ETV Bharat / health

ଅଧିକ ସମୟ ବସି ରହୁଥିଲେ ସାବଧାନ ! ହୃଦରୋଗଠୁ କ୍ୟାନ୍ସର ଯାଏ ହୋଇପାରେ ମାରାତ୍ମକ ରୋଗ - Sitting risks - SITTING RISKS

Sitting Risks: ଘଣ୍ଟା ଘଣ୍ଟା ଧରି ଗୋଟିଏ ଜାଗାରେ ବସି ରହୁଛନ୍ତି । ହୁଏତ ଆପଣ ଜାଣି ନାହାନ୍ତି, ଏମିତି ଦୀର୍ଘ ସମୟ ବସି ରହିବା ଦ୍ବାରା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । କ୍ୟାନ୍ସର ଠାରୁ ନେଇ ଡାଇବେଟିସ୍, ହାଇ ବ୍ଲଡପ୍ରେସର ଭଳି ରୋଗ ହୋଇପାରେ । ପଢନ୍ତୁ ପୁରା ଖବର

ହୃଦରୋଗଠୁ କ୍ୟାନ୍ସର ଯାଏ, ଅଧିକ ସମୟ ବସିଲେ ହୋଇପାରେ ମାରାତ୍ମକ ରୋଗ
ହୃଦରୋଗଠୁ କ୍ୟାନ୍ସର ଯାଏ, ଅଧିକ ସମୟ ବସିଲେ ହୋଇପାରେ ମାରାତ୍ମକ ରୋଗ (ETV Bharat)
author img

By ETV Bharat Odisha Team

Published : Oct 3, 2024, 7:38 PM IST

Sitting Risks: ଆଜିର ଆଧୁନିକ ଜୀବନଶୈଳୀରେ ଲମ୍ବା ସମୟ ଯାଏଁ ବସି ରହିବା ଏକ ସାଧାରଣ ଅଭ୍ୟାସ । ତାହା ଘରେ ବସି ଟିଭି ଦେଖିବା, ଗାଡି ଚଳାଇବା ହେଉ କି ଅଫିସରେ ବସି ରହି କାମ କରିବା । ଅଧିକ ସମୟ ପର୍ଯ୍ୟନ୍ତ ଚୌକିରେ ବସି କାମ କରିବା ଆଜିକାଲିର ୱାର୍କ କଲଚର ଏକ ଅଂଶ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଅଭ୍ୟାସ ଆମ ଶରୀର ଉପରେ ଗୁରୁତର ପ୍ରଭାବ ପକାଏ । ମାତ୍ର ଏଥିପ୍ରତି କେହି ଏତେଟା ଧ୍ୟାନ ଦିଅନ୍ତି ନାହିଁ । ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ବହୁତ ସମୟ ବସି ରହିବା ଆମର ଶାରିରୀକ ସ୍ବାସ୍ଥ୍ୟ ସହ ମାନସିକ ସ୍ବାସ୍ଥ୍ୟ ଉପରେ ହାନିକାରକ ପ୍ରଭାବ ପକାଇଥାଏ । ଯଦି ଆପଣ ବି ଅଫିସରେ ଅଧିକ ସମୟ ଯାଏଁ ବସି ରହୁଛନ୍ତି, ଏହାର ମାରାତ୍ମକ ପରିଣାମ ବିଷୟରେ ଜାଣିରଖନ୍ତୁ । ଦୀର୍ଘ ସମୟ ଧରି ବସି ରହିବା ଦ୍ବାରା ମେଦବହୁଳତା ଠାରୁ ଆରମ୍ଭ କରି ହୃଦରୋଗ, ଡାଇବେଟିସ୍ ଓ କ୍ୟାନ୍ସର ଭଳି ରୋଗର ବିପଦ ବଢିଥାଏ ।

ନୂଆଦିଲ୍ଲୀର ଅସ୍ଥି ରୋଗ ବିଶେଷଜ୍ଞ ଡଃ ରାକେଶ ଅଗ୍ରୱାଲ କହିଛନ୍ତି, ବେଳେବେଳେ କାମ କରିବା, ପାଠ ପଢିବା, ଅଳସୁଆମି କିମ୍ବା ଅସୁସ୍ଥତା କାରଣରୁ ଅନେକ ଲୋକ ଚେୟାର, ସୋଫା ଓ ଖଟରେ ଅଧା ଶୋଇ ରହିବା ଅବସ୍ଥାରେ ବିତାଇଥାନ୍ତି । ଏହି ପ୍ରକାର ଆଚରଣ ଯେକୌଣସି ବୟସର ମହିଳା, ପୁରୁଷ ଓ ଛୋଟ ଛୁଆଙ୍କ କ୍ଷେତ୍ରରେ ହାଡ, ମାଂସପେଶୀ ସମ୍ବନ୍ଧୀୟ ସମସ୍ୟା ସହ ବିଭିନ୍ନ ମାରାତ୍ମକ ରୋଗର କାରଣ ହୋଇପାରେ ।

