ଓଡିଶା

odisha

ETV Bharat / videos

ଦୁର୍ବଳ ହେଲା ବାତ୍ୟା, ପାରାଦ୍ବୀପ ବନ୍ଦର କୁଳକୁ ଫେରିଲା ଜାହାଜ

By ETV Bharat Odisha Team

Published : 4 hours ago

ଜଗତସିଂହପୁର: ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ପବନ ଓ ବର୍ଷା ଗତକାଲି ଠାରୁ ଲାଗି ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାତାର ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଦିଆଯାଇଛି । ଜିଲ୍ଲା ଜରୁରୀ ବିଭାଗରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (୦୬୭୨୪-୨୨୦୩୬୮) ଖୋଲାଯାଇଛି । ଜିଲ୍ଲାରେ ବାତ୍ୟା 'ଦାନା'ର ପ୍ରଭାବରେ ସେପରି କୌଣସି କ୍ଷୟ କ୍ଷତି ହୋଇନାହିଁ । ମିଳିଥିବା ତଥ୍ୟ ଅନୁସାରେ, ଜିଲ୍ଲାରେ ଗତକାଲି ରାତି ସୁଦ୍ଧା ୪୧୧୬୭ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କୁ ସକାଳେ ଶୁଖିଲା ଖାଦ୍ୟ ଦିଆଯିବା ସହ ମଧ୍ୟାହ୍ନ ଭୋଜନ ଓ ରତିରେ ରନ୍ଧା ଖାଦ୍ୟ ଦିଆଯାଇଥିଲା । ଆଭାସୀ ମାଧ୍ୟମରେ ବି.ଡି.ଓ ଓ ତହସିଲଦାରଙ୍କ ସହିତ ସ୍ଥାନାନ୍ତରିତ ଲୋକମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଜିଲ୍ଲାପାଳ ଆଲୋଚନା କରିଥିଲେ । ଯେଉଁମାନଙ୍କର କଚ୍ଚା ଘର, କିମ୍ବା ଘରର ଅବସ୍ଥା ଠିକ୍ ନାହିଁ ସେମାନଙ୍କୁ ଆଶ୍ରୟସ୍ଥଳୀରୁ ନଛାଡ଼ିବାକୁୁ ନିର୍ଦ୍ଦେଶ ଦେଇଥିଲେ । ତହସିଲଦାରଙ୍କ ଟିମ୍ ଅଞ୍ଚଳ ପରିଦର୍ଶନ କରି ଆବଶ୍ୟକତା ଥିବା ଲୋକମାନଙ୍କୁ ପଲିଥିନ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ବାତ୍ୟାର ପ୍ରଭାବ କମିଯାଇଥିବାରୁ ସ୍ଥାନାନ୍ତରିତ ଲୋକମାନେ ନିଜ ନିଜ ଘରକୁ ଫେରିଯାଇଛନ୍ତି । 

ଜିଲ୍ଲାରେ ୫୦୦୦ ଲିଟର ୨୯ଟି ଟ୍ୟାଙ୍କର ମଧ୍ୟରେ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା । ଜିଲ୍ଲାର ପାଇପ ୱାଟର ସପ୍ଲାଏ ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ଅଛି । ସମସ୍ତ ବ୍ଲକ୍ ପାଖରେ ଡିଜି ସେଟ୍ ପାୱାର ବ୍ୟାକ ଅପ ପାଇଁ ମହଜୁଦ ରହିଥିଲା । ୨୫ ତାରିଖ ଅପରାହ୍ନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବରେ ଜିଲ୍ଲାର ୮ଟି ବ୍ଲକ୍ ୨ଟି ମ୍ୟୁନିସପାଲିଟିର ୧୯୨ ଆଶ୍ରୟସ୍ଥଳର ୪୧୧୬୭ ପ୍ରଭାବିତ ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । କୌଣସି ଲୋକ ମୃତାହତ ହୋଇ ନଥିବାବେଳେ ପାରାଦ୍ଵୀପ ପୌରାଞ୍ଚଳ ଓ କୁଜଙ୍ଗରେ କିଛି ସ୍ଥାନରେ ଭାଙ୍ଗି ଯାଇଥିବା ଗଛ ଓଡରଫ ଏନଡିଆରଏଫ ଅଗ୍ନିଶମ ବିଭାଗ ଦ୍ବାରା କାଟି ରାସ୍ତା ପରିଷ୍କାର କରଯାଇଛି । ଅପରାହ୍ନ  ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ୪୦ କୁଇଣ୍ଟାଲ୍ ଚୂଡ଼ା, ୧ କୁଇଣ୍ଟାଲ ଗୁଡ଼, ବଣ୍ଟନ କରାଯାଇଛି । ଜିଲ୍ଲାରେ ୨୦ଟି ମେଡିକାଲ ଟିମ୍ ଓ ୨୪ ଟି ପ୍ରାଣୀ ସଂପଦ ଟିମ୍ ପ୍ରଭାବିତ ଅଞ୍ଚଳ ପାଇଁ ନିୟୋଜିତ ହୋଇଥିଲେ । ବାତ୍ୟା ପ୍ରଭାବରେ ଜିଲ୍ଲାରେ ବର୍ଷାର ପରିମାଣ ୧୦୮.୨ ମିମି ରହିଥିଲା । ପାରାଦ୍ଵୀପ ପୌରାଞ୍ଚଳରେ ସର୍ବାଧିକ ୪୮.୨ ମି.ମି, ହୋଇଥିବାେଳେ ସବୁଠୁ କମ୍ ନାଉଗାଁ ବ୍ଲକରେ ୩ ମି.ମି. ବର୍ଷା ହୋଇଛି । ଜିଲ୍ଲାରେ ହାରାହାରି ବର୍ଷା ୧୨.୦୨ ମି.ମି., ରହିଛି । 
 

