ଓଡିଶା

odisha

ETV Bharat / videos

ଦଳା ଚକଟାରେ ଭାଙ୍ଗିଲା ଭକ୍ତଙ୍କ ହାତ - Rath Yatra 2024

By ETV Bharat Odisha Team

Published : Jul 8, 2024, 3:27 PM IST

Puri Rath Yatra mishap ପୁରୀ: ରଥଯାତ୍ରାର ଦ୍ୱିତୀୟ ଦିନରେ ପୁରୀ ଶ୍ରୀକ୍ଷେତ୍ରରେ ଅଘଟଣ । ବଳଭଦ୍ର ରଥ ନିକଟରେ ଦଳା ଚକଟା । ଏଥିରେ ଶତାଧିକ ଭକ୍ତ ଆହତ ହୋଇଥିବା ନେଇ ସୂଚନା ରହିଛି । ଜଣେ ଭକ୍ତଙ୍କ ହାତ ଭାଙ୍ଗିଯାଇଥିବା ନେଇ ଜଣାପଡିଛି । ଆହତ ଭକ୍ତ ହେଲେ ଗଞ୍ଜାମ ଜିଲ୍ଲାର ବେଳଗୁଣ୍ଠା ବ୍ଲକ ଭଞ୍ଜନଗର ଅଞ୍ଚଳର ଅମିତ କୁମାର ନାୟକ । ଅମିତ ନିଜ ସାଙ୍ଗ ସାଥିମାନଙ୍କ ସହିତ ରଥଯାତ୍ରା ଦେଖିବାକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ଅମୀତଙ୍କ ସହିତ ଆସିଥିବା ତାଙ୍କ ସାଙ୍ଗ ସହିତ ଏକାଧିକ ବ୍ୟକ୍ତି ଦଳା ଚକଟାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଏହି ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିଛି ଆହତ ହୋଇଥିବା ବ୍ୟକ୍ତି ।

ଅନ୍ୟପଟେ ପୁରୀ ବଡ ଦାଣ୍ଡରେ ପ୍ରବଳ ଖରା ହେବା ସହିତ ଗୁଳିଗୁଳି ଅତ୍ୟଧିକ ହେଉଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ସ୍ଥାନେ ସ୍ଥାନେ ପାଣି ସ୍ପ୍ରେ କରାଯାଉଛି । ଅତ୍ୟଧିକ ଗରମ ଯୋଗୁ ଅତିଷ୍ଠ ହୋଇପଡୁଛନ୍ତି ଲକ୍ଷାଧିକ ଭକ୍ତ ।

ଇଟିଭି ଭାରତ, ପୁରୀ
 

ABOUT THE AUTHOR

...view details