ଓଡିଶା

odisha

ETV Bharat / videos

ସାଇକଲିଂରେ ଅନ୍ତର୍ଜାତୀୟ ସ୍ତରରେ ଚମକୁଛନ୍ତି ରାଉଲକେଲା ଝିଅ ସ୍ବାସ୍ତି ସିଂ - ସାଇକଲିଂ ଖେଳ

By ETV Bharat Odisha Team

Published : Mar 6, 2024, 3:35 PM IST

Cycling Game: ରାଉରକେଲା: ଦେଶ ବିଦେଶରେ ଚମକୁଛନ୍ତି ରାଉରକେଲା ଝିଅ । କ୍ରୀଡା କ୍ଷେତ୍ରରେ ଧିରେ ଧିରେ ନିଜର ସ୍ତର ଉଚ୍ଚା କରିବାରେ ଲାଗିଛନ୍ତି । କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜର ଶ୍ରଷ୍ଠ ପ୍ରଦର୍ଶନ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ନିଜର ଜଲୱା ଦେଖାଇ ଓଡ଼ିଶା ସହ ଭାରତକୁ ମଧ୍ୟ ଗର୍ବୀତ କରିଛନ୍ତି ଅନ୍ତର୍ଜାତୀୟ ସାଇକ୍ଳିଷ୍ଟ ଭାବରେ ନିଜର ପ୍ରତିଭା ଦେଖାଇଥିବା ରାଉରକେଲା ସହରର ଝିଅ ସ୍ବାସ୍ତି ସିଂ।  

ସ୍ବାସ୍ତି ସିଂ ନିଜର ଚମତ୍କାର ଖେଳ ପ୍ରଦର୍ଶନ ମାଧ୍ୟମରେ ନିଜ ଜନ୍ମ ମାଟିର ନାଁକୁ  ଅନ୍ତର୍ଜାତୀୟ ସ୍ତରରେ ଗୌରବମୟ କରୁଛନ୍ତି । ଭାରତ ପାଇଁ ଟ୍ରାକ ସାଇକଲିଂ ଭଳି ଖେଳ କ୍ୟାଟେଗରୀରେ ବିଭିନ୍ନ ଅନ୍ତର୍ଜାତୀୟ ଖେଳର ମେଡାଲ ନିଜ ନାଁରେ କରିଛନ୍ତି । ତେବେ 2018 ମସିହାରୁ ପ୍ରଥମେ ନ୍ୟାସନାଲ ଗେମ୍ସରେ ନିଜର ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ସମସ୍ତଙ୍କ ନଜରକୁ ଆସିଲେ ସ୍ବାସ୍ତି ସିଂ । ନ୍ୟାସନାଲରେ ବ୍ରୋଞ୍ଜ ମେଡାଲ ପରେ ଆଉ ପଛକୁ ନ ଚାହିଁ 2018ରୁ ଆଜି ପ୍ରର୍ଯ୍ୟନ୍ତ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛନ୍ତି । ସ୍ବାସ୍ତି କେବଳ ନ୍ୟାସନାଲରେ ବିଭିନ୍ନ ଟ୍ରାକ ସାଇକଲିଂ ଗେମ୍ସରେ 12ଟି ସ୍ବର୍ଣ୍ଣ ପଦକ ସହ 6ଟି ରୌପ୍ୟ  ଏବଂ 6ଟି ବ୍ରୋଞ୍ଜ ମେଡାଲ ବିଜୟୀ ହୋଇଛନ୍ତି । ଏହାସହ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ 2018ରୁ ନିଜର ପ୍ରତିଭା ଦେଖାଇ ଆସୁଛନ୍ତି । ପ୍ରଥମେ ଏସିଆନ ଟ୍ରାକ ସାଇକଲିଂରେ ଦୁଇଟି କ୍ୟାଟେଗରୀରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ଏହାପରେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ମୋଟ ଚାରିଟି ସ୍ବର୍ଣ୍ଣ ଏବଂ 6 ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ସ୍ବାସ୍ତି ସିଂ।  

ଏହା ମଧ୍ୟ ପଢ଼ନ୍ତୁ...ଅନ୍ତର୍ଜାତୀୟ ସ୍ତରରେ ଚମକିଲେ ଓଡିଆ ଝିଅ, ମନ୍ନତାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ପଦକ

ଏହାସହ ସାଉଥ ଏସିଆନ ଗେମ୍ସ, ଏସିଆନ ଟ୍ରାକ ସାଇକଲିଂ ଚମ୍ପିୟାନଶିପ ସହ ଏସିଆ କପ ଟ୍ରାକ ସାଇକଲିଂରେ ନିଜର ପ୍ରତିଭା ଦେଖାଇଛନ୍ତି ସ୍ବାସ୍ତି ସିଂ। ପିଲାଟି ଦିନରୁ ତାଙ୍କୁ ସାଇକଲିଂ କରିବା ବହୁତ ପସନ୍ଦ ଥିଲା । ଧୀରେ ଧୀରେ ବଡ଼ ହେବା ସହ ମନରେ ସାଇକ୍ଳିଷ୍ଟ ବା ସାଇକିଲ ରେସିଂରେ ଭାଗ ନେବାକୁ ଆଗ୍ରହ ବଢ଼ିଲା । ଆଉ ଏବେ ନିଜ ନିଷ୍ଠା ଓ ଚେଷ୍ଠା ବଳରେ ଆଗକୁ ଆଗକୁ ସଫଳତାର ସିଢି ଚଢ଼ି ଚାଲିଛନ୍ତି ସ୍ବାସ୍ତି । 

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details