ଲମ୍ବା ସମୟ ଯାଏଁ ବସି ରହିବାର କ୍ଷତି:

ମାଂସପେଶୀ ଓ ହାଡ ଉପରେ ପ୍ରଭାବ:

ଦୀର୍ଘ ସମୟ ଧରି ବସିବା ଦ୍ବାରା ମାଂସପେଶୀ ଦୁର୍ବଳ ହୋଇଯାଏ । ବିଶେଷ ଭାବରେ ପିଠି ଓ ପେଟର ମାଂସପେଶୀ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗେ । ଏହି କାରଣରୁ ପିଠି ଯନ୍ତ୍ରଣା ଓ ମାଂସପେଶୀରେ ଯନ୍ତ୍ରଣା ହୋଇପାରେ । ସେହିପରି ଆପଣଙ୍କ ବସିବାର ଭୁଲ୍ ଅବସ୍ଥା ମେରୁଦଣ୍ଡ ଓ ବେକରେ ଯନ୍ତ୍ରଣା କିମ୍ବା ଅନ୍ୟ ସମସ୍ୟା ସୃଷ୍ଟି କରିପାରେ ।

ମେଦବହୁଳତା:

ଯେତେବେଳେ ଆପଣ ଅଧିକ ସମୟ ଧରି ବସି ରୁହନ୍ତି, ଶରୀରର କମ୍ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ଏହା ଆପଣଙ୍କ ଓଜନ ବୃଦ୍ଧି ଘଟାଇପାରେ । ଶରୀରରେ ଚର୍ବି ଜମା ହେବା ଆରମ୍ଭ କରେ ଓ ମୋଟାପଣର କାରଣ ହୋଇଥାଏ । ଓଜନ ବଢିବା ଦ୍ବାରା ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଅନ୍ୟାନ୍ୟ ମେଟାବୋଲିସ ସମସ୍ୟାର ହେବାର ଆଶଙ୍କା ବଢିଥାଏ ।

ହୃଦରୋଗ ଆଶଙ୍କା:

ଅଧିକ ସମୟ ବସିବା ଦ୍ବାରା ହୃଦରୋଗ ଆଶଙ୍କା ମଧ୍ୟ ବୃଦ୍ଧି ପାଏ । ଘଣ୍ଟା ଘଣ୍ଟା ଧରି ବସିବା ଫଳରେ ରକ୍ତ ପ୍ରବାହ ଧୀମା ହୋଇଯାଏ ଯେଉଁ କାରଣରୁ ଧମନୀରେ ଚର୍ବି ଜମା ହୋଇପାରେ । ଏହି କାରଣରୁ ରକ୍ତ ସଞ୍ଚାର ପ୍ରଭାବିତ ହୋଇପାରେ ଏବଂ ହାର୍ଟଆଟାକ୍ ଓ ଷ୍ଟ୍ରୋକ ଭଳି ବିପଦ ବଢିଥାଏ ।

ଡାଇବେଟିସ୍ ଆଶଙ୍କା:

ଲଗାତାର ଅଧିକ ସମୟ ଯାଏଁ ବସି ରହିଲେ ଶରୀରରେ ଇନସୁଲିନ ସମ୍ବେଦନଶୀଳତା କମ୍ ହୋଇଯାଏ । ଯେଉଁଥିପାଇଁ ରକ୍ତରେ ଶର୍କରା ସ୍ତର ବଢିପାରେ । ଫଳରେ ଟାଇପ୍-2 ଡାଇବେଟିସ୍ ହେବାର ଆଶଙ୍କା ମଧ୍ୟ ବଢିଯାଏ ।

ମାନସିକ ସ୍ବାସ୍ଥ୍ୟ:

ଅଧିକ ସମୟ ବସି ରହିଲେ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଏହି କାରଣରୁ ଚାପ, ଅବସାଦ ଓ ଚିନ୍ତା ଭଳି ମାନସିକ ସମସ୍ୟା ହୋଇପାରେ । ଶାରିରୀକ ଗତିବିଧି କମିଲେ ମସ୍ତିଷ୍କରେ ଏଣ୍ଡୋଫ୍ରିନ (ଖୁସିର ହରମୋନ) ଉତ୍ପାଦନ କମ୍ ହୁଏ । ଫଳରେ ମୁଡ୍ ସୁଇଙ୍ଗ ଓ ମାନସିକ ଥକ୍କାପଣ ଅନୁଭବ ହୋଇଥାଏ ।

