ETV Bharat / state

ବଢିଲା ବାଘ ସଂଖ୍ୟା, ଓଡ଼ିଶାରେ ୬୯୬ କଲରାପତରିଆ - Leopard Census Report

author img

By ETV Bharat Odisha Team

Published : 2 hours ago

Updated : 1 hours ago

Leopard Census In Odisha: ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ ବାଘ । ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଏହା ଜଣାପଡ଼ିଛି । କିପରି ହୋଇଥିଲା ବାଘ ଗଣନା, ଜାଣନ୍ତୁ

Leopard Census Report
Leopard Census Report (ETV Bharat Odisha)

ଭୁବନେଶ୍ବର: ଆସିଲା ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ । ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ ବାଘ । ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଆସିଛି ଏହି ତଥ୍ୟ । ଚଳିତ ଥର ନିଜସ୍ବ କଲରାପତରିଆ ଗଣନା କରିଛି ବନବିଭାଗ ।

ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟା:

NTCA ରିପୋର୍ଟ ଅନୁସାରେ ୨୦୨୨ ମସିହାରେ ଥିଲେ ୫୬୮ କଲରାପତରିଆ ବାଘ । ୨୦୧୮ ମସିହାରେ କଲରାପତରିଆ ବାଘ ସଂଖ୍ୟା ଥିଲା ୭୬୦ । ତେବେ ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନବିଭାଗ । ମୋଟ୍ ୬୯୬ କଲରାପତରିଆ ବାଘ ଥିବା ଜଣାପଡ଼ିଛି ।

କେଉଁ ଜଙ୍ଗଲରେ କେତେ କଲରାପତରଆ ବାଘ ?

ରାଜ୍ୟରେ ୪୭ଟି ଡିଭିଜନରେ କରାଯାଇଥିଲା ଗଣନା । "ମୟୂରଭଞ୍ଜ ଏବଂ କେନ୍ଦୁଝର ଡିଭିଜନରେ ପାଖାପାଖି ୨୦୦ ରୁ ଅଧିକ କଲରାପତରିଆ ବାଘ ଚିହ୍ନଟ କରାଯାଇଥିବାବେଳେ ଅନୁଗୋଳର ସାତକୋଶିଆ, ଦକ୍ଷିଣରେ ମହାନଦୀ ବନଖଣ୍ଡ, ଆଠ ମଲ୍ଲିକ, ବୌଦ୍ଧ, ନୟାଗଡ଼ ବନଖଣ୍ଡରେ ପାଖାପାଖି ୧୫୦ କଲରାପତରିଆ ବାଘ ଚିହ୍ନଟ କରାଯାଇଛି । ସେହିପରି ଦେବ୍ରିଗଡ ନିକଟରେ ୫୦ରୁ ଅଧିକ ବାଘ ଚିହ୍ନଟ କରାଯାଇଥିବାବେଳେ ୫୦ରୁ ଅଧିକ ରେଢ଼ାଖୋଲ ସମ୍ବଲପୁର ଆଦି ସ୍ଥାନରେ ଚିହ୍ନଟ ହୋଇଛି । ୫୦ରୁ ଅଧିକ ଖଇରିଆ ସୁନାବେଢ଼ା ଆଦି ସ୍ଥାନରେ ମଧ୍ୟ ଚିହ୍ନଟ ହୋଇଛି କଲରାପତରିଆ ବାଘ । ସେହିପରି ୨୦ରୁ ଅଧିକ ଢେଙ୍କାନାଳ କପିଳାସ ଆଦି ଆଖାପାଖ ସ୍ଥାନ ଗୁଡିକରେ କଲରାପତରିଆ ବାଘ ଚିହ୍ନଟ କରାଯାଇଛି" ବୋଲି କହିଛନ୍ତି ପିଶି ସି ଏଫ୍ ସୁଶାନ୍ତ ନନ୍ଦ । କିଭଳି କରାଯାଇଥିଲା ଗଣନା:

