ଓଡିଶା

odisha

ମନ୍ଦିରକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ

By ETV Bharat Odisha Team

Published : Mar 9, 2024, 4:48 PM IST

ମନ୍ଦିରକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ :୧୦ ଆହତ

Clash Over Temple: ଖୋର୍ଦ୍ଧା: ମନ୍ଦିରକୁ ନେଇ ଦୁଇ ଗାଁ ମଧ୍ୟରେ ତାହାହାତି । ମହାଶିବରାତ୍ରୀରେ ଗୋଷ୍ଠୀ ସଂଘର୍ଷ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନ ଧୂଆଁଳ ଓ କୋତରୀ ଗ୍ରାମ ମଧ୍ୟରେ । ପୂର୍ବ ବିବାଦକୁ କେନ୍ଦ୍ରକରି ଧବଳେଶ୍ବର ପୀଠରେ ଗତକାଲି (ଶୁକ୍ରବାର) ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ଧୂଆଁଳ ଓ କୋତରୀ ଗ୍ରାମର ୧୦ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥ‌ିବାରୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବାଲୁଗାଁ ପୋଲିସ ପକ୍ଷରୁ ୨ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ପୋଲିସ ସୂଚନା ମୁତାବକ, କେଉଁ ଆବହମାନ କାଳରୁ ଧବଳେଶ୍ୱରଙ୍କ ମନ୍ଦିର ପ୍ରତିଷ୍ଠା ହୋଇ ମହାଦେବ ପୂଜା ପାଇ ଆସୁଛନ୍ତି । କିଛିବର୍ଷ ହେବ ମନ୍ଦିରର ଉନ୍ନୟନ କାର୍ଯ୍ୟକୁ ନେଇ ଧୂଆଁଳ ଓ କୋତରୀ ଗ୍ରାମ ମଧ୍ୟରେ ବିବାଦ ଲାଗି ରହିଛି । ଧୂଆଁଳ ଗ୍ରାମବାସୀ ମନ୍ଦିର ପରିଚାଳନା ସହ ସମସ୍ତ ପୂଜା ନୀତିକାନ୍ତି ପ୍ରାରମ୍ଭରୁ କରି ଆସୁଛନ୍ତି । ତେବେ ମନ୍ଦିର ସ୍ଥଳ କୋତରୀ ଗ୍ରାମ ମୌଜାରେ ଅବସ୍ଥାପିତ ଥ‌ିବା ଯୋଗୁଁ କିଛି ବର୍ଷ ହେବ ଉକ୍ତ ମନ୍ଦିରଟି ବିଜେ କୋତରୀଭାବେ ସାର୍ବଜନୀନ କରିବା ପାଇଁ ଦାବି କରିଥିଲେ । ଫଳରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ହେଲେ ଗତକାଲି ଜାଗର ଯାତ୍ରା ପାଇଁ କୋତରୀ ଗ୍ରାମବାସୀଙ୍କ ପକ୍ଷରୁ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ବାଲୁଗାଁ ପୋଲିସର ସ୍ବୀକୃତି ମଗାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ......ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର, ବଡ଼ ଦେଉଳ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ହେଲେ ଉପଜିଲାପାଳଙ୍କ ଅନୁମତି ନ ମିଳିବାରୁ ପୋଲିସ ଏହା ଆୟୋଜନ କରିବାକୁ ମନା କରିଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ କୋତରୀ ଗ୍ରାମର କେତେ ଜଣ ବ୍ୟକ୍ତି ମନ୍ଦିର ପରିସରରେ ପହଞ୍ଚି ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରିବା ବେଳେ ଦୁଇ ଗ୍ରାମ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ସଂଘର୍ଷର ରୂପ ନେଇଥିଲା । ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଫଳରେ ଉଭୟ ଗ୍ରାମର ୧୦ଜଣ ଆହତ ହୋଇଥିଲେ । ତେବେ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅନ୍ୟପଟେ ମନ୍ଦିର ପରିସରରେ ଜାଗର ଦୀପ ଜାଳିବା ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିଲା । ପରମ୍ପରା ଅନୁଯାୟୀ କେବଳ ଠାକୁରଙ୍କ ପୂଜା ନୀତିକାନ୍ତି ସମ୍ପନ୍ନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିଲା ।  

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details