ରଜରେ ଝୁମୁଛି ରାଉରକେଲା, ପିଠା-ମିଠା-ପାନ ସହ ଚାଲିଛି ଦୋଳି ଖେଳ - Raja Festival Celebration 2024 - RAJA FESTIVAL CELEBRATION 2024
Published : Jun 15, 2024, 7:06 PM IST
Raja Festival Celebration: ରାଉରକେଲା: ଆଜି ଓଡିଆ ଗଣପର୍ବ ରଜର ଦ୍ବିତୀୟ ଦିନରେ ପାଳନ ହେଉଛି ରଜ ସଂକ୍ରାନ୍ତି । ଏହି କ୍ରମରେ ରଜ ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ସମ୍ପୂର୍ଣ୍ଣ ରାଉରକେଲା ସହର । ରାଉରକେଲା ସେକ୍ଟର ତିନି ଅଞ୍ଚଳରେ ଲୋକେ ସୁନ୍ଦର ଭାବରେ ରଜ ସଂକ୍ରାନ୍ତି ପାଳନ କରାଯାଇଛି । ପିଠା, ମିଠା, ପାନ ଆଦି ସମସ୍ତ ପ୍ରକାର ବ୍ୟଞ୍ଜନକୁ ନେଇ ଧୁମଧାମରେ ପାଳନ କରାଯାଇଛି ରଜ ପର୍ବ । ରଜ ସଂକ୍ରାନ୍ତି ରାଉରକେଲାବାସୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଏହା କୃଷି ଋତୁର ଆରମ୍ଭକୁ ସୂଚାଇଥାଏ ଏବଂ ମୌସୁମୀର ଆଗମନକୁ ଦର୍ଶାଇଥାଏ । ଏହି ପର୍ବ ମାଟି ମା'ଙ୍କୁ ସମର୍ପିତ, ଯିଏକି ନିଜର ପ୍ରାଚୁର୍ଯ୍ୟ ଏବଂ ଉର୍ବରତା ପାଇଁ ପୂଜା ପାଆନ୍ତି ଏବଂ ତାଙ୍କରି ପାଇଁ ଏହି ତିନି ଦିନ ରଜ ପର୍ବ ପାଳନ କରାଯାଇଥାଏ ।
ଏହା ମଧ୍ୟ ପଢନ୍ତୁ ... ରଜରେ ସଜବାଜ ହୋଇ ଦୋଳି ଖେଳୁଛନ୍ତି ଯୁବତୀ, ଦେଖନ୍ତୁ ଗାଁ ଗଣ୍ଡାରେ କେମିତି ଚାଲିଛି ପର୍ବ ପାଳନ - RAJA PARBA
ସହରର ଛେଣ୍ଡ କଲୋନୀ ବାସିନ୍ଦା ପାରମ୍ପରିକ ପୋଷାକ ପରିଧାନ କରି ଉତ୍ସବର ମଜା ନେଉଛନ୍ତି । ଏଠାରେ ଛୋଟ ରୁ ବଡ଼ ଏଭଳିକି ବୃଦ୍ଧାମାନେ ସମସ୍ତେ ଯୋଗଦେଇ ରଜ ସଂକ୍ରାନ୍ତି ଧୁମଧାମରେ ପାଳନ କରିଛନ୍ତି । ଏହି ଉତ୍ସବରେ ଝିଅମାନେ ଏବଂ ମହିଳା ମାନେ ବିଭିନ୍ନ ପାରମ୍ପରିକ ରୀତିନୀତି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ସମସ୍ତେ ପାରମ୍ପରିକ ଦୋଳିରେ ଝୁଲି ରଜର ମଜା ନେଇଛନ୍ତି । ପାରମ୍ପରିକ ଓଡ଼ିଆ ପିଠା ଯଥା ପୋଡ ପିଠା, ମଣ୍ଡା ପିଠା, ଚକୁଳି ପିଠା ଆଦି ପ୍ରତ୍ୟେକ ଘରର ରୋଷେଇ ଘରେ ଶୋଭା ପାଇଥିଲା । ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ଏହି ଆନନ୍ଦଦାୟକ ରଜ ଉତ୍ସବକୁ ପାଳନ କରିଛନ୍ତି ରାଉରକେଲା ସହରବାସୀ । ରଜ ସଂକ୍ରାନ୍ତିର ମୂଳ ଉଦ୍ଦେଶ୍ୟ ହେଉଛି ସାମୂହିକ ବନ୍ଧନ ଏବଂ ଏକତାର ଭାବନା ।
ଇଟିଭି ଭାରତ, ରାଉରକେଲା