PCCF ସୁଶାନ୍ତ ନନ୍ଦଙ୍କ ସୂଚନା ଅନୁଯାୟୀ, ସ୍ଵତନ୍ତ୍ର ଭାବେ କ୍ୟାମେରା ଟ୍ରାପ ବାଘ ଗଣନା ପାଇଁ ଜଙ୍ଗଲରେ ଲଗାଯାଇଥିଲା। ଫଟୋ କ୍ୟାପଚର, ପାଦ ଚିହ୍ନ ଏସବୁକୁ ଦେଖିକି ହିସାବ କରାଯାଇଛି କଲରାପତରିଆ ବାଘ ସଂଖ୍ୟା।

'ଓଡ଼ିଶାରେ ଅତିବେଶୀରେ ୭୦୦ ରୁ ୮୦୦ ମଧ୍ୟରେ ରହିପାରିବେ ବାଘ'

ରାଜ୍ୟରେ ଯଦି ଜଙ୍ଗଲ ଠିକ ଭାବରେ ରହିବ ତେବେ ପାଖାପାଖି ୭୦୦ ରୁ ୮୦୦ କଲରାପତରିଆ ବାଘ ରହିପାରିବେ । ଶିମିଳିପାଳ ଅଂଚଳରେ କଲରାପତରିଆ ବାଘ ବଢିବା ବହୁତ୍ କମ ଅଟେ । ଏପଟେ ସାତକୋଶିଆ ବାଘ ଛାଡ଼ିବାର ଯୋଜନା ରହିଛି । ଏହି କାର୍ଯ୍ୟ ଖୁବଶୀଘ୍ର କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଏହା ବି ପଢନ୍ତୁ...ଓଡ଼ିଶାରେ ହାତୀ-ମଣିଷ ଲଢେଇର କାରଣ ଖୋଜିବ ଭଞ୍ଜବିହାର, ୪ ବନ୍ୟଜନ୍ତୁଙ୍କ ଉପରେ ଗବେଷଣା ପରେ ରିପୋର୍ଟ

ଏହା ବି ପଢନ୍ତୁ...ନନ୍ଦନକାନନରେ ଆଖି ବୁଜିଲା ହାତୀ ଶାବକ ଅଭି, ‘ହରପିସ’ରେ ଥିଲା ସଂକ୍ରମିତ - Baby elephant dies

କଲରାପତରିଆ ବାଘ ଛାଲ ଚୋରାଚାଲାଣ:
ଅନେକ ସମୟରେ ବନବିଭାଗ କିମ୍ବା ଏସଟିଏଫ ଦ୍ଵାରା କଲରାପତରିଆ ବାଘଛାଲ ଜବତ କରାଯାଉଛି । ଶିକାରୀମାନେ ଟଙ୍କା ଲୋଭରେ ଏଭଳି କରୁଥିବା କହିଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ସେ ଆହୁରି କହିଛନ୍ତି, "ଏହାର ମୁଖ୍ୟ କାରଣ ହେଉଛି ବାରହା ଶିକାର ପାଇଁ ଫାସ ପକାଇଥାନ୍ତି ଶିକାରୀ । ଏହି ଛାଲର ଅନ୍ତର୍ଜାତୀୟ ବଜାରରେ ସେତେଟା ଚାହିଦା ନାହିଁ । କିନ୍ତୁ ବାଘ ଛାଲକୁ ନେଇ ଅନେକଙ୍କ ସଉକ ରହିଥାଏ । ବିଶେଷ ଭାବରେ କୋଲକତା ଦେଇ ଏହି କଲରାପତରିଆ ବାଘ ଛାଲ ବାହାରକୁ ଯାଇଥାଏ ।"

ଏହା ମଧ୍ୟ ପଢନ୍ତୁ-ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ଜିରାଫ ଖୁସିକୁ ମିଳିଲା 2 ଜିରାଫ ସାଥି - Nandankanan Zoo gets 2 Giraffes

ଏହା ମଧ୍ୟ ପଢନ୍ତୁ-ଖୁସି ଖବର ଦେଲା ସିଂହୀ ବିଜିଲି, ନନ୍ଦନକାନନକୁ ଆସିଲେ 5 ନୂଆ ଅତିଥି - Lioness Bijli Gives Birth to 5 Cubs

ଇଟିଭି ଭାରତ, ଭୁବନେଶ୍ବର

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.