ETV Bharat / state

IMDର ଆକଳନ: ନଭେମ୍ବର ୨୭ ଓ ୨୮ରେ ଓଡ଼ିଶାରେ ବର୍ଷା

ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ଏବଂ ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଭାଗ-IMDର ପୂର୍ବାନୁମାନ । ପାଞ୍ଚ ଦିନ ପରେ ଓଡ଼ିଶାରେ ବର୍ଷା ସମ୍ଭାବନା ।

ODISHA WEATHER UPDATE
ODISHA WEATHER UPDATE (ETV Bharat Odisha)
author img

By ETV Bharat Odisha Team

Published : 6 hours ago

ଭୁବନେଶ୍ବର: ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ମୁହାଁ ହୋଇ ଅବପାତରେ ପରିଣତ ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ସେପଟେ ଓଡ଼ିଶା ଉପରେ ଏହାର ପ୍ରଭାବ କ'ଣ ରହିବ ? ସେନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି

ଓଡ଼ିଶା ଉପରେ ପ୍ରଭାବ ପଡ଼ିବ କି ?

ODISHA WEATHER UPDATE (ETV Bharat Odisha)

ମନୋରମା ମହାନ୍ତି କହିଛନ୍ତି," ଏହାର ପ୍ରଭାବ ତାମିଲନାଡୁ ଓ ଶ୍ରୀଲଙ୍କା ପାଖାପାଖି ଅଞ୍ଚଳରେ ରହିବ । ବାତ୍ୟା ସମ୍ଭାବନା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଲଘୁଚାପ ପରେ ହିଁ ତାହା ସ୍ପଷ୍ଟ ହେବ । ଓଡିଶା ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ କିନ୍ତୁ ୨୭ ଓ ୨୮ ତାରିଖ ବେଳକୁ ଓଡ଼ିଶାର କିଛି କିଛି ଜିଲ୍ଲାରେ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।"

କେଉଁ କେଉଁ ଜିଲ୍ଲାରେ ବର୍ଷା ହେବ ?

ବିଶେଷକରି ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ରହିବ । ଟ୍ରପଲାଇନ ପ୍ରଭାବରେ ବର୍ଷା କିଛି ସ୍ଥାନରେ ବର୍ଷା ହୋଇପାରେ । ତେବେ ୨୭ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲା ଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ୨୮ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର,ମାଲକାନଗିରି ଏବଂ କୋରାପୁଟ ଭଳି ଜିଲ୍ଲା ଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ODISHA WEATHER UPDATE
ODISHA WEATHER UPDATE (ETV Bharat Odisha)

ବଢିବ ଶୀତ !
ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ଶୀତର ଲହରୀ ଜାରୀ ରହିଥିବା ବେଳେ ଆଗାମୀ ୪ ଦିନ ଯାଏଁ ପାଗ ଶୁଖିଲା ରହିବ । ତାପମାତ୍ରାରେ ସେଭଳି କିଛି ପରିବର୍ତ୍ତନ ହେବାର ନାହିଁ । ୨୬ ତାରିଖ ବେଳକୁ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ହେବାର ସମ୍ଭାବନା ରହିଛି । ଯାହାଫଳରେ ରାଜ୍ୟରେ ଶୀତ ବଢିବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ ...କାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୨୩ ସୁଦ୍ଧା ଲଘୁଚାପ

ଏହା ମଧ୍ୟ ପଢନ୍ତୁ ...୨୧ରେ ଘୂର୍ଣ୍ଣିବଳୟ, ୨୩ରେ ଲଘୁଚାପ, ଓଡ଼ିଶାରେ କଣ ରହିବ ପ୍ରଭାବ ?

ଏହା ମଧ୍ୟ ପଢନ୍ତୁ ...ଡିସେମ୍ବରରୁ ବଢ଼ିବ ଶୀତର ପ୍ରକୋପ, ୩ ଦିନ ପାଇଁ ୬ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ

କେଉଁଠି କେତେ ତାପମାତ୍ରା ?:

ସେପଟେ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୦ ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରିରେ ୮.୦ ରେକର୍ଡ ହୋଇଛି । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭.୦୦ ରହିଥିବା ବେଳେ କଟକରେ ୧୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.