କ୍ୟାନ୍ସର ବିପଦ:

ଲମ୍ବା ସମୟ ଯାଏଁ ବସି ରହିବା ଦ୍ବାରା ଶରୀରରେ ପ୍ରଦାହ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ । ଯାହା କ୍ୟାନ୍ସର ଭଳି ମାରାତ୍ମକ ରୋଗର ଆଶଙ୍କା ବଢାଇଥାଏ ।

କେମିତି ଏହି ବିପଦରୁ ପାଇବେ ମୁକ୍ତି ?

ମଝିରେ ମଝିରେ ବ୍ରେକ ନିଅନ୍ତୁ: ଯଦି ଆପଣ ଅଫିସରେ କାମ କରୁଛନ୍ତି ଏବଂ ଲମ୍ବା ସମୟ ଯାଏଁ ବସି ରହୁଛନ୍ତି, ତାହେଲେ ପ୍ରତି 30-40 ମିନିଟରେ ଛିଡା ହୁଅନ୍ତୁ ଓ ଚାଲନ୍ତୁ । ଏହାଦ୍ବାରା ଆପଣଙ୍କ ମାଂଶପେଶୀ ଉପରେ ଚାପ କମ୍ ହେବ ଓ ରକ୍ତ ସଞ୍ଚାଳନ ଉନ୍ନତ ହେବ ।

ଆକ୍ଟିଭିଟି ବଢାନ୍ତୁ: ପ୍ରତିଦିନ 30 ମିନିଟ୍ ବିଭିନ୍ନ ଶାରିରୀକ ଗତିବିଧିରେ ନିୟୋଜିତ ରୁହନ୍ତୁ, ଯେମିତିକି- ଚାଲିବା, ଦୌଡିବା, ସାଇକେଲ ଚଳାଇବା, ଯୋଗ କରିବା ଇତ୍ୟାଦି । ଏହାଦ୍ବାରା କେବଳ ଆପଣଙ୍କ ଶରୀର ଫିଟ୍ ରହିବା ନାହିଁ ମାନସିକ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ ।

ଠିକ୍ ଢଙ୍ଗରେ ବସନ୍ତୁ: ବସିବା ସମୟରେ ଠିକ୍ ମୁଦ୍ରାରେ ବସନ୍ତୁ । ପିଠି ସିଧା ରଖନ୍ତୁ । ଚୌକିରେ ଏମିତି ଭାବେ ବସନ୍ତୁ ଯେମିତି ଆପଣଙ୍କ ମେରୁଦଣ୍ଡ ହାଡକୁ ସାହାରା ମିଳିବ । ଏପରି କଲେ ଆପଣଙ୍କୁ ପିଠିରେ କିମ୍ବା ବେକରେ ଯନ୍ତ୍ରଣା ହେବ ନାହିଁ ।

କାର୍ଯ୍ୟସ୍ଥଳୀ ଆଡଜଷ୍ଟ କରନ୍ତୁ: ଯଦି ସମ୍ଭବ ତାହେଲେ ଷ୍ଟାଣ୍ଡିଂ ଡେସ୍କର ବ୍ୟବହାର କରନ୍ତୁ । ଫଳରେ କାମ କରିବା ସମୟରେ ବସି ରହିବା ବଦଳରେ ଛିଡା ହୋଇପାରିବେ ।

ଏହା ମଧ୍ୟ ପଢନ୍ତୁ: ଆପଣ ବଜାରରୁ କିଣୁଥିବା ପନିର ନକଲି ନୁହେଁ ତ ? ଏମିତି ଚିହ୍ନନ୍ତୁ - How to identify fake paneer
ଏହା ମଧ୍ୟ ପଢନ୍ତୁ: ଘରେ ଲଗାନ୍ତୁ ଏହି ଗଛ, ପାଖ ମାଡିବେନି ମଶା ମାଛି - Plants that keep mosquitoes away

ଏହା ମଧ୍ୟ ପଢନ୍ତୁ: ଡାଇବେଟିସ୍ ରୋଗୀ ଖାଆନ୍ତୁ ଏହି 10ଟି ଫଳ, ଏମିତି ମିଳେ ଫାଇଦା - Fruits good for diabetes

Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.