ଓଡିଶା

odisha

ETV Bharat / videos

ନଦୀ ଗର୍ଭରେ ଉଡିଲା ତ୍ରିରଙ୍ଗା, ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳିଲେ ଯବାନ ଓ ବୁଡ଼ାଳି

By ETV Bharat Odisha Team

Published : Jan 26, 2024, 8:22 PM IST

Republic Day:କଟକ: ନଦୀଗର୍ଭରେ ସାଧାରଣତନ୍ତ୍ର ଦିବସ ପାଳନ। ମହାନଦୀର ଗଭୀର ଜଳ ତଳେ ତ୍ରିରଙ୍ଗା ଧରି ନିଆରା ଅନ୍ଦାଜରେ ପାଳନ ହୋଇଛି ଏହି ଦିବସ । ଉତ୍ତରପ୍ରଦେଶ ଷ୍ଟେଟ୍ ଡିଜାଷ୍ଟର ରେସପନ୍ସ ଫୋର୍ସର ଯବାନ ଓ କଳିଙ୍ଗ ଡାଇଭର୍ସର ବୁଡାଳିମାନେ ନିଆରା ଅନ୍ଦାଜରେ ପାଳନ କରିଛନ୍ତି ୭୫ତମ ସାଧାରଣତନ୍ତ୍ର ଦିବସ । ତେବେ ମହାନଦୀର ନୀଳ ଜଳରାଶିରେ ବୋଟରେ ଉତ୍ତରପ୍ରଦେଶ ଷ୍ଟେଟ୍ ଡିଜାଷ୍ଟର ରେସପନ୍ସ ଫୋର୍ସର ଯବାନ ପ୍ରଶିକ୍ଷଣମାନେ ପ୍ରଶିକ୍ଷଣ ନେଉଛନ୍ତି । ଜାନୁଆରୀ 26 ଉପଲକ୍ଷେ ତ୍ରିରଙ୍ଗାରେ ସଜାଯାଇଛି ବୋଟ୍ ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ, ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା

ଯବାନଙ୍କ ହାତରେ ତ୍ରିରଙ୍ଗା ଥିବାବେଳେ 'ଭାରତ ମାତା କି ଜୟ' ନାରାରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଛି । ସେମାନଙ୍କ ସହ କଳିଙ୍ଗ ଡାଇଭର୍ସର ପ୍ରଖ୍ୟାତ ବୁଡ଼ାଳି ସବିର ବକ୍ସ ଓ ସହଯୋଗୀ ବୁଡ଼ାଳିମାନେ ରହିଥିଲେ । ସାଧାରଣତନ୍ତ୍ର ଦିବସକୁ ନିଆରା ଢଙ୍ଗରେ ପାଳିବା ପାଇଁ ସ୍କୁବା ଡାଇଭିଂ ପ୍ରଶିକ୍ଷଣ ଦେଉଥିବା କଳିଙ୍ଗ ଡାଇଭର୍ସ ପକ୍ଷରୁ ହୋଇଥିଲା ଏଭଳି ଆୟୋଜନ। କଳିଙ୍ଗ ଡାଇଭର୍ସର ପ୍ରତିଷ୍ଠାତା ସବୀର ବକ୍ସଙ୍କ ନେତୃତ୍ୱରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ଯୋଗ ଦେଇଥିଲେ UPSDRF। "ଏହି ସାଧାରଣତନ୍ତ୍ର ଦିବସ ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ" ବୋଲି କହିଛନ୍ତି ଯବାନ । 

ଇଟିଭି ଭାରତ, କଟକ

ABOUT THE AUTHOR

...view details