଢ଼ୀ - Pre Independence Day Celebration

ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ଭେଟିଲେ ବାଚସ୍ପତି ସୁରମା ପାଢୀ - Surama Meets President

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details