ଓଡିଶା

odisha

ଅଲୌକିକ ବାବା କେଦାରେଶ୍ବର: ପାତାଳରେ ପାଆନ୍ତି ପୂଜା, ବିସ୍ମିତ କରୁଛି ମନ୍ଦିର ବିଶେଷ୍ବତ - SAWAN SECOND MONDAY

By ETV Bharat Odisha Team

Published : Jul 29, 2024, 4:23 PM IST

SAWAN SECOND MONDAY (ETV Bharat Odisha)

SAWAN SECOND MONDAY: ବୌଦ୍ଧ: ପବିତ୍ର ଶ୍ରାବଣ ମାସର ଦ୍ବିତୀୟ ସୋମବାରରେ ଜିଲ୍ଲାର ଶତାଧିକ ଶୈବପୀଠରେ କାଉଡ଼ିଆ ଓ ଶ୍ରଦ୍ଧାଳୁମାନେ ଜଳାଭିଷେକ କରିଛନ୍ତି । ମହାନଦୀ କୂଳରେ ଥିବା ଏକ ବିରଳ ଶୈବପୀଠ ବାବା କେଦାରେଶ୍ୱର ମହାଦେବ ଠାରେ ଆଜି ଦିନ ତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ରାମଗଡ଼ ଗ୍ରାମର ମହାନଦୀ ତଟରେ ଥିବା ଏହି ଶୈବପୀଠରେ ମହାଦେବ ଭୂଗର୍ଭରେ ପୂଜା ପାଆନ୍ତି । ଏହାକୁ ପାତାଳେଶ୍ବର ମହାଦେବ ବୋଲି ମଧ୍ୟ କୁହାଯାଏ । ଏହି ମନ୍ଦିରର ଅଁଳା ଅଂଶ ବା ବିମାନ ଅଂଶ ମାଟିର ଉପରେ ରହିଥିବାବେଳେ ସମ୍ପୂର୍ଣ୍ଣ ମନ୍ଦିରଟି ତଥା ଏହାର ଗର୍ଭଗୃହ ମାଟି ତଳେ ରହିଛି । ଏହି ବିରଳ ଶିବ ମନ୍ଦିରର ଅନ୍ୟ ଏକ ବିଶେଷତ୍ଵ ହେଲା ପାଦୁକା ନଳା କିମ୍ବା ଜଳ ନିଷ୍କାସନ ବ୍ୟବସ୍ଥା ନଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ରୂପରେ ଏଠାରୁ ସମସ୍ତ ଜଳ ଆପେ ଆପେ ନିଷ୍କାସିତ ହୋଇଯାଏ ।

ତେବେ ଆଜି ପବିତ୍ର ଶ୍ରାବଣ ମାସର ଦ୍ବିତୀୟ ସୋମବାର ପାଇଁ ଏଠାରେ ଶହ ଶହ ସଂଖ୍ୟାରେ କାଉଡ଼ିଆ ଓ ଶ୍ରଦ୍ଧାଳୁମାନେ ଜଳାଭିଷେକ କରିଛନ୍ତି । ବୈଦ୍ଧ ଜିଲ୍ଲାର ମହାନଦୀ କୂଳରେ ଦ୍ବାଦଶ ଶତାବ୍ଦୀରେ ରାଜା ଅନଙ୍ଗ ଭୀମଦେବ ନିଜ ପାପ କ୍ଷୟ ପାଇଁ ପ୍ରତ୍ୟେକ ଯୋଜନାରେ ଗୋଟିଏ ଲେଖାଁଏ ଶୈବପୀଠ ପ୍ରତିଷ୍ଠା କରି ଶେଷରେ ସୋନପୁର ଜିଲ୍ଲାର ପାପ କ୍ଷୟ ଘାଟରେ ସେ ପାପ ମୁକ୍ତ ହୋଇଥିବା ବିଶ୍ଵାସ ରହିଛି ।  ସେହିପରି ବୈଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ରହିଥିବା ଶତାଧିକ ଶୈବପୀଠରେ ଆଜି ଭକ୍ତମାନେ ଦେବ ଦେବ ମହାଦେବଙ୍କ ନିକଟରେ ଜଳାଭିଷେକ କରିଛନ୍ତି । 
ଏହା ମଧ୍ୟ ପଢନ୍ତୁ...ଶ୍ରାବଣ ଦ୍ୱତୀୟ ସୋମବାର, ବାବା ଏକାଦଶ ରୁଦ୍ରଙ୍କ ପୀଠରେ କାଉଡିଆଙ୍କ ଭିଡ - Sawan 2024

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details