ETV Bharat / state

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଆସିଲା ରାୟ, ଅଭିଯୁକ୍ତକୁ 20 ବର୍ଷ ଜେଲ୍‌ - MINOR RAPE CASE

କେନ୍ଦୁଝର ଜଣେ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି ହୋଇଛି । ଅଭିଯୁକ୍ତକୁ 20 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ ।

MINOR RAPE CASE
MINOR RAPE CASE (ETV Bharat Odisha)
author img

By ETV Bharat Odisha Team

Published : Nov 22, 2024, 4:13 PM IST

କେନ୍ଦୁଝର: ଦୁଷ୍କର୍ମକାରୀକୁ ଜେଲଦଣ୍ଡ । ଆଜି(ଶୁକ୍ରବାର) ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଏକ ମାମଲାର ଶୁଣାଣି କରି କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟ ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ 2020 ମସିହାରେ ଘଟିଥିଲା ଏହି ଅପହରଣ ଦୁଷ୍କର୍ମ ଘଟଣା । ଯାହାର ଆଜି ରାୟ ପ୍ରକାଶ ପାଇଛି ।

ଘଟଣା ସମ୍ପର୍କରେ...

ଗତ 2020 ମସିହା, ମେ’ ମାସ 31 ତାରିଖରେ କେନ୍ଦୁଝର ଚାଇଲ୍ଡ ଲାଇନ ଟିମକୁ ଜଣେ ନାବାଳିକାକୁ ଅପହରଣ କରିନେଇ ଦୁଷ୍କର୍ମ କରାଯାଇଥିବା ଖବର ଆସିଥିଲା । ବିଦେଶିୟା ପ୍ରଧାନ ନାମକ ବ୍ୟକ୍ତି ଏହା କରିଥିବା ଖବର ପାଇଥିଲେ ଚାଇଲ୍ଡ ଲାଇନ ଟିମର ଶୁକାନ୍ତି ପାତ୍ର । ଏନେଇ ସେ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ସଦର ଥାନାରେ ଏତଲା ଦେଇଥିଲେ । ସଦର ପୋଲିସ ଏହି ଏତଲା ଆଧାରରେ ବିଦେଶିୟା ପ୍ରଧାନକୁ ଅପହରଣ ଦୁଷ୍କର୍ମ ଓ ଶିଶୁ ବିବାହ ଆଇନ ଅନୁସାରେ ଗିରଫ କରି କୋର୍ଟଚାଲାଣ କରିଥିଲା । ଆଜି ମାମଲାର ଶୁଣାଣି କରିଛନ୍ତି ବିଚାରପତି ବିଜୟ କୁମାର ମିଶ୍ର ।

ଦୋଷୀକୁ 20 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ:

ଆଜି(ଶୁକ୍ରବାର) ୧୮ ଜଣ ସାକ୍ଷ୍ୟ ବୟାନକୁ ଆଧାର କରି କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ବିଦେଶିୟା ପ୍ରଧାନ ଦୋଷୀ ସାବ୍ୟସ୍ତ କରି ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ପୀଡ଼ିତାକୁ ପାଞ୍ଚ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବା ନିମନ୍ତେ ଲିଗାଲଏଡକୁ ସୁପାରିସ କରିଛନ୍ତି । ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଜ୍ଞାନେନ୍ଦ୍ର ନାଥ ଜେନା ପରିଚାଳନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:

ଜୁନାଗଡ ଗଣଦୁଷ୍କର୍ମ ମାମଲା ରାୟ : ୬ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଦୁଇଟି ଦୁଷ୍କର୍ମ ମାମଲାର ଶୁଣାଣି, ଦୁଇ ଅଭିଯୁକ୍ତଙ୍କୁ 20 ବର୍ଷ ଜେଲ ଦଣ୍ଡାଦେଶ

ନୟାଗଡ଼ରେ ଚାଞ୍ଚଲ୍ୟ; ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଯୁବତୀକୁ ଗଣଦୁଷ୍କର୍ମ ! 3 ଗିରଫ

ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଦିଲ୍ଲୀ ମୁଖ୍ୟ ଶାସନ ସଚିବ-ପୋଲିସ କମିଶନରଙ୍କୁ NHRCର ନୋଟିସ

ଗଣଦୁଷ୍କର୍ମର ରାୟ:

ସେହିପରି ଗତକାଲି(ବୁଧବାର) କଳାହାଣ୍ଡିରେ ଘନା ଜଙ୍ଗଲରେ ୫ବର୍ଷ ତଳେ ହୋଇଥ‌ିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି । ଏହି ମାମଲାରେ ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ୬ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସେମାନେ ହେଲେ ପର୍ଲା ଗ୍ରାମର ଲଳିନ୍ଦ୍ର ଶବର, ବକ୍ସିତୁଳସୀପାଲି ଗ୍ରାମର ଲାବଣ୍ୟ ଛତ୍ରିଆ, ଅନିରୁଦ୍ଧ ଛତ୍ରିଆ, ପ୍ରକାଶ ଓରଫ ଲୁକୁ ନାଏକ, ଶାନ୍ତ ନାଏକ ଓ ଅମିତ ନାଏକ । ଅନ୍ୟପକ୍ଷେ ସେତେବେଳେ ଭିଡିଓ ଭାଇରାଲ ପାଇଁ ଗିରଫ ହୋଇଥ‌ିବା ଅନ୍ୟ ୩ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.