ଓଡିଶା

odisha

By ETV Bharat Odisha Team

Published : Jan 22, 2024, 7:39 PM IST

ETV Bharat / videos

ପ୍ରାଣ ପ୍ରତିଷ୍ଠା ପରେ ଦର୍ଶନ କଲେ ସାଧୁସନ୍ଥ, କାଲିଠୁ ସାଧାରଣ ଦର୍ଶନ

ଲକ୍ଷ୍ନୌ: (Ram Lala Pran Pratishtha ceremony) ଆଜି ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯଜମାନରେ ଶେଷ ହୋଇଛି ବିଧି । ଆଜି ନିମନ୍ତ୍ରିତ ଅତିଥିମାନେ ଦର୍ଶନ କରିଛନ୍ତି । ସଂଧ୍ୟା ଆଳତି ପର୍ଯ୍ୟନ୍ତ ପ୍ରଥମେ ସାଧୁସନ୍ଥ ଦର୍ଶନ କରିବା ପରେ ସେଲିବ୍ରିଟି ଓ ଅନ୍ୟ ନିମନ୍ତ୍ରିତ ଅତିଥି ଦର୍ଶନ କରିଛନ୍ତି । ଆସନ୍ତାକାଲିଠାରୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ପ୍ରାଣ ପ୍ରତିଷ୍ଠା ବିଧି ଶେଷ ହେବା ପରେ ମନ୍ଦିର ପୂଜକଙ୍କଠାରୁ ପାଦୁକା ଗ୍ରହଣ କରି ମୋଦି ବ୍ରତ ଭାଙ୍ଗିଛନ୍ତି । ସେ ଗତ 12 ତାରିଖଠାରୁ ରାମଲାଲାଙ୍କ ପାଇଁ 11 ଦିନ ଧରି ବ୍ରତ ରଖିଥିଲେ । ଏକାଧିକ ମନ୍ଦିର ଯାଇ ସେ ଦର୍ଶନ ମଧ୍ୟ କରିଥିଲେ । ଆସନ୍ତାକାଲି ଠାରୁ ସାଧାରଣ ଭକ୍ତ ଅଯୋଧ୍ୟା ଯାଇ ରାମଲାଲାଙ୍କ ଦର୍ଶନ କରିପାରିବେ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details