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା 'ଦାନା'ର ପ୍ରଭାବରେ ଯାଜପୁରରେ ପ୍ରବଳ ବର୍ଷା

ଏହା ମଧ୍ୟ ପଢ଼ନ୍ତୁ...ଆଶା ଦିଦି ଶିବାନୀଙ୍କ ସହ କଥାହେଲେ ମୋହନ ମାଝୀ; ଭଲ କାମ ପାଇଁ ପ୍ରଶଂସା କଲେ, ମିଳିବ ଘର

ସେପଟେ ବାତ୍ୟା ଦୁର୍ବଳ ହେବାପରେ ପାରାଦ୍ୱୀପ ବନ୍ଦର ପକ୍ଷରୁ ସୁରକ୍ଷିତ ସ୍ଥାନରୁ ଜାହାଜ ଗୁଡିକୁ ଆଣିବାର ବେବସ୍ଥା କରାଯାଇଛି । ପାରାଦ୍ୱୀପ ବନ୍ଦର ଉପରେ ବାତ୍ୟା ଦାନା, ପ୍ରଭାବ ବେଶେଷ ଭାବରେ କିଛି ନଥିବା ବେଳେ ନିଷେଧାଞ୍ଚଳ ମଧ୍ୟରେ ଥିବା କିଛି ଖାଲୁଆ ଅଞ୍ଚଳରେ ପାଣି ଜମି ରହିଛି । ପାରାଦ୍ୱୀପ ବନ୍ଦର ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ୨୪ ଓ ୨୫ ତାରିଖରେ ସମସ୍ତ ପରିବହନ ଓ ଜାହାଜ ଚଳାଚଳକୁ ବନ୍ଦ କରାଯାଇଥିଲା । ତେବେ ବାତ୍ୟା ପ୍ରଭାବ ଜଗତସିଂହପୁର ଜିଲ୍ଲା ଓ ପାରାଦ୍ୱୀପ ଉପରେ ସେତେଟା ନ ଥିବାରୁ ଆଜି ସମସ୍ତ ଜାହାଜ ସୁରକ୍ଷିତ ସ୍ଥାନରୁ ପାରାଦ୍ୱୀପ ବନ୍ଦରର ଆଙ୍କରେଜକୁ ଅଣା ଯାଇଥିବା ପାରାଦ୍ୱୀପ ବନ୍ଦର ଲୋକ ସମ୍ପର୍କ ଅଧିକାରୀ ରତି ରଞ୍ଜନ କହିଛନ୍ତି । ପାରାଦ୍ୱୀପ ବନ୍ଦର ମଧ୍ୟକୁ ଆଜି ସାନ୍ଧ୍ୟରେ କାର୍ଯ୍ୟକ୍ଷମ କରାଯାଇଛି । ଟ୍ରେନ ଯୋଗେ ପଣ୍ୟ ପାରାଦ୍ୱୀପ ବନ୍ଦରରେ ପହଞ୍ଚିଛି । ଫଳରେ ଜାହାଜରେ ଲୋଡ଼ ଅଲୋଡ଼ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ପାରାଦ୍ୱୀପ ବନ୍ଦର ପକ୍ଷରୁ କରାଯାଇଥିବା ଅସ୍ଥାୟୀ ରିଲିଫ କ୍ୟାମ୍ପ ଗୁଡିକ ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ । ପାରାଦ୍ୱୀପର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଆସନ୍ତା ଶନିବାର ଠାରୁ ପାରାଦ୍ୱୀପ ବନ୍ଦରକୁ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ କରାଯିବ । ସମୁଦ୍ର ମଧ୍ୟରେ ଅଟକି ଥିବା ପଣ୍ୟବାହୀ ଜାହାଜ ଗୁଡିକୁ ଆଜି ରାତିରେ ପାରାଦ୍ୱୀପ ବନ୍ଦରରେ ପ୍ରବେଶ କରିବାକୁ ବନ୍ଦର ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details